ସାମାଜିକ ନ୍ୟାୟ ଅଧିକାର ସଂଗଠନ ପକ୍ଷରୁ ରାଜ୍ୟ ସ୍ତରୀୟ ସାମାଜିକ ଗଣମାଧ୍ୟମର ବ୍ୟବହାର ଉପରେ ରାଜ୍ୟସ୍ତରୀୟ ପ୍ରଶକ୍ଷଣ ଶିବିରି

Spread the love

ଯାଜପୁର, ୧୩/୨ (ସନ୍ଧାନ ନିୟୁଜ/ମାନସ ରାଉତ)- ସଂପ୍ରତି ଯାଜପୁର ଜିଲ୍ଲାର ଧର୍ମଶାଳାର ଜାରକା ପ୍ରୟାଗ ମଣ୍ଡପ ଠାରେ ସାମାଜିକ ନ୍ୟାୟ ପାଇଁ ଆହ୍ୱାନରେ ଏକ ଗୁରୁତ୍ୱପୂର୍ଣ୍ଣ ସଭା ଦିବା ୧୧ଟାରୁ ୨ଟା ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିଲା । ଉକ୍ତ ସଭାରେ ସଭାପତିତ୍ୱ କରିଥିଲେ ଦେବବ୍ରତ ରାଉତ ସାମାଜିକ ନ୍ୟୟ ସଂଗଠନର ଓଡିଶା ଆବାହାକ ଅକ୍ଷୟ କୁମାର ମଲିକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ରବୀନ୍ଦ୍ର କୁମାର ଧିର, ଦୁର୍ଗା ପ୍ରସାଦ ଦାସ, କାଳନ୍ଦୀ ଚରଣ ବାରିକ, ନିର୍ମଳ ଚନ୍ଦ୍ର ସାମଲ, ଅରାବଳ ସରପଂଚ ତ୍ୟାଗ ରଥ, ଟ୍ରେନର ଅକ୍ଷୟ ମଲିକ,ସାମ୍ବାଦିକ ଅନିରୁଦ୍ଧ ସାମନ୍ତରାୟ,ଗବେଷକ ମାନସ କୁମାର ରାଉତ, ଷ୍ଟାଲିନ ଜେନା, ସମାଜସେବୀ, ଶଙ୍କର ପ୍ରତାପ ଦାସ, ଅମୀୟ କୁମାର ପରିଡା, ଦେବାଶିଷ ନାୟକ ପ୍ରମୁଖ ଅତିଥି ଭାବରେ ଯୋଗଦେଇ ସାମଜିକ ଗଣମାଧ୍ୟମରେ କିପରି ସମାଜ ଏବଂ ଅବହେଳିତ ନିଷ୍ପେତିତଙ୍କ ପାଇଁ କାର୍ଯ୍ୟ କରାଯାଇ ପାରିବା ସହତ ତାହାର ସଠିକ୍ ସଦୁପଯୋଗ କରିବାକୁ ମତଦେଇଥିଲେ । ଏପରକି ଯଦି କୌଣସି ବାହାର ବ୍ୟକ୍ତି ଖରାପ ବ୍ୟବହାର କରିବ ତାହା ଉପରେ କିପରି ଆଇନଗତ ବ୍ୟବହାର କରାଯିବା ତାହା ଉପରେ ମଧ୍ୟ ଆଲୋଚନା କରାଯାଇଥିଲା । ଶେଷରେ ବଳରାମ ଦାସ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ସାମାଜିକ ନ୍ୟାୟ ସଂଗଠନର ମୁଖ୍ୟ ଉଦେ୍ଦଶ୍ୟ ସମାଜରେ ଅବହେଳିତ,ନିଷ୍ପେିତିତ ଗରୀବ ଚାଷୀ ଶ୍ରମିକ, ମହିଳା ଯୁବକ ଯୁବତୀ, ଶିଶୁ ମାନଙ୍କର ବିକାଶ କ୍ଷେର୍ରରେ ସରକାରଙ୍କ ଠାରୁ ଅବହେଳିତ ଶ୍ରେଣୀ ପାଇଁ ଉକ୍ତ ସଂଗଠନ ଗୁରୁତ୍ୱାରୋପ କରିବାକୁ ସଭାରେ ବକ୍ତାାମାନେ ମତବ୍ୟକ୍ତ କରିଥିଲେ ।

ଏଥିପାଇଁ ସୋସିଆଲ ମିଡିଆରେ ସାଧାରଣ ଲୋକଙ୍କର ମୌଳିକ ସମସ୍ୟା ଲୋକଲୋଚନକୁ ଆଣିବା ସହ ୍ଗଣ ମାଧ୍ୟମକୁ ଠିକ ଖବର ପରିପ୍ରକାଶ ପାଇଁ ଜଣାଇବା ଏକାନ୍ତ ଜରୁରୀ ବୋଲି କହିଥିଲେ । ଯେଉଁ ନିଷ୍ପେିସିତ ଅଧିକାର ପାଇବାକୁ ହକ ଥିଲେ ମଧ୍ୟ ତାଙ୍କୁ ଜାଣିଶୁଣି ପ୍ରଶାସନ , ରାଜନେତା ମାନେ ଅବହେଳିତ କରିଥିବାରୁ ଉକ୍ତ ସଭା କ୍ଷୋଭ ପ୍ରକାଶ କରିଥିଲା । ଉକ୍ତ ସାମାଜିକ ଅନୁଷ୍ଠାନ ଜନତାଙ୍କ ହିତ ଉଦେ୍ଦଶ୍ୟରେ ନ୍ୟାୟ ପାଇଁ ସଂଗ୍ରହ କରିବ ବୋଲି ଆଜର ଏହି ସଭା ଶପଥ ନେଇଥିଲା । ଓଡିଶାର ପ୍ରଥମ କରି ଉକ୍ତ ସଭା ଏହି ସ୍ଥାନରେ କରାଯାଇଥିଲା ଏହା ସମଗ୍ର ଓଡିଶାକୁ ଦିଗଦର୍ଶନ ଦେବାପାଇଁ ବକ୍ତାମାନ କହିଥିଲେ । ଆଗାମୀ ଦିନରେ ଉକ୍ତ ସଂଗଠନ ଅଧିକ ଅଗ୍ରସର ହେଉଥିବା ସହ ଆନେ୍ଦାଳାନାତ୍ମକ ପନ୍ଥା ଗ୍ରହଣ କରାଯିବ ବୋଲି ସମ୍ଭାବନା ରହିଛି । ଉକ୍ତ ସଭାରେ ଶତାଧିକ କର୍ମୀ ଯ୍ାଜପୁର ଜିଲ୍ଲର ବିଭିନ୍ନ ବ୍ଳକରୁ ଯୋଗ ଦେଇଥିବା ଜଣାଯାଇଛି ।

Related Posts

About The Author

Add Comment