୨୦ ଫୁଟ ତଳକୁ ଖସିଲା ଗାଡ଼ି, ୯ ଆହତ

Spread the love

ଚାନ୍ଦବାଲି,12.12.2020 (ସନ୍ଧାନ ନିଉଜ୍/ଲିଙ୍ଗରାଜ ପଣ୍ଡା): ଚତୁର୍ଥୀ ଭାର ନେଇ ସମ୍ପର୍କୀୟଙ୍କ ଘରକୁ ଆସୁଥିବାବେଳେ ଦ୍ରୁତଗତିରେ ଥିବାରୁ ଏକ ବୋଲେରୋ ଦୁର୍ଘଟଣାଗ୍ରସ୍ତ ହୋଇ ରାସ୍ତାରୁ୨୦ ଫୁଟ ତଳକୁ ଖସିପଡ଼ିଛି। ଫଳରେ ୯ଜଣ ଯାତ୍ରୀ ଆହତ ହୋଇଛନ୍ତି। ସୂଚନା ଅନୁଯାୟୀ ଚାନ୍ଦବାଲି ବ୍ଲକର ଜଳେଶ୍ୱରପୁର ଗ୍ରାମରୁ ତିହିଡି ବ୍ଲକର ପୀରହାଟକୁ ଚତୁର୍ଥୀ ଭାର ନେଇ ଆସୁଥିବା ବେଳେ ଭଦ୍ରକ-ଚାନ୍ଦବାଲି ରାସ୍ତାର ନାଲଗୁଣ୍ଡାରେ ବୋଲେରୋଟି ଭାରସାମ୍ୟ ହରାଇ ରାସ୍ତାପାର୍ଶ୍ବରେ ଥିବା ଏକ ବିଦ୍ୟୁତ ଖୁଣ୍ଟକୁ ଧକ୍କା ଦେଇଥୁଲା। ଗାଡିଟି ଦ୍ରୁତଗତିରେଥିବାରୁ ବିଦ୍ୟୁତଖୁଣ୍ଟକୁ ଭାଙ୍ଗି ୨୦ ଫୁଟ ତଳକୁ ଖସି ପଡ଼ିଥୁଲା। ଫଳରେ ଏଥିରେ ଥିବା ୧୧ ଜଣଙ୍କ ମଧ୍ୟରୁ ୯ ଜଣ ଆହତ ହୋଇଛନ୍ତି। ବୋଲେରୋ ଚାଳକ ଫେରାର ହୋଇଯାଇଛି। ସ୍ଥାନୀୟ ଲୋକେ ବୋଲେରୋରେ ଅଟକି ଥିବା ଲୋକଙ୍କୁ ଉଦ୍ଧାର କରି ତିହିଡ଼ି ଡାକ୍ତଖାନାରେ ଭର୍ତ୍ତି କରିଥିଲେ। ସେମାନଙ୍କ ଅବସ୍ଥା ଗୁରୁତରଥୁବାରୁ ତିହିଡ଼ି ଡାକ୍ତରଖାନାରୁ ତାଙ୍କୁ ଭଦ୍ରକ ଓ ସେଠାରୁ କଟକ ବଡମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ଆହତମାନେ ମତୋ ଗ୍ରାମର ପ୍ରମିଳା ବେହେରା (୧୭), ମହରମପୁର ଗ୍ରାମର ଶୁଭଶ୍ରୀ ମଲ୍ଲିକ (୧୨), ଅନିମେଷ ମଲ୍ଲିକ, କରଣପୋଖରୀ ଗ୍ରାମର ମଞ୍ଜୁଲତା ବେହେରା (୪୫), ରାଜେଶବେହେରା (୧୧), ଜଳେଶ୍ୱରପୁର ଗ୍ରାମର ବିଶ୍ଵରୂପା ଭୋଇ (୧୫), କୁନିଲତା ବେହେରା (୨୦) ଏବଂ ନମେଇସାହି ଗ୍ରାମର ମିନତି ବୀର (୨୯) ଓ ଆୟୁଷବୀର (୭) ବୋଲି ଜଣାପଡ଼ିଛି।

Related Posts

About The Author

Add Comment