କେରଳର ସାବରିମାଳା ମନ୍ଦିରରେ ଆୟାପ୍ପା ଭଗବାନଙ୍କୁ ଦେଖିବା ପାଇଁ ପଣ୍ଡିଚେରୀରୁ ଧାଇଁ ଆସିଥିବା ୧୨ ବର୍ଷୀୟା ଝିଅକୁ ମନ୍ଦିରରେ ପଶିବାର ଅନୁମତି ନାହିଁ

Spread the love
  •  
  •  
  •  
  •  
  •  

ଭୁବନେଶ୍ୱର, ୨୦/୧୧ (ସନ୍ଧାନ ନିଉଜ)  : କେରଳର ସାବରିମାଳା ମନ୍ଦିରରେ ଆୟାପ୍ପା ଭଗବାନଙ୍କୁ ଦେଖିବା ପାଇଁ ପଣ୍ଡିଚେରୀରୁ ଧାଇଁ ଆସିଥିବା ୧୨ ବର୍ଷୀୟା ଝିଅକୁ ମନ୍ଦିରରେ ପଶିବାର ଅନୁମତି ଦିଆଯାଇ ନାହିଁ। ନିିଜ ବାପା ସହ ଆସିଥିବା ଏହି କୁନି ଝିଅଟି ମଙ୍ଗଳବାର ସକାଳେ ମନ୍ଦିର ଭିତରକୁ ପଶିବାକୁ ଚେଷ୍ଟା କରିବା ବେଳେ ତାଙ୍କୁ ଅଟକାଇ ବାହାରେ ରହିବାକୁ କୁହାଯାଇଥିଲା।

ନାବାଳିକାର ବୟସ ତଶଙ୍କ ବାପା ୧୦ ବୋଲି କହିଥିବା ବେଳ ତାଙ୍କ ଆଧାରକାର୍ଡରେ ବୟସ ୧୨ ଲେଖା ଯାଇଥିବାର ଦେଖିବାକୁ ମିଳିଥିଲା। ଫଳରେ ମହିଳା ପୁଲିସ୍‌ ନାବାଳିକାକୁ ମନ୍ଦିର ଭିତରକୁ ଯିବାକୁ ବାରଣ କରିଥିଲେ।

ଉଲ୍ଳେଖଯୋଗ୍ୟ, ଶନିବାର ମନ୍ଦିର ଖୋଲିବା ପରେ ମନ୍ଦିର ଭିତରକୁ ପ୍ରବେଶ କରିବାକୁ ଯାଇଥିବା ୧୦ ଜଜଣ ମହିଳାଙ୍କୁ ମନ୍ଦିର ଭିତରକୁ ପଶିବାର ଅନୁମତି ନ ଦେଇ ଫେରାଇ ଦିଆଯାଇଥିଲା। ସେହିପରି ସୋମବାର ଦିନ ମଧ୍ର ୧୦ ରୁ ୫୦ ବର୍ଷ ଭିତରେ ଥିବା ୨ ଜଣ ମହିଳାଙ୍କୁ ମନ୍ଦିର ଭିତରକୁ ପ୍ରବେଶ କରାଯାଇନଥିଲା।

Related Posts

About The Author

Add Comment