ୟଙ୍ଗଷ୍ଟାର କ୍ରିକେଟ କ୍ଲପ ଆନୁକୁଲ୍ୟରେ ଫାଇନାଲ ଦିବସ

Spread the love

ଯାଜପୁର ସଦର, ୦୨ା୦୧: ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ ଅନ୍ତର୍ଗତ ବ୍ରହ୍ମବରଦା ହାଜିରହିମିଆଁ ହାଇସ୍କୁଲ ପରିଶରରେ ୟଙ୍ଗଷ୍ଟାର କ୍ରିକେଟ ଏକାଦଶର ଅନୁଷ୍ଟିତ କରାଯାଉଥିବା କ୍ରିକେଟ ଏକାଦଶର ଭୂବନେଶ୍ୱର କ୍ରିକେଟ ଏକାଦଶ ଚମ୍ପିଆନ ହୋଇଚି । ୟଙ୍ଗଷ୍ଟାର କ୍ରିକେଟ କ୍ଲପ ଆନୁକୁଲ୍ୟରେ ୧୪ ତମ ରାଜ୍ୟ ସ୍ଥରୀୟ କ୍ରିକେଟ ଏକାଦଶର ଉଦ୍‌ଯାପନ ଅନୁଷ୍ଟିତ ହୋଇଥିଲେ । ଏହି ଅବସରରେ ଯୋଗଦେଇଥିବା ବିଏମସି କ୍ରିକେଟ କ୍ଲପ ଗୋଳକୁଣ୍ଡ ଯାଜପୁରକୁ ହରାଇ ପ୍ରଗତି ସ୍ପୋଟିଙ୍ଗ କ୍ଲପ ଚମ୍ପିଆନ ହୋଇଚି । ବିଏମସି କ୍ରିକେଟ କ୍ଲପ୍ ଟସ ଜିତି ବ୍ୟାଟିଙ୍ଗ କରିବାର ନିଷ୍ପତି ନେଇଥିଲେ । ଦଳ ନିର୍ଦ୍ଧାରିତ ସମୟ ମଧ୍ୟରେ ୨୫ ଓଭର ଖେଳ ଖେଳି ୯ ୱିକେଟ ହରାଇ ୧୬୬ ରନ ସଂଗ୍ରହ କରିଥିଲା । ଦଳ ତରଫରୁ ଶିବ ସୁନ୍ଦର ଦାସ ୪୫ ବଲରେ ୬୧ ରନ ସଂଗ୍ରହ କରିଥିଲେ । ଅପର ପକ୍ଷରେ ବୋଲର ସମୁନ ଦାସ ୫ ଓଭର ବୋଲିଂ କରି ୨୦ ରନବ ଦେଇ ୩ଟି ୱିକେଟ ନେଇଥିଲେ । ଏହାର ଜବାବରେ ପ୍ରଗତି ସ୍ପୋଟିଂ ୨୧.୧ ଓଭର ଖେଳି ୬ ୱିକେଟ ହରାଇ ଚମ୍ପିଆନ ହୋଇଥିଲା । ଦଳ ପକ୍ଷରୁ ମିଲନ ସାମଲ ୩୦ ବଲରେ ୫୭ ରନ ସଂଗ୍ରହ କରିଥିଲେ । ଅନ୍ୟ ଦଳର ବୋଲର ଶିବ ସୁନ୍ଦର ଦାସ ୫ ଓଭର ବୋଲିଂ କରି ୨୮ ରନ ଦେଇ ୨ଟି ୱିକେଟ ହାସଲ କରିଥିଲେ । ବିଏମ୍‌ସି କ୍ରିକେଟ କ୍ଲବର ଶିବସୁନ୍ଦର ଦାସଙ୍କ ମାନ୍ୟଅଫ ମ୍ୟାଚ ଓ ବିପକ୍ଷ ଦଳର ଟୁକୁନା ସାହୁଙ୍କୁ ମ୍ୟାନ ଅଫ ଦି ସିରଜ ଘୋଷଣା କରାଯାଇଥିଲା । ଏହି ପୁରସ୍କୃତ ସଭାରେ ମୁକ୍ୟ ଅତିଥି ଭାବେ ବରୀ ବିଧାୟୀକା ସୁନନ୍ଦା ଦାସ ଯୋଗଦେଇଥିବା ବେଳେ, ସମ୍ମାନୀୟ ଅତିôତ ବ୍ରହ୍ମବରଦା ପଂଚାୟତ ସରପଂଚ ମମତା ଶୁଭଦର୍ଶିନୀ ଦେଓ, ୩୬ ନଂ ଜୋନ ଜିଲ୍ଲାପରିଷଦ ସଭ୍ୟା ଭାରତୀ ବିଶ୍ୱାଳ ଯୋଗ ଦେଇଥିଲେ । ବ୍ରହ୍ମବରଦ ସମିତି ସଭ୍ୟା ରୁକ୍‌ସାନା ପରିୱିନ ଯୋଗଦାନ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ପୂର୍ବତନ ସରପଂଚ ବିପିନ ିବହାରି ଦେଓ, ବିଡ଼ି ଶ୍ରମିକ ସଂଘ ସଭାପତି ପ୍ରଦିପ ଦାସ, ଯୁବ ନେତା ପ୍ରଫୁଲ ଗିରି, ବିଜୁ ଜନତା ଦଳର ବହୁ ଯୁବ କର୍ମି ରାକେଶ କୁମାର ଦେଓ, ବରୀ ବିଧାୟୀକା ସୁନନ୍ଦା ଦାସ ବିଜୟୀ ଦଳକୁ ଟ୍ରଫି ପ୍ରଦାନ କରିଥିଲେ । ମ୍ୟାନ ଅଫ ଦି ମ୍ୟାଚ ପ୍ରତି ସ୍ପୋଟିଂର ଟୁକୁନା ସାହୁଙ୍କୁ ମ୍ୟାନ ଅଫ ଦି ସିରିଜ ଭାବେ ଘୋଷଣା କରାଯାଇ ଅତିଥି ମାନେ ପୁରସ୍କୃତ କରିଥିଲେ ।

Related Posts

About The Author

Add Comment