ସୁନ୍ଦରଗଡ ଜିଲ୍ଲା ପ୍ରତିଷ୍ଠା ଦିବସ କୁ ନେଇ ପ୍ରସ୍ତୁତି ବୈଠକ

Spread the love

ସୁନ୍ଦରଗଡ ତା: ୨୬/୧୨/୨୦୨୫ ( ସନ୍ଧାନ ନ୍ୟୁଜ) ଜାନୁଆରୀ ୧ ତାରିଖରେ ସ୍ଥାନୀୟ ନାରୀ କଲ୍ୟାଣ କେନ୍ଦ୍ର ପଡ଼ିଆ ଠାରେ ସୁନ୍ଦରଗଡ଼ ଜିଲ୍ଲା ପ୍ରତିଷ୍ଠା ଦିବସ ବା “ସୁନ୍ଦରଗଡ଼ ଦିବସ” ଆୟୋଜିତ ହେବ। ଏନେଇ ସ୍ଥାନୀୟ ସଦଭାବନା ଭବନ ଠାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା।ଏହି ଅବସରରେ ଜିଲ୍ଲା ପ୍ରଶାସନ, କାର୍ଯ୍ୟକ୍ରମକୁ ସରସ ସୁନ୍ଦର ତଥା ଶାନ୍ତିପୂର୍ଣ୍ଣ ଭାବେ ଆୟୋଜନ ନିମନ୍ତେ ସମସ୍ତ କମିଟି, ସଂଗଠନ ତଥା ସମଗ୍ର ଜିଲ୍ଲାବାସୀଙ୍କ ସହଯୋଗ କାମନା କରିଥିଲେ। ବୈଠକରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସୂରଜ ପଟ୍ଟନାୟକ, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ବ) ଶ୍ରୀ ଅଭିମନ୍ୟୁ ମାଝୀ, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଶ୍ରୀ ସୁରଞ୍ଜନ ସାହୁ, ସଦର ଉପଜିଲ୍ଲାପାଳ ଶ୍ରୀମତୀ ତେଜସ୍ଵିନୀ ବେହେରା, ଭାରପ୍ରାପ୍ତ ଜିଲ୍ଲା ସଂସ୍କୃତି ଅଧିକାରୀ, ସୁନ୍ଦରଗଡ଼ ପୌର ପରିଷଦର ଉପ-ଅଧ୍ୟକ୍ଷ, ବିଜେପି ଜିଲ୍ଲା ସଭାପତି,ବିଭିନ୍ନ ପୂଜା କମିଟି, ବିଭିନ୍ନ ସମାଜ, ବିଭିନ୍ନ ସଂଘ, ଅନୁଷ୍ଠାନର କର୍ମକର୍ତ୍ତା ମାନେ ଉପସ୍ଥିତ ରହିଥିଲେ।

Related Posts

About The Author

Add Comment