Spread the love
  •  
  •  
  •  
  •  
  •  

 ବିଜ୍ଞାନ

ଲିଙ୍ଗରାଜ ପଣ୍ଡା , ବାରିପଦା

ବିଜ୍ଞାନ ଓ କଳା ପରସ୍ପର ସହିତ ଘନିଷ୍ଠ ଭାବରେ ସଂଯୁକ୍ତ, ମଣିଷ ଦେହର ହୃତପିଣ୍ଡ ଓ ଫୁସଫୁସ ପରି । ଯଦି ସେଥିମଧ୍ୟରୁ ଗୋଟିଏ ବିକୃତ କିମ୍ବା ବିକଳାଙ୍ଗ ହୁଏ, ତାହେଲେ ଅନ୍ୟଟି ମଧ୍ୟ ଅଚଳ ହୋଇଯାଏ । କୌଣସି ନିର୍ଦ୍ଦିଷ୍ଟ ଯୁଗର ଓ ଗୋଷ୍ଠୀର ଲୋକମାନେ ଯାହାସବୁ ଗୁରୁତ୍ୱପୁର୍ଣ ମନେକରନ୍ତି, ତାଦୃଶ ସତ୍ୟ ଓ ଜ୍ଞାନ ଆବିଷ୍କାର କରି ହୃଦୟଙ୍ଗମ କରାଇବା ହେଲା ପ୍ରକୃତ ବିଜ୍ଞାନ । କଳାର କର୍ଭବ୍ୟ ଭିନ୍ନ । କଳା ଏତାଦୃଶ ସତ୍ୟକୁ ଉପଲବଧ ସ୍ତରରୁ ଆଣି ଆବେଗର ସ୍ତରକୁ ଉନ୍ନତ କରିଥାନ୍ତି । ତେଣୁ ବିଜ୍ଞାନର ନିର୍ବାଚିତ ପନ୍ଥା ଯେବେ ଭ୍ରାନ୍ତ ବୋଲି ପ୍ରମାଣିତ ହୁଏ, ତାହାହେଲେ କଳାର ପନ୍ଥା ମଧ୍ୟ ପ୍ରାନ୍ତ ବୋଲି ପ୍ରମାଣିତ ହେବ । କଲା ପାଇଁ କଳା ଏହି ଦୃଷ୍ଟିରୁ ବିଚାର କଲେ ଆମ୍ଭମାନଙ୍କୁ ଯାହା ସବୁ ଆନନ୍ଦ ଦିଏ, ତାହାହିଁ କଳାର ପଦବାଚ୍ୟ । ସେହିପରି ବିଜ୍ଞାନ ପାଇଁ ବିଜ୍ଞାନ ଏହି ଦୃଷ୍ଟିରୁ ବିଚାର କଲେ ଯାହା ଆମମାନଙ୍କ ହୃଦୟରେ କୌତୁହଳ ସୃଷ୍ଟି କରେ, ତାହାହିଁ ବିଜ୍ଞାନ । ସେଥିପାଇଁ ବିଜ୍ଞାନର ଗୋଟିଏ ଦିଗ ମଣିଷ ନିଜ ଜୀବନର ଉଦେଶ୍ୟ କିପରି ପୂର୍ଣ୍ଣ କରିପାରିବ, ତାହା ଅଧ୍ୟୟନ କରିବା ପରିବର୍ତ୍ତେ ଆମ୍ଭମାନଙ୍କ ଚତୁର୍ଦ୍ଦିଗରେ ଯେଉଁ ପ୍ରତାରଣା ଓ ପଥଭ୍ରଷ୍ଟମାନଙ୍କର ସାଧୁତା ତଥା ଅପରିବର୍ତ୍ତନଶୀଳତା ପ୍ରଦର୍ଶନ କରିଥାଏ । ବିଜ୍ଞାନର ଅନ୍ୟ ଦିଗଟି ହେଉଛି କୌତୁହଳ ଜାଗ୍ରତ କରାଇବା ଓ ଯାନ୍ତ୍ରିକ ଉନ୍ନତି ସାଧନ କରାଇବା । ଅନେକ ଗ୍ରନ୍ଥ ଓ ନୀତିବାଣୀ ପ୍ରକାଶିତ ହୁଏ । ସେଥିରେ ସବୁ ପ୍ରାଚୀନ କାଳର ଧର୍ମ, ଧାରଣା, ଚର୍ଚ୍ଚ, ଉପାସନା ଗତାନୁଗତିକ ଏବଂ ଅସମ୍ଭବ ବୋଲି ଯୁକ୍ତି କରାଯାଇଥାଏ । ତାହା ସଙ୍ଗେ ସଙ୍ଗେ ନ୍ୟାୟସଙ୍ଗତ ଏବଂ ସମୟ ଉପଯୋଗୀ ଧର୍ମ-ସଂଗଠନ ପ୍ରତିଷ୍ଠା କରିବାର ଆବଶ୍ୟକ ମଧ୍ୟ କୁହାଯାଇଥାଏ । ବାସ୍ତବ ବିଜ୍ଞାନ ରୂପେ ବିବେଚିତ ସମସ୍ତ ଧର୍ମଶାସ୍ତ୍ର ଧର୍ମଶାସ୍ତ୍ର ଏହିସବୁ ପ୍ରକାଶନକୁ ଅବାନ୍ତର ବୋଲି ଘୋଷଣା କରିଥାଏ ଏବଂ ଯୁଗବ୍ୟାପୀ ଅନ୍ଧବିଶ୍ୱାସ ଓ ଅର୍ଥହୀନ କୁସଂସ୍କାର ପାଇଁ ଲିପ୍ତ ରହେ।

ଧରାଯାଉ, ଗୋଟିଏ ମତ ପ୍ରକାଶ ପାଇଲା ଯେ ବ୍ୟକ୍ତିଗତ ସଂପତ୍ତ ରହିବା ଉଚିତ ନୁହେଁ ଏବଂ ବ୍ୟକ୍ତିଗତ ସମ୍ପତ୍ତି ବ୍ୟବସ୍ଥା ଜନସାଧାରଣଙ୍କର ମୂଳ କାରଣ । ବସ୍ତୁତଃ ଯାହା ବାସ୍ତବ ବିଜ୍ଞାନ, ତାହା ଏହି ଉପଦେଶକୁ ସ୍ଵାଗତ କରି ଏଥିରୁ ଅନ୍ୟାନ୍ୟ ନିଷ୍ପତ୍ତି ଗ୍ରହଣ କରିବା ଉଚିତ । କିନ୍ତୁ ଆମ୍ଭମାନଙ୍କର ସମୟର ବିଜ୍ଞାନ ଏପରି କାର୍ଯ୍ୟ ସବୁ କିଛି କରେ ନାହିଁ, ବରଂ ରାଜନୈତିକ ଅର୍ଥନୀତି ଏହାର ବିପରିତ ଦିଗ ପ୍ରଦର୍ଶନ କରିଥାଏ । ତାହା ହେଉଛି, ଭୂସଂପଭି ସଦୃଶ ମୁଷ୍ଟିମେୟ ମାଲିକଙ୍କ ହାତରେ ନ୍ୟସ୍ତ ରହିବା ଉଚିତ । ପୁନଶ୍ଚ ସେହିପରି ଆଶା କରାଯାଇପାରେ ଯେ, ଯୁଦ୍ଧର ଅନୈତିକତା, ଅଯୌକ୍ତିକତା, କ୍ଷୟକ୍ଷତି, ମାରାତ୍ମକତା, ନିଶାଦ୍ରବ୍ୟ ସେବନ କରିବାର ଅନୈତିକତା, ଜୀବଜନ୍ତୁ ଭକ୍ଷଣ କରିବାର କ୍ଷତି ଏବଂ ଦେଶାତ୍ମବୋଧର କୃତ୍ରିମତା ପ୍ରଦର୍ଶନ କରିବା ବାସ୍ତବ ବିଜ୍ଞାନର କର୍ତ୍ତବ୍ୟ । ଏହିପରି ଗ୍ରନ୍ଥ ଦେଖାଯାଏ, ମାତ୍ର ତାହାସବୁ ଅବୈଜ୍ଞାନିକ ବୋଲି ବିବେଚିତ ହୁଏ । ଅନ୍ୟ ଦିଗରେ, ଏହିସବୁ ଅଭ୍ୟାସ ବଜାୟ ରଖିବା ଉଦ୍ଦେଶ୍ୟରେ ଓ ମାନବ ଜୀବନର ସମ୍ପର୍କଶୂନ୍ୟ ଜ୍ଞାନ ଆହାରଣ ପାଇଁ ପିପାସା ପ୍ରଦର୍ଶନ କରି ଲେଖାଯାଉଥିବା ପୁସ୍ତକମାନ ବୈଜ୍ଞାନିକ ବୋଲି ବିବେଚିତ ହୋଇଥାଏ ।

କେତେକ ଶସ୍ତା ଓ ନିର୍ବୋଧ ପୁସ୍ତକମାନଙ୍କରେ ଏକ ହଜାର କିମ୍ବା ତିନି ହଜାର ବର୍ଷ ମଧ୍ୟରେ ପୃଥିବୀର ଅବସ୍ଥା କଣ ହେବ, ସେହି ସମ୍ପର୍କରେ କଳ୍ପନା-କଳ୍ପନା କେବଳ ପ୍ରକାଶିତ ହୋଇନଥାଏ । କେତେକ ସମାଜତତ୍ତ୍ୱବିତ୍ ମଧ୍ୟ ଏହିପରି ବର୍ଣ୍ଣନା କରିଥାନ୍ତି ।

ସେମାନେ ନିଜକୁ ବୈଜ୍ଞାନିକ ବୋଲି ମନେ କରନ୍ତି । ଏହିସବୁ ଏହିସବୁ କଳ୍ପନା- କଳ୍ପନା ହେଉଛି ଯେ ଭୂମିରୁ କୃଷିଦ୍ୱାରା ଖାଦ୍ୟ ଉତ୍ପାଦନ କରାନଯାଇ ତାହା ସବୁ ରାସାୟନିକ ପ୍ରଣାଳୀରେ ଲାବରେଟେରୀମାନଙ୍କରେ ବା ଗବେଷଣାଗାରମାନଙ୍କରେ ପ୍ରସ୍ତୁତ ହେବ ଏବଂ ପ୍ରାକୃତିକ ଶକ୍ତି ବ୍ୟବହାର ଯୋଗୁଁ ବ୍ୟକ୍ତିର ପରିଶ୍ରମ ଦୂରୀଭୂତ ହେବ । କିନ୍ତୁ ଏ କଥା ସମସ୍ତେ ଭୁଲିଯାଆନ୍ତି ଯେ, ନିଜର ପରିଶ୍ରମରେ ଜମିରୁ ଉତ୍ପନ୍ନ ଶସ୍ୟ, ପନିପରିବା ଓ ଫଳ ଦ୍ବାରା ମଣିଷର ପୁଷ୍ଟି ସର୍ବାପେକ୍ଷା ଅଧୁକ ସନ୍ତୋଷଜନକ, ସ୍ଵାସ୍ଥ୍ୟପଦ, ସହଜ ଓ ସେହି ପୁଷ୍ଟି ଅତ୍ୟନ୍ତ ପ୍ରାକୃତିକ । ନିଜର ରକ୍ତ ଓ ଝାଳ ଦେଇ କାମ କରିବା ଜୀବନର ଏକ ପ୍ରଧାନ ଲକ୍ଷଣ । ଠିକ ସେହିପରି ନିଶ୍ଵାସ ଦ୍ଵାରା ରକ୍ତର ସଞ୍ଚାଳନ କ୍ରିୟା ସମ୍ଭବ ହୁଏ । ଥରେ ଜଣେ ପ୍ରଶ୍ନକର୍ତ୍ତା ଟଲଷ୍ଟୟଙ୍କୁ ପଚାରିଥିଲେ, ସାମ୍ୟବାଦ କଣ ଆଦର୍ଶ ରଷ୍ଟ୍ରପାଇଁ ପ୍ରସ୍ତୁତି ନୁହେଁ କି ? ଟଲଷ୍ଟୟ ସଙ୍ଗେ ସଙ୍ଗେ ଉତ୍ତର ଦେଇଥିଲେ, ନାଁ ଏହା ସଂପୂର୍ଣ୍ଣ ବିପରୀତ । ଏହା କେବଳ ସବୁ ଜିନିଷକୁ ନିୟନ୍ତ୍ରଣ କରିବ, ଆଇନକାନୁନ୍ ସାବ୍ୟସ୍ତ କରିବ, ବ୍ୟକ୍ତିକୁ ଧ୍ବଂସ କରି ତାକୁ ଦାସଦ ଶୃଙ୍ଖଳରେ ବାନ୍ଧିରଖିବ । ସାମ୍ୟବାଦ ଭୁଲ ସୀମାରୁ ଆରମ୍ଭ ହୋଇଥାଏ । ବ୍ୟକ୍ତି ନଥିଲେ ତୁମେ କିଛି ସଙ୍ଗଠନ କରିପାରିବ ନାହିଁ ।

ସାମ୍ୟବାଦ ସ୍ୱକକ୍ଷଚ୍ୟୁତ ଏକ ବିଶ୍ଵର ନିୟନ୍ତ୍ରଣ କରିବାକୁ ଚାହେଁ । ତୁମେ ଚତୁଃପାର୍ଶ୍ବରେ ଥିବା ବିଶ୍ୱକୁ ଠିକ୍ ବାଟକୁ ଆଣିବା ପୂର୍ବରୁ ନିଜେ ଠିକ ବାଟରେ ରହିବା ଉଚିତ । ଆଧୁନିକ କାଳର ଶ୍ରମିକନେତା ଜନତାକୁ ଶୃଙ୍ଖଳମୁକ୍ତ କରିବା ପାଇଁ ଚାହାଁନ୍ତି; କିନ୍ତୁ ନିଜେ ଯେ ଦାସ ଏ କଥା ଭୁଲିଯାଆନ୍ତି ।

ଆଧୁନିକ ବୈଜ୍ଞାନିକମାନେ ଯେଉଁ ମନସ୍ତାତ୍ତିକ ମାଇକ୍ରୋସ୍କାପ ସାହାଯ୍ୟରେ ସେମାନଙ୍କର ଅନୁସୃତ ପଦାର୍ଥମାନଙ୍କର ଅଧ୍ୟୟନ କରିଥାନ୍ତି, ସେଥିରୁ ସେମାନେ ନିବୃତ୍ତ ରହିବା ଆବଶ୍ୟକ । ସେମାନେ ପ୍ରସ୍ତର-ଯୁଗର ମଣିଷର କଙ୍କାଳର ଆକୃତି, ଜ୍ୟାମିତି, ଛାୟାପଥ, ରଞ୍ଜନରଶ୍ମି ଏପରି ବିଭିନ୍ନ ବିଷୟ ଅଧ୍ୟୟନ କରିଥାନ୍ତି । ସେମାନଙ୍କର ଜ୍ଞାନ ସେହି ସବୁ ବିଷୟରେ ପୂର୍ଣ୍ଣାଙ୍ଗ ବୋଲି ଜଣାପଡେ ନାହିଁ ବୋଲି ସେମାନଙ୍କର ବିଶ୍ୱାସ । କିନ୍ତୁ ପ୍ରକୃତରେ ଆମେ ଆମର ଚତୁଃପାର୍ଶ୍ୱ ପ୍ରତି ଦୃଷ୍ଟିନିକ୍ଷେପ କରିବା କଥା । ବାସ୍ତବ ବିଜ୍ଞାନର ଅର୍ଥ ନୁହେଁ ଯାହା ଆମକୁ ଆଗ୍ରହାମ୍ବିତ କରେ; ମାତ୍ର ତାହା ମଣିଷ-ଜୀବନ କଣ ହେବା ଉଚିତ୍ ତାହାର ଅଧୟନ ହେବା ଉଚିତ । ଅର୍ଥାତ ଧର୍ମ, ନୈତିକତା,ସାମାଜିକତା ପ୍ରଭୃତି ବିଭିନ୍ନ ପ୍ରଶ୍ନର ଅଧୟନ ଏହାର ଅନ୍ତର୍ଭୁକ୍ତ ହେବା ଉଚିତ । କାରଣ ହେ ସବୁ ପ୍ରଶ୍ନର ସମାଧାନ ବିନା ପ୍ରକୃତି ସମ୍ପର୍କରେ ଲବ୍ଧ ସମସ୍ତ ଜ୍ଞାନ କେବଳ ମାରାମ୍ବକ ଓ ତୁଚ୍ଛ ହୋଇପଡିବ । ଆମ୍ଭେମାନେ ଆନନ୍ଦ ଓ ଗର୍ବ ଅନୁଭବ କରୁ ଯେ, ବିଜ୍ଞାନ ଯୋଗୁଁ ଯେକୌଣସି ଜଳପ୍ରପାତ ଶକ୍ତ ଆମ୍ଭେମାନେ କଳକାରଖାନାମାନଙ୍କରେ ବିନିଯୋଗ କରିପାରୁଛୁ, ପାହାଡମାନଙ୍କରେ ସୁଡଙ୍ଗ ଖୋଳି ପାରୁଛି; କିନ୍ତୁ ଏସବୁ ବାହାଦୂରୀର କିଛି ଅର୍ଥ ନାହିଁ । କାରଣ ଜଳପ୍ରପାତ ଜନିତ ଶଧକ୍ତି ଶ୍ରମିକମାନଙ୍କର ସୁଖସ୍ୱାଚ୍ଛନ୍ଦ୍ୟ ପାଇଁ ବ୍ୟବହୃତ ନ ହୋଇ ତାହା ପୁଞ୍ଜିପତିମାନଙ୍କର ବିଳାସ ବୃଦ୍ଧି ପାଇଁ, ଦ୍ୱାଂସକାରୀ ଯୁଦ୍ଧ ପାଇଁ ବ୍ୟବହୃତ ହୋଇଥାଏ । ଯେଉଁ ଶକ୍ତି ସାହାଯ୍ୟରେ ଆମ୍ଭେମାନେ ପାହାଡ ଭାଙ୍ଗି ପାରୁଛୁ, ପଥର ଫଟେଇ ପାରୁଛି, ସେହି ଶକ୍ତିକୁ ଆମ୍ଭେମାନେ ଯୁଦ୍ଧାସ୍ତ୍ର ନିର୍ମାଣରେ ଲଗାଉଛୁ ।

ଯେଉଁ ଯୁଦ୍ଧ ଅବାଞ୍ଚିତ, ତାହା ଆମେ ଜାଣିଶୁଣି ବରଣ କରିଥାଉ; ତାହା ପାଇଁ ବରାବର ପ୍ରସ୍ତୁତ ହେଉ । ଡାକ୍ତର ଯେତେବେଳେ ରଞ୍ଜନରଶ୍ମି ସାହାଯ୍ୟରେ ମଣିଷ ଦେହ ଭିତରର ଫଟୋ ଉଠାଇ କିମ୍ବା ଅସ୍ତ୍ର-ଚିକିତ୍ସା କରେ, ନାନାଦି ଅସାଧ୍ୟ ଚିକିତ୍ସା କରେ, ସେତେବେଳେ ବୈଜ୍ଞାନିକ ଗର୍ବ ଅନୁଭବ କରେ । କିନ୍ତୁ ପ୍ରକୃତରେ ସେଥିରେ ଗର୍ବର କାରଣ କିଛି ନ ଥାଏ । ବାସ୍ତବ ବିଜ୍ଞାନର ଉଦେଶ୍ୟ ଭିନ୍ନ । ବର୍ତ୍ତମାନ ଯେତେ ଉଦ୍ୟମ କରାଯାଇଛି, ବିଜ୍ଞାନର ସଂପ୍ରସାରଣ ନାମରେ ସେଥିରୁ ଦଶଭାଗରୁ ଭାଗେ ଯଦି ମଣିଷ ଜୀବନର ସଂଗଠନ ତଥା ସନ୍ଧାନ କରିବାରେ ଉଦ୍ଦିଷ୍ଟ ହେଉଥାନ୍ତା, ତାହେଲେ ବର୍ଭମାନ ଡାକ୍ତରଖାନାମାନଙ୍କରେ ଯେତେ ରିଗୀ ଚିକିତ୍ସିତ ହେଉଛନ୍ତି ଓ ଯେତେ ରୋଗୀ ଅଛନ୍ତି, ସେଥିରୁ ଅନ୍ଧୀଶ ହ୍ରାସ ପାଆନ୍ତେ । କଳକାରଖାନାମାନଙ୍କରେ ହଜାର ହଜାର ବିକଳଅଙ୍ଗ ରୁଗଣ ଶିଶୁ ବଢୁ ନଥାନ୍ତେ । ଯୁଦ୍ଧ,ହତ୍ୟଅ, ଷଡଯନ୍ତ୍ର, ବେଶ୍ୟାଗିରି ଓ ଭୀଷଣ ରୋଗମାନ ଲୋପ ପାଆନ୍ତା । ଏହିସବୁ ରୋଗ ଦୁର୍ଗତିକୁ ଆଧୁନିକ ବିଜ୍ଞାନ ଯେପରି ମାନବ ଜୀବନର ଏକ ଅବସ୍ଥା ବୋଲି ବିଚାର କରୁଛି । ବିଜ୍ଞାନ ବାସ୍ତବ ଜ୍ଞାନ, ଯାହା ସାର୍ବଜନୀନ ଶ୍ରଦ୍ଧା ଓ ଭକ୍ତି ଦାବି କରେ, ତାହା ପ୍ରକୃତରେ ଏହା ନୁହେଁ ।

ପ୍ରକୃତ ବିଜ୍ଞାନ ହେଉଛି ଆମର କର୍ଭବ୍ୟ କଣ ଏବଂ ଆମର କଣ ନୁହେଁ ତାହା ଜାଣିବା ଉପରେ ନିର୍ଭର କରେ । ପୁନଶ୍ଚ ଆସ୍ତେ କଣ କରିବା ଉଚିତ, କଣ ବିଶ୍ବାସ କରିବା ଉଚିତ ନୁହେଁ, ମାନବ-ଜୀବନର ମିଳିତ ଜୀବନ କେଉଁଥିରେ ଗଠିତ ହେବା ଉଚିତ ଏବଂ କେଉଁଥିରେ ଗଠିତ ହେବା ଉଚିତ ନୁହେଁ ଓ ଯୌନ-ସମ୍ପର୍କ କିପରି ଅନୁଧ୍ୟାନ କରିବା ଉଚିତ, ଶିଶୁମାନଙ୍କୁ କିପରି ଶିକ୍ଷା ଦିଆଯିବା କଥା, ଭୂମିର କିପରି ବ୍ୟବହାର ହେବା ଆବଶ୍ୟକ,  ନିଜର ଜମି ଅନ୍ୟ ଉପରେ ଅତ୍ୟାଚାର ନ କରି କିପରି ଚାଷ କରାଯିବା ଉଚିତ, ବୈଦେଶିକମାନଙ୍କ ସହ କିପରି ବ୍ୟବହାର କରିବ, ଜୀବଜନ୍ତୁଙ୍କ ପ୍ରତି କିପରି ବ୍ୟବହାର କରିବ, ସର୍ବୋପରି ମନୁଷ୍ୟ ଜୀବନର କିପରି ଯଥାର୍ଥ ବିନିଯୋଗ କରିବ, ପ୍ରକୃତ ବିଜ୍ଞାନ ସର୍ବଦା ଏହାହିଁ ହେଉଛି ଏବଂ ହେବା ଉଚିତ । ଆମମାନଙ୍କ ସମୟରେ ବିଜ୍ଞାନର ଆବିର୍ଭାବ ଘଟିଛି ଏବଂ ଅଧକାଂଶ ଲୋକଙ୍କର ମୁଠେ ଖାଇବା ପାଇଁ ଓ ଖଣ୍ଡେ ପିନ୍ଧିବା ପାଇଁ (ଅର୍ଥାତ୍ ଜୀବନଧାରଣର ସର୍ବନିମ୍ନ ଆବଶ୍ୟକତା) ଯଥେଷ୍ଟ ନାହିଁ । ସୁତରାଂ ଏହି ସଂଖ୍ୟାଧିକ ଜନସାଧାରଣ ନିଜ ନିଜର ସାଧାତୀତ ପରିଶ୍ରମ କରିବା ପାଇଁ ବାଧ୍ୟ ହେଉଛନ୍ତି; ଯାହା ଫଳରେ ସେମାନଙ୍କର ଭୟଙ୍କର କ୍ଷତି ଘଟୁଅଛି । ଏହି ଉଭୟ ପ୍ରକାର ଅନ୍ୟାୟ ସହଜରେ ଦୂର କରାଯାଇ ପାରିବ; ପାରସ୍ପରିକ ସଙ୍ଘର୍ଷ ବିଳାସବ୍ୟସନ ଏବଂ ସମ୍ପତ୍ତର ଦୁର୍ନୀତିପୂର୍ଣ୍ଣ ବଣ୍ଟନ ଦୂର କରାଯାଇପାରିବ ।

ସଂକ୍ଷେପରେ କହିବାକୁ ଗଲେ ଏକ ପ୍ରତାରଣାପୂର୍ଣ୍ଣ କ୍ଷତିକାରକ ସଂସ୍ଥା ପରିବର୍ତ୍ତେ ଏକ ଯୁକ୍ତିଯୁକ୍ତ ନ୍ୟାୟୋଚିତ, ମାନବିକତାପୂର୍ଣ୍ଣ ସଂସ୍ଥା ଜୀବନ ପାଇଁ ପ୍ରତିଷ୍ଠା କରାଯାଇ ପାରିବ । କିନ୍ତୁ ଦୁଃଖର କଥା ବିଜ୍ଞାନ ସାଂପ୍ରତିକ ସଂସ୍ଥା ସବୁକୁ ଗ୍ରହ-ଉପଗ୍ରହମାନଙ୍କର ଗତି ସଦୃଶ ଅପରିବର୍ଭନୀୟ ବୋଲି ବିଚାର କରେ । ଏହି ସଂସ୍ଥାର ଜରାଜୀର୍ଣ୍ଣ ମିଥ୍ୟା ପ୍ରତାରଣା ପ୍ରଦାଢ଼ିତ କରିବା ଓ ଜୀବନରେ ଏହାକୁ ନିୟୋଜିତ କରିବା ଓ ଜୀବନ ପାଇଁ ଏକ ନ୍ୟାୟପୂର୍ଣ୍ଣ ନୂତନ ସଂସ୍ଥା ପ୍ରତିଷ୍ଠା କରିବା ବିକ୍ଷାନର ଆଜି ଉଦ୍ଦେଶ୍ୟ ନୁହେଁ । ବରଂ ସାଂପ୍ରତିକ ପରିପ୍ରେକ୍ଷୀରେ ସମସ୍ତଙ୍କୁ ଆହାର ଯୋଗାଇବା ଏବଂ ଶାସନଗୋଷ୍ଠୀ ସଦୃଶ ଅଳସୁଆ କରିଦେବା ।
(ଯେଉଁମାନେ କି ଜଘନ୍ୟ ଜୀବନଯାପନ କରନ୍ତି, ତାହାହିଁ ହେଉଛି ବିଜ୍ଞାନର ଉଦେଶ୍ୟ ।)

କଳା କେବଳ ଆନନ୍ଦ ନୁହେଁ; ସାନ୍ବନା ନୁହେଁ କିମ୍ବା ଆମୋଦପ୍ରମୋଦ ନୁହେଁ, ଏହା ଜୀବନର ଏକ ସାଧାରଣ ବସ୍ତୁ । ମାନବ ଜୀବନର ଏହା ଏକ ଅଙ୍ଗ, ଯାହାକି ବ୍ୟକ୍ତିର ଯୁକ୍ତିସମ୍ମତ ଉପଲବ ଓ ଚେତନାକୁ ଆବେଗରେ ପରିଣତ କରେ । ଆମ୍ଭମାନଙ୍କ ଯୁଗରେ ବ୍ୟକ୍ତିର ସର୍ବସାଧାରଣ ଧର୍ମଗତ ଚେତନା ହେଉଛି ମଣିଷ ମଣିଷ ମଧ୍ୟରେ ଭାତୃତ୍ଵର ଚେତନା । ଆମ୍ଭେମାନେ ଜାଣୁ, ମାନବର କଲ୍ୟାଣ ତାର ପଡୋଶୀମାନଙ୍କ ସହିତ ମିଳିତ ହେବାରେ ଥାଏ । ଯାହା ପ୍ରକୃତ ବିଜ୍ଞାନ ତାହା ଏହି ଚେତନାକୁ ଜୀବନରେ ପ୍ରୟୋଗ କରିବା ପାଇଁ ବିଭିନ୍ନ ପ୍ରଣାଳୀ ନିର୍ଦ୍ଦେଶ କରିବା ଉଚିତ ।

କଳା ଏହି ଚେତନାକୁ ଆବେଗରେ ରୂପାନ୍ତରିତ କରିବା ଉଚିତ । ସମ୍ଭବତଃ ଭବିଷ୍ୟତରେ ବିଜ୍ଞାନ କଳା ପାଇଁ ନୂତନ ଏବଂ ବ୍ୟାପକ ଆଦର୍ଶ ଉହାଟନ କରିପାରିବ, ଯାହାକି କଳା ଉପଲବ୍ଧ କରିପାରେ । କିନ୍ତୁ ଆମ୍ଭମାନଙ୍କ ସମୟରେ କଳାର ଅତି ସୃଷ୍ଟ ଓ ନିର୍ଦ୍ଦିଷ୍ଟ । ମୋ ମତରେ କଳାର କର୍ଭବ୍ୟ ହେଉଛି ମଣିଷ ମଣିହ ମଧ୍ୟରେ ଭାତୃତ୍ଵର ସମନୟ ପ୍ରତିଷ୍ଠା କରିବା ।

Related Posts

About The Author

Add Comment