ଯାଜପୁର ତା ୨୩/୧୧/୨୦୨୨ (ସନ୍ଧାନ ନିଉଜ) : ଧର୍ମଶାଳ ଥାନା ଅନ୍ତର୍ଗତ ଅଭୟପୁର ଗ୍ରାମର ଗୈାରଙ୍ଗ ବସନ୍ତିଆ ଦୀର୍ଘ ୮ ବର୍ଷ ହେଲା ନିଖୋଜ ଅଚ୍ଥନ୍ତି । ପୁରସ୍ତମ ବସନ୍ତିଆଙ୍କ ୨୫ ବର୍ଷର ପୁଅ ଗୈାରାଙ୍ଗ ୨୦୧୪ ମସିହାରେ କାହ୍ନୁ ଚରଣ ଲେଙ୍କାଙ୍କ ଗାଡି ହେଲପର୍ ଭାବେ କାର୍ଯ୍ୟ କରୁଥିଲେ । ୨୦୧୪ ମାର୍ଚ୍ଚ ୨୭ ତାରିଖ ଦିନ ଗାଡି ଡ୍ରାଇଭର ସୁଶାନ୍ତ ଦାସ ମାଲିକ କାହ୍ନୁ ଲେଙ୍କାଙ୍କୁ ଗୈାରାଙ୍ଗର ଅନୁପସ୍ଥିତି ସଂପର୍କରେ ଜଣାଇ ଥିଲେ । ସୂଚନା ପାଇ କାହ୍ନୁ ଚରଣ ଯାଜପୁର ରୋଡ ଥାନା ଅନ୍ତର୍ଗତ ଗୈାରାଙ୍ଗ ରହୁଥିବା କହ୍ନେଇପୁର ଅଞ୍ଚଳ ଖୋଜାଖୋଜି କରି ଯାଜପୁର ରୋଡ ଥାନାକୁ ଆସିଥିଲେ । ସେ ସମୟରେ ତତ୍କାଳିନ ଆଇ.ଆଇ.ସି. ନିଖୋଜ ସ୍ଥାନ ଯାଜପୁର ରୋଡର ସ୍ଥାନୀୟ ଅଞ୍ଚଳ ଓ ଆଖପାଖ ଇଲାକା ଅନୁସନ୍ଧାନ କରିଥିଲେ ମଧ୍ୟ ଗୈାରାଙ୍ଗକୁ ଖୋଜିବାରେ ସପଂଳ ହୋଇପାରି ନ ଥିଲେ । ଯାଜପୁର ଜିଲ୍ଳ୍ାର ସମସ୍ତ ବଜାର ଅଞ୍ଚଳ, ସାପ୍ତାହିକ ହାଟ, ଜେଲ, ସବ୍ ଜେଲ୍ ଗୁଡିକରେ ମଧ୍ୟ ଅନୁସନ୍ଧାନ କରାଯାଇଥିଲା । ଡ୍ରାଇଭର ସୁଶାନ୍ତ ଏବଂ ଗାଡି ମାଲିକ କାହ୍ନୁ ଚରଣଙ୍କୁ ମଧ୍ୟ ପୋଲିସ ଜେରା କରିଥିଲା । ନିଖୋଜ ବ୍ୟକ୍ତିଙ୍କ ଅନୁସନ୍ଧାନ ପାଇଁ ଯାଜପୁରର ସମସ୍ତ ଥାନା ଏବଂ ସୀମାନ୍ତବର୍ତ୍ତୀ ଜିଲ୍ଳ୍ା ଗୁଡିକରେ ଠଐୠ ମାଧ୍ୟମରେ ଯୋଗାଯୋଗ କରିଥିଲେ ହେଁ ଏ ପର୍ଯ୍ୟନ୍ତ ଗୈାରାଙ୍ଗର ସନ୍ଧାନ ମିଳିପାରି ନାହିଁ । ଏ ସମ୍ୱନ୍ଧରେ ଧର୍ମଶାଳା ଥାନା ଏମ୍.ଏମ୍.ଆର. ନଂ. ୧୧/୨୦୧୪ ରେ ଏକ ମିସିଂ ରିପୋର୍ଟ ଦରଜ କରାଯାଇଥିଲା । ଯଦି କୈାଣସି ସହୃଦୟ ବ୍ୟକ୍ତି ଗୈାରାଙ୍ଗର ସନ୍ଧାନ ପାଆନ୍ତି ତେବେ ନିକଟସ୍ଥ ପୋଲିସ ଷ୍ଟେସନରେ ଜଣାଇବାକୁ ଧର୍ମଶାଳା ଥାନା ଅଧିକାରୀ ନିବେଦନ କରିଚ୍ଥନ୍ତି ।
୮ ବର୍ଷ ଧରି ନିଖୋଜ ଅଚ୍ଥନ୍ତି ଧର୍ମଶାଳାର ଗୈାରାଙ୍ଗ ବସନ୍ତିଆ
|
November 23, 2022 |
