ସୁବର୍ଣ୍ଣପୁର/ସନ୍ଧାନ ନ୍ୟୁଜ: ଲକ୍ଷ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ସର୍ବସାଧାରଣ ଶୌଚାଳୟ କାମରେ ଆସୁନି। ସୁବର୍ଣ୍ଣପୁର ର ପ୍ରସିଦ୍ଧ ଶୈବ ପୀଠ ଶ୍ରୀ ଶ୍ରୀ ସୁବର୍ଣ୍ଣମେରୁ ମନ୍ଦିର ସାମାନାରେ ଭକ୍ତଙ୍କ ଉଦ୍ଦେଶ୍ୟ ରେ ନିର୍ମିତ ହେଇଥିଲା ସର୍ବସାଧାରଣ ଶୌଚାଳୟ। ଏଥି ପାଇଁ ମୁକ୍ତା ଯୋଜନାରୁ ବ୍ୟାପକ ଅର୍ଥ ମଧ୍ୟ ବରାଦ ହୋଇଥଲା କିନ୍ତୁ ତାହା ବନ୍ଦ ପଡିଛି। ପ୍ରଭୁ ସୁବର୍ଣ୍ଣମେରୁ ମନ୍ଦିର ଠାରେ ଶ୍ରାବଣ ମାସରେ ମାସ ସାରା ଜଳଶାୟୀ ତଥା ଭକ୍ତଙ୍କ ଗହଳି ଲାଗି ରହୁ ବେଳେ ଭକ୍ତ ମାନେ ଏଣେ ତେଣେ ପରିସ୍ରା କରିବାକୁ ବାଧ୍ୟ ହେଉଛନ୍ତି। ଆଜି ମଧ୍ୟ ଶ୍ରାବଣ ସୋମବାର ଯୋଗୁଁ ହଜାର ହଜାର ସଂଖ୍ୟାରେ ଜନସମାଗମ ହୋଇଥିବା ବେଳେ ତାହା ବନ୍ଦ ପଡ଼ିଥିବା ଦେଖାଯାଇଥିଲା। ଏ ନେଇ ଭକ୍ତ ଙ୍କ ମନରେ ବ୍ୟାପକ ଅସନ୍ତୋଷ ପ୍ରକାଶ ପାଇଛି। ଏ ନେଇ ସ୍ଥାନୀୟ ବୁଦ୍ଧିଜୀବି ମାନେ ସୋନପୁରରେ ହେଉଥିବା ଉନ୍ନୟନ ମୂଳକ କାର୍ଯ୍ୟକ୍ରମ କେବଳ ଅଫିସର ଓ ଠିକାଦାର ମାନଙ୍କ ସ୍ବାର୍ଥରେ ଉଦ୍ଦିଷ୍ଟ ବୋଲି ମତ ଦେଇଛନ୍ତି।
ତାଜା ଖବର
- ଜିଲ୍ଲା ଓକିଲ ସଂଘ ପକ୍ଷରୁ ପ୍ରଥମ ଥର ପାଇଁ ମାଗଣା ସ୍ୱାସ୍ଥ୍ୟ ଶିବିର
- ଅମାନିଆ ଗାଡ଼ି ପାର୍କିଂ ଉପରେ ଟାଉନ ଥାନାର କଡ଼ା ଆକ୍ସନ, ବିଭିନ୍ନ ସ୍ଥାନରେ ଚଢ଼ାଉ
- ଏକ୍ସ-କ୍ୟାଡର ଶିକ୍ଷକ ସଂଘର ନୂତନ କର୍ମକର୍ତ୍ତା ଚୟନ ଅମୂଲ୍ୟ କୁମାର ନାୟକ ସଭାପତି, ଚିତ୍ରସେନ ବଳ ସମ୍ପାଦକ
- ଜନପ୍ରତିନିଧି ଙ୍କ ସ୍ୱାର୍ଥପରତା ନୀତି କାରଣରୁ ଲୋକଙ୍କ ମୌଲିକ ସୁବିଧା ବିପର୍ଯ୍ୟସ୍ତ
- ଗ୍ରାମାଞ୍ଚଳରେ ଚାଲୁଥିବା ଓ ଏସଆରଟିସି ମୁଖ୍ୟମନ୍ତ୍ରୀ ସେବା ବସ ଫସିଲା କାଦୁଅରେ,ଟ୍ରାକ୍ଟର ସାହାଯ୍ୟରେ ବାହାର ହେଲା ବସ
- ରକ୍ତଦାନ ପରେ ଏବେ ପ୍ରକୃତି ପାଇଁ ‘ରକ୍ତବନ୍ଧୁ’ ସପ୍ତାହକରେ ୫ ଶହରୁ ଊର୍ଦ୍ଧ୍ବ ତାଳଚାରା ରୋପଣ ” ବଜ୍ରପାତ ନିରୋଧ ଓ ପରିବେଶ ସୁରକ୍ଷାର ବାର୍ତ୍ତା
- ଜନ ପ୍ରତିନିଧି ସହିତ ପ୍ରସାଶନିକ ଅଧିକାରୀଙ୍କ ଅବହେଳା,ସୋଲାର ପାଣି ଟାଙ୍କି ଅଚଳ,୫୦ପରିବାର ମୌଳିକ ସୁବିଧାରୁ ବଞ୍ଚିତ
- ମୁଖ୍ୟମନ୍ତ୍ରୀଙ୍କୁ ଅନୁଦାନ ପାଇଁ ଦାବି ଜଣାଇଲେ ଅଧ୍ୟାପକ ଓ କର୍ମଚାରୀ-
- ସ୍ବର୍ଗତ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ରଙ୍ଗାଧର ଙ୍କ ଷଷ୍ଠ ବାର୍ଷିକ ସଙ୍ଗୀତ ଓ ନୃତ୍ୟ ପ୍ରତିଯୋଗିତା।
- ଡୁମ୍ବେରବାହାଲ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ସ୍ୱଚ୍ଛତା ପକ୍ଷ ପାଳନ



