ଯାଜପୁର ତା ୨୪/୧୧/୨୦୨୨ (ସନ୍ଧାନ ନିଉଜ) : ଗୁରୁବାର ଅପରାହ୍ନରେ ଜିଲ୍ଲା ପରିଷଦ ମିନି କନପଂରେନ୍ସ ହଲରେ ଆଗାମୀ ହକି ବିଶ୍ୱ କପ୍ ଆୟୋଜନ ସମୟରେ ଯାଜପୁର ଜିଲ୍ଲାରେ ବିଭିନ୍ନ କ୍ରୀଡାର ଆୟୋଜନ ନିମନ୍ତେ ଏକ ବୈଠକର ଆୟୋଜନ କରାଯାଇଥିଲା । ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଅଶୋକ କୁମାର ବେହୁରିଆ ଅଧ୍ୟକ୍ଷତା କରି କହିଲେ ଯେ, ରାଜ୍ୟରେ ପୁରୁଷ ହକୀ ବିଶ୍ୱ କପ୍ ଆୟୋଜନ ପରିପ୍ରେକ୍ଷୀରେ ସାରା ରାଜ୍ୟକୁ ଉତ୍ସବ ମୁଖର କରିବାକୁ ରାଜ୍ୟ ସରକାର ଚିନ୍ତା କରିଚ୍ଥନ୍ତି । ୨୦୨୩ ଜାନୁୟାରୀ ୧୩ ତାରିଖରୁ ୨୯ ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ଏହି ବିଶ୍ୱ କପ୍କୁ ସ୍ମରଣୀୟ କରିବା ପାଇଁ ରାଜ୍ୟର ପ୍ରତ୍ୟେକ ଜିଲ୍ଲାରେ ବିଭିନ୍ନ କ୍ରୀଡା ଅନୁଷ୍ଠିତ ହେବ । ଜିଲ୍ଲାର ପଞ୍ଚାୟତ ଏବଂ ବ୍ଳକ ସ୍ତରରୁ ଆରମ୍ଭ ହୋଇ ଜିଲ୍ଲା ସ୍ତରରେ ବିଭିନ୍ନ କ୍ରୀଡା ପ୍ରତିଯୋଗିତା ଯଥା- ପୁଂଟବଲ, ଭଲିବଲ, ଖୋଖୋ, କବାଡି, କ୍ରିକେଟ୍, ଆଥଲେଟ୍ ଆଦି କ୍ରିଡା ଆୟୋଜନ କରାଯାଇ ବିଭିନ୍ନ କ୍ରୀଡା କ୍ଷେତ୍ରରେ କୃତି ପ୍ରତିଯୋଗୀ ମାନଙ୍କୁ ଜିଲ୍ଲା ସ୍ତରରେ ପୁରସ୍କୃତ କରାଯିବ । ଏହି ସମୟରେ ଜିଲ୍ଲା ମାନଙ୍କରେ ଜିଲ୍ଳା ମହୋତ୍ସବ ଆୟୋଜନ ସହ ପଲ୍ଳିଶ୍ରୀ ମେଳା ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଚ୍ଥି । ଏହି କ୍ରମରେ ଯାଜପୁର ଜିଲ୍ଲାରେ ଆସନ୍ତା ୨୦୨୩ ମସିହା ଜାନୁୟାରୀ ୨୦ ତାରିଖରୁ ୨୨ ତାରିଖ ପର୍ଯ୍ୟନ୍ତ ବ୍ୟାସନଗର ସହରାଞ୍ଚଳରେ ୩ ଦିନ ବ୍ୟାପି ପଲ୍ଳିଶ୍ରୀ ମେଳା ଅନୁଷ୍ଠିତ ହେବ । ଦର୍ଶକ ମାନଙ୍କ ମନୋରଂଜନ ପାଇଁ ମେଳା ପରିସରରେ ବଡ ଏଲ୍.ଇ.ଡି. ପରଦା ମାଧ୍ୟମରେ ବିଶ୍ୱ କପ୍ ମ୍ୟାଚର ସିଧା ପ୍ରସାରଣ କରାଯିବ । ଜିଲ୍ଲାର ଏସ୍.ଏଚ୍.ଜି. ସଂଗଠନ ଗୁଡିକ ଏହି କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିବେ । କାର୍ଯ୍ୟକ୍ରମ ସମୟରେ ମହୋତ୍ସବ ସ୍ଥାନରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ମାନ ଅନୁଷ୍ଠିତ ହେବ । ଏହି ଅବସରରେ ଜିଲ୍ଲାରେ କ୍ରୀଡା, ସଂସ୍କୃତି ଆଦିରେ ପାରଙ୍ଗମ ବିଶିଷ୍ଟ ବ୍ୟକ୍ତି ମାନଙ୍କୁ ସମ୍ୱର୍ଦ୍ଧିତ କରାଯିବାର କାର୍ଯ୍ୟକ୍ରମ ରହିଚ୍ଥି । ଏହି ସମୟରେ ଜିଲ୍ଲାର ବିଶିଷ୍ଟ ବ୍ୟକ୍ତିମାନେ ସମାବେଶକୁ ସମ୍ୱୋଧିତ କରିବେ । ଏହି ବୈଠକରେ ଜିଲ୍ଲା ପଞ୍ଚାୟତ ଅଧିକାରୀ ଅଶୋକ କୁମାର ସେଠୀ, ଜିଲ୍ଲା କ୍ରୀଡା ଅଧିକାରୀ ପଂକୀର ମୋହନ ଟୁଡୁ, ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ସରୋଜ କୁମାର ଶତପଥୀ, ଜିଲ୍ଲାସଂସ୍କୃତି ଅଧିକାରୀ ଦୁର୍ଯ୍ୟୋଧନ ମଲ୍ଲିକ, ଓର୍ମାସର ଅଧିକାରୀ, ସମସ୍ତ ବ୍ଳକ ଜି.ପି.ଓ. , ନୋଡାଲ ସେକ୍ରେଟାରୀ, ପି.ଇ.ଟି. ଶିକ୍ଷକ ପ୍ରମୁଖ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ ।
ହକି ବିଶ୍ୱ କପ୍ ସମୟରେ ଜିଲ୍ଲାରେ କ୍ରୀଡ଼ା ଆୟୋଜନ ପାଇଁ ବୌଠକ
|
November 24, 2022 |
