ସିଆରପିଏଫ୍ ୧୨୭ ବାଟାଲିୟନ ପକ୍ଷରୁ ସିଭିକ୍ ଆକ୍ସନ କାର୍ଯ୍ୟକ୍ରମ ଅନୁଷ୍ଠିତ

Spread the love
ବାଲିଗୁଡ଼ା,୨୬/୦୩.(ସନ୍ଧାନ ନ୍ୟୁଜ/ସଞ୍ଜୟ କୁମାର ପାଣିଗ୍ରାହୀ):  କେନ୍ଦ୍ର ସରକାରଙ୍କ ଗୃହ ମନ୍ତ୍ରଣାଳୟ, ଏବଂ ଓଡିଶା ସେକ୍ଟର ସିଆରପିଏଫ ଆଇଜିଙ୍କ ନିର୍ଦେଶ କ୍ରମେ ବାଲିଗୁଡ଼ା ଥାନା ରେବିଙ୍ଗିଆଠାରେ ସିଭିକ୍ ଆକ୍ସନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ସିଆରପିଏଫ୍ ୧୨୭ ବାଟାଲିୟନ ପକ୍ଷରୁ ସୋଲାର ଷ୍ଟ୍ରିଟ୍ ଲାଇଟ୍ ଏବଂ ସୋଲାର ଲ୍ୟାମ୍ପ ବଣ୍ଟନ କରାଯାଇଛି |  ଏହି କାର୍ଯ୍ୟକ୍ରମରେ ଡେପୁଟି ଇନ୍ସପେକ୍ଟର ଜେନେରାଲ୍ ବିଜୟ କୁମାରଙ୍କ ନିର୍ଦ୍ଦେଶାବଳୀ ଅନୁଯାୟୀ ସିଆରପିଏଫ  ଅଧୀକ୍ଷକ କମଲ, ରେଞ୍ଜ ସମ୍ବଲପୁରଙ୍କ ଉପସ୍ଥିତିରେ ରେବିଙ୍ଗିଆ ପଞ୍ଚାୟତର ଗମାପଦର, ରେବିଙ୍ଗିଆ, ବୁଡାଗୁଡା, ଦୁଲିକିଆ, ପୁକୁରିଶି, ଦିଗିପଡ଼ି, ସାକାରପାଡି, ପୋଡାସାହି ଗ୍ରାମର ଶତାଧିକ ଅଞ୍ଚଳବାସୀଙ୍କୁ କମାଡେଣ୍ଟ ଆନନ୍ଦ ଝା ଏବଂ ଦ୍ୱିତୀୟ କମାଣ୍ଡ ଅଫିସର  ସୁଖବୀର ସିଂ ପ୍ରମୁଖ ସୋଲାର ଦୀପ ଏବଂ ଷ୍ଟ୍ରିଟ୍ ଲାଇଟ୍ ବଣ୍ଟନ କରିଛନ୍ତି । ଏଥିସହିତ ଏହି ଅଞ୍ଚଳର ପିଲାମାନଙ୍କ ପାଇଁ କ୍ରୀଡା ସାମଗ୍ରୀ ଯେପରିକି ଫୁଟବଲ୍, ଭଲିବଲ୍, କ୍ୟାରମ୍ ଏବଂ ପ୍ଲାଷ୍ଟିକ୍ ବାଲଟି  ଇତ୍ୟାଦି ବଣ୍ଟନ କରାଯାଇଥିଲା |  ସୋଲାର ଲ୍ୟାମ୍ପ ଏବଂ ଷ୍ଟ୍ରିଟ୍ ଲାଇଟ୍ ବଣ୍ଟନ ନକ୍ସଲ ପ୍ରଭାବିତ ଅଞ୍ଚଳର ଲୋକଙ୍କୁ ଉପକୃତ କରିବ |  ସୋଲାର ଦୀପ ପାଇବା ଦ୍ୱାରା ସେମାନେ ଟଙ୍କା ସଞ୍ଚୟ କରିବା ସହିତ ଏହା ପିଲାମାନଙ୍କ ପାଠପଢ଼ା ଏବଂ ଅନ୍ୟାନ୍ୟ କାର୍ଯ୍ୟରେ ସହାୟକ ହେବ |  ଏଭଳି କାର୍ଯ୍ୟକ୍ରମ ଆୟୋଜନ କରି ଅଞ୍ଚଳର ଲୋକମାନେ ସରକାରୀ ବ୍ୟବସ୍ଥାରେ ବିଶେଷ କରି କେନ୍ଦ୍ରୀୟ ରିଜର୍ଭ ପୋଲିସ୍ ଫୋର୍ସ ଉପରେ ଏକ ବିଶ୍ୱାସ ଏବଂ ଆତ୍ମବିଶ୍ୱାସ ବଢାଇବେ ବୋଲି ଆଶାବ୍ୟକ୍ତ କରିଛନ୍ତି ସିଆରପିଏଫ୍ କମାଣ୍ଡାଣ୍ଟ୍ ଆନନ୍ଦ ଝା ।  ଏହା ମଧ୍ୟ ଭାରତ ସରକାର ଏବଂ ଓଡିଶା ସରକାରଙ୍କ ଦ୍ୱାରା ପରିଚାଳିତ ସୋଲାର ଶକ୍ତିକୁ ପ୍ରୋତ୍ସାହିତ କରିବ ଏବଂ ଅଞ୍ଚଳବାସୀ ମୁଖ୍ୟ ସ୍ରୋତରେ ଯୋଗଦେବା ପାଇଁ ସାଧାରଣ ଲୋକଙ୍କ ଉତ୍ସାହକୁ ପ୍ରେରଣା ଦେବ। ସିଆରପିଏଫ୍ ପକ୍ଷରୁ ଏଭଳି କାର୍ଯ୍ୟକ୍ରମ ଭବିଷ୍ୟତରେ ଅଧିକ କରାଯିବବୋଲି  ସିଆରପିଏଫ୍ କମାଣ୍ଡାଣ୍ଟ୍ ଶ୍ରୀ ଝା ପ୍ରକାଶ କରିଛନ୍ତି  |

Related Posts

About The Author

Add Comment