ଫୋନରେ ଖବର- ଦର୍ପଣ-ସିହା ରାସ୍ତାରେ ବ୍ୟାପକ ଅନୀୟମିତତା

Spread the love

ବଡଚଣା ବ୍ଲକ ଅନ୍ତର୍ଗତ ଦର୍ପଣ-ସିହା ରାସ୍ତାଟି ଖୁବୁ କମ୍ ଦିନ ଧରି ନିର୍ମାଣ କରାଯାଇଥିଲେ ସୁଧା ଏହା ଫାଟି ଆଁ କଲାଣି । ଏପରକି ରାସ୍ତାଟିକୁ ଠିକାଦାର ଠିକ୍ ଭାବରେ ସିମେଂଟ, ଗୋଡି, ବାଲି ଭାଗ ଦେଇନଥିବା ଅଭିଯୋଗ ହେବା ସହିତ ଏହା ଉପରେ ବିଭାଗୀୟ ଅଧିକାରୀ ମାନେ ଧ୍ୟାନ ଦେଇନଥିବା ଅଭିଯୋଗ ହୋଇଛି । ଫଳରେ ରାସ୍ତାଟି ଆଉ ଅଳ୍ପଦିନ ପରେ ସମ୍ପୁର୍ଣ୍ଣ ଖରାପ ହୋଇପଡିବ ଏବଂ ଏହା ଜନସାଧରଣଙ୍କ ଗମନାଗମନରେ ବାଧା ସୃଷ୍ଟି କରିବ ବୋଲି ଅଭିଯୋଗ ହୋଇଛି । ଏଥିରେ ଲକ୍ଷାଧିକ ଟଙ୍କା ଆତ୍ମସାତ ହେବା ସହିତ ବିଭାଗୀୟ ଅଧିକାରୀ ଏବଂ ଠିକାଦାର ସହିତ କିଛି ରାଜନେତା ସମ୍ପୁକ୍ତ ଅଛନ୍ତି ବୋଲି ଅଭିଯୋଗ ହୋଇଛି । ସଚିବ ସ୍ତରୀୟ ଏହାର ତଦନ୍ତ କରାଗଲେ ପକୃତ ସତ୍ୟ ପଦାକୁ ଆସିବ ବୋଲି ମତପ୍ରକାଶ ପାଉଛି ।

ପାଠକ ଜଣଙ୍କ ଫୋନରେ ଏହି ଅଭିଯୋଗଟି କରିଛନ୍ତି ଏବଂ ତାଙ୍କର ନାମ ଏବଂ ଠିକଣା
ଗୋପନ ରଖିବାକୁ ପ୍ରକାଶ କରିଛନ୍ତି ।

Related Posts

About The Author

3 Comments

  1. Pravat Kumar Sahoo
    April 25, 2019

Add Comment