ସମ୍ବଲପୁର, ୧୧/୦୧/୨୦ (ସନ୍ଧାନ ନିଉଜ) : ଉଦ୍ଯାପିତ ହୋଇଯାଇଛି ବିଶ୍ୱ ପ୍ରସିଦ୍ଧ ବରଗଡ଼ର ଧନୁଯାତ୍ରା। ଗତ ଡିସେମ୍ବର ୩୧ରୁ ଆରମ୍ଭ ହୋଇଥିବା ଏହି ଯାତ୍ରା ୧୧ ଦିନ ପରେ ଆଜି ଶେଷ ହୋଇଛି। ଯାତ୍ରାର ଅନ୍ତିମ ଦିନରେ ମଥୁରା ନଗରୀର ପ୍ରବଳ ପ୍ରତାପି ମହାରାଜ କଂସ ନିଜ ଭଣଜା କୃଷ୍ଣଙ୍କ ହାତରେ ମରିଛନ୍ତି। ପୌରାଣିକ କାହାଣୀକୁ ଆଧାର କରି ବହୁ ବର୍ଷରୁ ଆରମ୍ଭ କରାଯାଇଥିବା ଯାତ୍ରା ସମୟରେ କଂସ ମହାରାଜ ବରଗଡ଼ରେ ରାଜୁତି କରିଥିଲେ। ଆଜି ଯାତ୍ରା ସରିବା ପରେ କଂସ ଭୂମିକାରେ ଅବତୀର୍ଣ୍ଣ ହୋଇଥିବା ଭୁବନେଶ୍ୱର ପ୍ରଧାନ ପୁରୀ ଯାଇ ମହୋଦଧିରେ ସ୍ନାନ କରିବେ।
Related Posts
ଅସହାୟ ବୃଦ୍ଧବୃଦ୍ଧାଙ୍କୁ ମାଗଣାରେ ଖାଇବାକୁ ଦେଉଛନ୍ତି ଶେଖ୍ ମହମ୍ମଦ କାଶିମ୍
ଯୁବତୀ ଉପରେ ପେଟ୍ରୋଲ ଢ଼ାଳି ନିଆଁ ଲଗାଇଦେଲା ଯୁବକ
ସୁନ୍ଦରିଆ ଆଦର୍ଶ ପଞ୍ଚାୟତ ଫତେପୁର ଆଦିବାସୀ ଗ୍ରାମରେ ୬ ମାସ ହେଲା ପାଣି ପ୍ରକଳ୍ପ ଅଚଳ ୮ ମାସ ପରେ ପାଣି ନିଷ୍କାସନ ପାଇଁ ତରବରିଆ ଭାବ ଚାଲିଛି ଡ୍ରେନ ନିର୍ମାଣ, ଠିକାଦାର ପୀତ



