୩ ମାସ ବିତିଲା ଏନ.ଏଚ୍‌-୫୩ ଠାରୁ ଗୋଡ଼ିପାଟିଆ ରାସ୍ତା ଦୂର୍ନିତୀର ତଦନ୍ତ ହେଲାନି, ସକାଳ ପିଚୁ ସନ୍ଧ୍ୟାରେ ଉଠିଗଲା

Spread the love

ଯାଜପୁର, ୦୪/୦୬(ସନ୍ଧାନ ନିୟୁଜ୍‌)-ଯାଜପୁର ଜିଲାର ଜାରକା ଗ୍ରାମ୍ୟ ଉନ୍ନୟନ ଡ଼ିଭିଜନ୍ ଅନ୍ତର୍ଗତ ଧର୍ମଶାଳା ଆର.ଡ଼ି ସବ ଡ଼ିଭିଜନ୍ ଅଧିନ ୫୩ ନମ୍ବର ଜାତୀୟ ରାଜପଥ ଠାରୁ ଗୋଡ଼ି ପାଟିଆ ଦେଇ ଜେନାପୁର ଯାଇଥିବା ଗ୍ରାମ୍ୟ ଉନ୍ନୟନ ରାସ୍ତା ମରାମତି କାର୍ଯ୍ୟରେ ବ୍ୟାପକ ଦୂର୍ନିତୀ ହୋଇଥିବା ଅଭିଯୋଗ ହୋଇଥିଲା । ଏହି ରାସ୍ତାର ପ୍ରାୟ ୩ କିମି ଅଂଶ ୨୦୨୧ ଫେବୃଆରୀ ରୁ ମାର୍ଚ୍ଚ ୧୫ ମଧ୍ୟରେ ମରାମତି ହୋଇଥିଲା । ଯେଉଁଦିନ ଏହି ରାସ୍ତା ମରାମତି ହୋଇଥିଲା ସକାଳୁ ହୋଇଥିବା ପିଚୁ ସନ୍ଧ୍ୟାକୁ ଆପେ ଆପେ ଉଠିବା ଆରମ୍ଭ କରିଥିଲା । ମରାମତିର ୭ ଦିନ ମଧ୍ୟରେ ଏହି ରାସ୍ତାକୁ ପ୍ରାୟ ୧.୫ କିମି ପିଚୁ ଉଠି ଯାଇଥିଲା । ଏଥିନେଇ ନିର୍ମାଣ କାର୍ଯ୍ୟରେ ନିଯୋଜିତ ଠିକାଦାରଙ୍କୁ ସ୍ଥାନୀୟ ଗୋଡ଼ି ପାଟିଆ, ଭେଜିଗୋଠ ଓ ଦଣ୍ଡାଘାଟି ଗ୍ରାମର ଲୋକେ ଅଭିଯୋଗ କରିଥିଲେ ମଧ୍ୟ ସଂପୃକ୍ତ ଠିକାଦାର ଲୋକଙ୍କ କଥା ନଶୁଣି କାମ ସାରି ଚାଲିଯାଇଥିଲା । ମରାମତି କାର୍ଯ୍ୟ ଚାଲିଥିଲା ବେଳେ ଧର୍ମଶାଳା ଆର.ଡ଼ି ସବ ଡ଼ିଭିଜନର ଅତିରିକ୍ତ ନିର୍ବାହୀ ଯନ୍ତ୍ରୀ ଶ୍ରୀ ଦ୍ୱିବେଦି ଓ କନିଷ୍ଠ ଯନ୍ତ୍ରୀଙ୍କୁ ରାସ୍ତାର ଅବସ୍ଥା ନେଇ ଅବଗତ କରିଥିଲେ ମଧ୍ୟ ସେମାନେ ଏଥିପ୍ରତି ଦୃଷ୍ଟି ଦେଇନଥିଲେ । ପରେ ଲୋକମାନେ ଏ ସଂପର୍କରେ ଜାରକା ସ୍ଥିତ ଆର.ଡ଼ି କାର୍ଯ୍ୟାଳୟରେ ସଂପୃକ୍ତ ଜେ.ଇ ଏବଂ ଅତିରିକ୍ତ ନିର୍ବାହୀ ଯନ୍ତ୍ରୀ ଶ୍ରୀ ଦ୍ୱିବେଦୀଙ୍କୁ ଭେଟି ଅଭିଯୋଗ ପତ୍ର ଦେବା ସହ ଏ ସଂପର୍କରେ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବୀ କରିଥିଲେ ତେବେ ଇତି ମଧ୍ୟରେ ୩ ମାସ ଅତିକ୍ରାନ୍ତ ହୋଇଥିଲେ ମଧ୍ୟ ରାସ୍ତାର ଦୂର୍ନିତୀ ନେଇ କୌଣସି ତଦନ୍ତ ବା କାର୍ଯର୍୍ୟାନୁଷ୍ଠାନ ହୋଇନାହିଁ । ଅପରପକ୍ଷେ କାର୍ଯ୍ୟାଳୟକୁ ଯାଇଥିବା ଲୋକମାନଙ୍କୁ ଅତିରିକ୍ତ ନିର୍ବାହୀ ଯନ୍ତ୍ରୀ ଶ୍ରୀ ଦ୍ୱିବେଦୀ ର୍ଦୁବ୍ୟବହାର ପ୍ରଦର୍ଶନ କରିଥିବା ଲୋକେ ଅଭିଯୋଗ କରିଛନ୍ତି । ଠିକାଦାର ଏବଂ ଯନ୍ତ୍ରୀଙ୍କ ମଧ୍ୟରେ ମଧୁଚନ୍ଦ୍ରିକା ଯୋଗୁଁ ଲକ୍ଷ ଲକ୍ଷ ଟଙ୍କାର ସରକାରୀ ଅର୍ଥ ଆତ୍ମସାତ୍ ହେବା ସହ ଏହି ରାସ୍ତା ମରାମତି କରିଥିବା ଠିକାଦାରଙ୍କ ପ୍ରତି କାର୍ଯ୍ୟାନୁଷ୍ଠାନ ହେବା ବଦଳରେ ତାଙ୍କୁ କାର୍ଯ୍ୟାଳୟରେ ଅତିଥି ସତ୍କାର କରାଯାଉଥିବା ଅଭିଯୋଗ ହୋଇଛି । ଏଥିନେଇ ଲୋକମାନଙ୍କ ପକ୍ଷରୁ ରାଜ୍ୟ ମୂଖ୍ୟମନ୍ତ୍ରୀ, ଯାଜପୁର ଜିଲାପାଳ, ଆର.ଡ଼ି ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଓ ନିର୍ବାହୀ ଯନ୍ତ୍ରୀଙ୍କୁ ଦାବୀପତ୍ର ପ୍ରଦାନ କରାଯାଇଛି । 

Related Posts

About The Author

Add Comment