ବ୍ରାହ୍ମଣୀନଦୀରେ ଦୁଇ ସାଙ୍ଗଙ୍କ ଜୀବନ ଦିପ ଲିଭିଗଲା

Spread the love
  •  
  •  
  •  
  •  
  •  

ଯାଜପୁର ସଦର,୨୧ା୦୬(ସନ୍ଧାନ ନିଉଜ ): ଯାଜପୁର ଜିଲ୍ଲା ବରୀ ବ୍ଲକ୍ ଅନ୍ତର୍ଗତ ବାଲିଆ ପଂଚାୟତର ୩ଜଣ ସାଙ୍ଗ ଏକାଠି ଗତକାଲି ଗାଧୋଇବାକୁ ଯାଇଥିବା ବେଳେ, ଜଣେ ସାଙ୍ଗ ନଦୀରେ ନଦୀଗର୍ଭର କିଛି ଦୂରକୁ ଚାଲିଯାଇଥିବା ଦେଖି ଆଉ ଦୁଇ ସାଙ୍ଗ ଉଦ୍ଧାର କରିବା ପାଇଁ ଯାଇଥିବା ବେଳେ, ଶେଷରେ ବ୍ରାହ୍ମଣୀ ନଦୀରେ ଦୁଇ ସାଙ୍ଗଙ୍କ ଜୀବନ ଦ୍ୱିପ ଲିଭିଯାଇଥିଲା । ଜଣକୁ ଗ୍ରାମବାସୀମାନେ ଉଦ୍ଦାର କରିଥିଲେ । ଘଟଣାରୁ ପ୍ରକାଶ ଯେ, ବାଲିଆ ପଂଚାୟତ ବାଲିଆ ଗ୍ରାମର କାଳନ୍ଦି ପଣ୍ଡାଙ୍କ ପୁଅ ଜିତେନ୍ଦ୍ର ପଣ୍ଡା(୧୯), ଶରତ ମିଶ୍ରଙ୍କ ପୁଅ ସୁନିଲ ମିଶ୍ର(୨୩) ଶଙ୍କରାକୂଳ ନଦୀଛନ୍ଦାରେ ଦୁଇ ଜଣ ସାଙ୍ଗ ଭାସି ଯାଇଥିବା ଦେଖିବାକୁ ମିଳିଥିଲା । ଗ୍ରାମବାସୀମାନେ ଦୁଇ ଜଣଙ୍କୁ ଉଦ୍ଧାର କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ସେମାନେ ପ୍ରଖର ସ୍ରୋତରେ ନଦୀ ଗର୍ଭକୁ ଚାଲିଯାଇଥିଲେ । ଯାହାକି ବରୀ ଦମକଳ ବାହିନି ଘଟଣା ସ୍ଥଳରେ ପହଞ୍ôଚ ଉଦ୍ଧାର କରିବା କୁ ଚେଷ୍ଟା କରିଥିବା ବେଳେ, ଦୁଇ ଜଣଙ୍କର ନଦୀ ଗର୍ଭରେ ଜୀବନ ଦିପ ଲିଭିଯାଇଥିଲା । ଏଠାରେ ସୂଚନା ଯୋଗ୍ୟ ଯେ, ତିନି ସାଙ୍ଗ ସେନାବାହିନୀରେ ଚାକିରି କରିବା ପାଇଁ ପରୀକ୍ଷା ଦେଇଥିଲେ । ବରୀ ପୋଲିସ ଘଟଣା ସ୍ଥଳରେ ପହଁଞ୍ôଚ ଶବକୁ ଜବତ କରିବା ସହିତ ପୋଷ୍ଟ ବଟମ ପାଇଁ ଯାଜପୁର ମେଡିକାଲକୁ ପଠାଇ ଥିବା ଜଣାଯାଇଛି । ବରୀ ଥାନା ପୋଲିସ ପକ୍ଷରୁ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇଚି । ଜଣେ ସାଙ୍ଗ ସଂଜୟ ଜୀବିତ ଅବସ୍ଥାରେ ଉଦ୍ଧାର ହୋଇଥିବା ବେଳେ, ଆଉ ଦୁଇ ସାଙ୍ଗଙ୍କର ବ୍ରାହ୍ମଣୀ ନଦୀରେ ଜୀବନ ଦିପ ଲିଭି ଗଲା । ସୁନିଲ ଓ ଜିତେନ୍ଦ୍ରଙ୍କ ମୃତ୍ୟୁରେ ବାଲିଆ ଗ୍ରାମରେ ଶୋକର ଛାୟା ଖେଳିଯାଇଚି ।

Related Posts

About The Author

Add Comment