ସାରା ରାଜ୍ୟରେ ବଢିବାରେ ଲାଗିଛି ତାପମାତ୍ରା
ଭୁବନେଶ୍ୱର, ୩୦ /୦୩ (ସନ୍ଧାନ ନିୟୁଜ) ଗୋଟିଏ ପଟେ ଦେଶ କରୋନାକୁ ନେଇ ଆତଙ୍କଜନକ ସ୍ଥିତିରେ ଥିବା ବେଳେ ଅନ୍ୟପଟେ ତାପମାତ୍ରା ବୃଦ୍ଧି କାରଣରୁ ଅଂଶୁଘାତ ଭୟ ସୃଷ୍ଟି ହେଲାଣି। ଏହାକୁ ଦୃଷ୍ଟିରେ ରଖି ଓସଡମାର ପରିଚାଳନା ନିର୍ଦେଶକ ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା ସବୁ ଜିଲ୍ଲାପାଳଙ୍କୁ ସତର୍କ କରାଇଛନ୍ତି। ଚିଠି ଲେଖି ଜଣାଇଛନ୍ତି ଯେ ତାପମାତ୍ରା ବୃଦ୍ଧି କାରଣରୁ ଅଂଶୁଘାତ ଆଶଙ୍କାକୁ ଏଡ଼ାଇ ଦେଇ ହେବ ନାହିଁ। ଏଣୁ କରୋନା ମୁକାବିଲା ସହିତ ଏ ଦିଗରେ ମଧ୍ୟ ଜିଲ୍ଲା ପ୍ରଶାସନ ତତ୍ପରତା ଦେଖାଇବା ଆବଶ୍ୟକ। ଶ୍ରୀ ଜେନା ତାଙ୍କ ଚିଠିରେ ଦର୍ଶାଇଛନ୍ତି ଯେ ଗ୍ରୀଷ୍ମଋତୁ ପାଇଁ ସତର୍କ ରହିବା ଲାଗି ଓସଡମା ପୂର୍ବରୁ ସତର୍କ କରାଇଥିଲା। ଏବେ କିନ୍ତୁ ହଠାତ୍ ଦେଖାଯାଉଛି ଯେ ତାପମାତ୍ରା ବଢିବା ଆରମ୍ଭକଲାଣି। ଏହା ମଣିଷ, ପଶୁ ଆଦିଙ୍କ ପ୍ରତି ବିପଦ ବଢାଉଛି। ବିଶେଷକରି ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ସର୍ବୋଚ୍ଚ ତାପମାତ୍ରା ନିୟମିତ ଭାବେ ବଢ଼ିଚାଲିଛି। ଯଦି ଏହି ଧାରାରେ ତାପମାତ୍ରା ବଢିଚାଲେ, ତେବେ ଯେ କୌଣସି ମୁହୂର୍ତରେ ଭାରତର ପାଣିପାଗ ବିଭାଗ ଅଂଶୁଘାତ କଟକଣା ଜାରି କରିପାରନ୍ତି।
|
|
|
Related Posts
About The Author