ବାରିପଦା, ୨୫/୯(ସନ୍ଧାନ ନ୍ୟୁଜ୍ /ଲିଙ୍ଗରାଜ ପଣ୍ଡା) : ଅର୍ଥ ଲୋଭ ମଣିଷକୁ ଅନ୍ଧ କରିଛି । ମାନବିକତା, ଦୟା, କ୍ଷମା ଭଳି ଗୁଣଠାରୁ ଦୂରେଇ ଯାଉଛି ମଣିଷ । କେବଳ ଅର୍ଥ ହିଁ ମଣିଷ ନିକଟରେ ମୁଖ୍ୟ ବସ୍ତୁଭାବେ ଉଭା ହୋଇଥିବାବେଳେ ହିତାହତ ଜ୍ଞାନ ହରାଇ ମଣିଷ ପଣିଆକୁ ଭୁଲି ନିର୍ଦ୍ଦୟ ଓ ହିଂସ୍ର ଆଚରଣ ପ୍ରଦର୍ଶନ କରୁଛି । ଏଭଳି ଏକ ଘଟଣା ମୟୁରଭଞ୍ଜ ଜି ଲୁ। କରଞ୍ଜିଆ ଥାନା ଅଞ୍ଚଳରେ ଦେଖିବାକୁ ମିଳିଛି । କିଆପାଣପୋଶୀ ଗାଁରେ ସପ୍ତମ ଶ୍ରେଣୀରେ ପଢୁଥିବା ଜଣେ ୧୪ ବର୍ଷିୟ ଛାତ୍ରକୁ ମାତ୍ର ୫୦୦ ଟଙ୍କା ଚୋରି ଅଭିଯୋଗରେ ପଡୋଶୀମାନେ ପିଟି ପିଟି ମାରିଦେଇଥିବା ଭଳି ଏକ ଚାଞ୍ଚଲ୍ୟକର ଘଟଣା ଘଟିଛି । କରୋନା ମହାମାରୀବେଳେ ଏଭଳି ହୃଦୟବିଦାରକ ହତ୍ୟାକାଣ୍ଡ ସାରା ଜିଲ୍ଲାରେ ଚର୍ଚ୍ଚାର ବିଷୟ ପାଲଟିଛି । ସୂଚନା ଅନୁଯାୟୀ, ଗ୍ରାମର ସ୍ବର୍ଗତ ଯୋଗେଶ୍ବର ବେହେରାଙ୍କ ସାନ ପୁଅ ତା’ର ମୃତ୍ୟୁ ଘଟିଥିଲା । ତାକୁ ମାରପିଟ୍ କରି ଥିବା ସମ୍ପୂକ୍ତ ମହିଳା ସ୍ବୀକାର କରିଥିଲେ ବି କିପରି ମୃତ୍ୟୁ ଘଟିଲା ତାହା ଜାଣି ନଥିବା କହିଛନ୍ତି । ଖବର ପାଇ କରଞ୍ଜିଆ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ଲାଗି ପଠାଇବା ସହିତ ସାଇଣ୍ଟିଫିକ ଟିମ୍ ସହାୟତାରେ ତଦନ୍ତ ଚଳାଇଛି । ପାରିପାର୍ଶିକ ସ୍ଥିତିରୁ ଏହା ଏକ ହତ୍ୟାକାଣ୍ଡ ବୋଲି ପୁଲିସ୍ ସନ୍ଦେହ କରୁଛି । ତେବେ ବ୍ୟବଚ୍ଛେଦ ରିପୋର୍ଟ ମିଳିବା ପରେ ମୃତ୍ୟୁର ପ୍ରକୃତ କାରଣ ସ୍ପଷ୍ଟ ହେବା ବୋଲି ପୁଲିସ୍ ପକ୍ଷରୁ କୁହାଯାଇଛି । ନାବାଳକ ହତ୍ୟାକାଣ୍ଡକୁ ସବୁ ମହଲରେ ନିନ୍ଦା କରାଯାଇଛି ।
ତାଜା ଖବର
- ଆମ ପ୍ରାଚୀନ ସଭ୍ୟତାକୁ ଚିହ୍ନିବା ଆବଶ୍ୟକ, ଭାତର ବିଶ୍ୱକୁ ଦିଗଦର୍ଶନ ଦେବ ତାହା ଆଗମୀ ପିଢ଼ୀ ମାନଙ୍କ ପାଇଁ ସମ୍ଭବ ହେବ: ସାଂସଦ ଡକ୍ଟର ରବିନ୍ଦ୍ର ନାରାୟଣ ବେହେରା; ଡି.ୟୁ ପବ୍ଲିକ ସ୍କୁଲର ବାର୍ଷିକ ଉତ୍ସବ ଅନୁଷ୍ଠିତ
- କଲାଣ୍ଡରେ ଉଦଯାପିତ ହେଲା ୪୬ତମ ଗଜଉଦ୍ଧାହରଣ ପୁଜା ମହୋଉତ୍ସବ
- ଖାଲି ଫ୍ଲାଟକୁ ୧.୮୫ କୋଟି ଟଙ୍କାରେ ବିକି ବୃଦ୍ଧାଙ୍କ ସମେତ ତିନି ଗିରଫ
- ଅବପାତରେ ପରିଣତ ହେଲା ଲଘୁଚାପ, ୪ ଜିଲ୍ଲାରେ ପ୍ରବଳ ବର୍ଷା
- ଆଜି ସବୁଠାରୁ ଛୋଟ ଦିନ, ରାତି ହେବ ଲମ୍ବା
- ଓଡ଼ିଶା ସାମ୍ବାଦିକ ସଂଘର ଜିଲ୍ଲା ସଭାପତି ଭାବେ ହିମାଂଶୁ, କାର୍ଯ୍ୟକାରୀ ସଭାପତି ସୁକାନ୍ତ ଏବଂ ସାଧାରଣ ସମ୍ପାଦକ ସରୋଜ ନିର୍ବାଚିତ
- ଲଘୁଚାପ ବର୍ଷାରେ କ୍ଷେତ ଓ ଖଳାରେ ଭିଜୁଛି ପାଚିଲା ଧାନ: ଚିନ୍ତାରେ ଚାଷୀ କୂଳ
- ବାଲିଗୁଡା : ଗ୍ୟାସ ହାଣ୍ଡି ଫାଟି ଚିକେନ ଦୋକାନୀ ଗୁରୁତର
- ବାଣପୁର: ଗୋଦାବରୀଶ ମହାବିଦ୍ୟାଳୟରେ ଜାତୀୟ ପାଠ୍ୟ ଆଲୋଚନା ଚକ୍ର
- ମହୁକୁଦ ସେବାଶ୍ରମ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ