ସ୍ମିତାରାଣୀ ହତ୍ୟା ମାମଲା: ଯାଜପୁର ଜିଲ୍ଲା ପିଇଓ ଏବଂ ଜିଆରଏସ ସଂଘ ପକ୍ଷରୁ ୩ଦଫା ଦାବିବତ୍ର ପ୍ରଦାନ

Spread the love

ଯାଜପୁର, ୨୩/୧୦ (ସନ୍ଧାନ ନିୟୁଜ) ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ହରିଦାସପୁର ପିଇଓ ସ୍ମିତାରାଣୀ ବିଶ୍ୱାଳଙ୍କ ମୃତୁ୍ୟକୁ ୭ଦିନ ବିତିଯାଇଥିଲେ ସୁଧା ଏହାର ପକୃତ ରହସ୍ୟ ଉନ୍ତୋଚନ ହୋଇପାରିନାହିଁ । ପୋଲିସ ପକ୍ଷରୁ ତଦନ୍ତ କରି ସରପଂଚଙ୍କ ସ୍ୱାମୀ ରୁପେଶ ଭଦ୍ରକୁ ଗିରଫ କରି କୋର୍ଟ ଚାଲାଣ କରିବା ପରେ ମଧ୍ୟ ବିବାଦ ଥମିବାରେ ନାଁ ଧରୁନି । ବିଜେପି ପକ୍ଷରୁ ଯାଜପୁର ବନ୍ଦ କରାଯାଇଥିବା ବେଳେ ଗତକାଲି ଧର୍ମଶାଳା ବ୍ଲକ କର୍ମଚାରୀ ସଂଘ କଲମଛାଡ ଆନେ୍ଦାଳନ କରିଥିଲେ । ଆଜି ଯାଜପୁର ଜିଲ୍ଲାର ସମସ୍ତ ବ୍ଲକର ପିଇଓ ଏବଂ ଜିଆରଏସ ମାନେ ସ୍ଥାନୀୟ ଗାନ୍ଧୀଛକ ଠାରୁ ପ୍ଲା କାର୍ଡ ପଦର୍ଶନ ପୂର୍ବକ ଏକ ନିରବ ପ୍ରତିବାଦ ଶୋଭାଯାତ୍ରା କରି ଜିଲ୍ଲାପାଳଙ୍କ କାର୍ଯ୍ୟଳୟରେ ପଂହଚିଥିଲେ । ପରେ ଅତିରିକ୍ତ ଜିଲ୍ଲାପାଳଙ୍କୁ ଏକ ତିନିଦଫା ସମ୍ବଳିତ ଦାବି ପତ୍ର ପ୍ରଦାନ କରାଯାଇଛି । ଦାବି ଗୁଡିକ ମଧ୍ୟରେ ସ୍ମିତାରାଣୀ ମୃତୁ୍ୟ ମାମଲାକୁ ବିଚାରବିଭାଗୀୟ ତଦନ୍ତ ଦାବି କରିବା, ତାଙ୍କ ପରବାରକୁ ୫୦ଲକ୍ଷ ଟଙ୍କା ସହାୟତା ପ୍ରଦାନ କରିବା, ଏବଂ କାର୍ଯ୍ୟସ୍ଥଳରେ କାର୍ଯ୍ୟରତ ଜିଆରଏସ ଏବଂ ପିଇଓ ମାନଙ୍କୁ ସାମଜିକ ସୁରକ୍ଷା ପ୍ରଦାନ କରିବା । ଏହା ପୂରଣ ନହେଲେ ଆଗମୀ ଦିନରେ ରାଜ୍ୟ ସଂଘ ଆନେ୍ଦାଳନ ଓଲ୍ଲାଇବା ସହିତ କାର୍ଯ୍ୟବନ୍ଦ କରାଯିବା ବୋଲି କୁହାଯାଇଛି । ଏଥିରେ ରାଜ୍ୟ ପିଇଓ ଏବଂ ଜିଆରଏସ ସଂଘର ବହୁ କର୍ମକର୍ତ୍ତା ଯୋଗଦେଇଥିଲେ ।

Related Posts

About The Author

Add Comment