ରସୁଲପୁର, ୧୫ /୧୨ (ସନ୍ଧାନ ନିୟୁଜ) ଯାଜପୁର ବ୍ଲକ୍ ଅନ୍ତର୍ଗତ ଝାଲପଡ଼ା ପଞ୍ଚାୟତ କାକୁଡ଼ିକୁଦ ସତ୍ୟସାଇ ଖେଳପଡ଼ିଆରେ ଚାଲିଥିବା ୩୫ତମ ସର୍ବଭାରତୀୟ ସତ୍ୟସାଇ କି୍ରକେଟ୍ ପ୍ରତିଯୋଗିତାର ଆଜି ଉଦ୍ଜାପିତ ହୋଇଯାଇଛି । ଫାଇନାଲ ମ୍ୟାଚ୍ରେ ମା ବଟ ମଙ୍ଗଳା କି୍ରକେଟ୍ ଏକାଦଶ ଗୋଳକୁଣ୍ଡକୁ ହରାଇ ସହିଦ ସ୍ପୋଟିଙ୍ଗ ଭୂବନେଶ୍ୱର ଚମ୍ପିଆନ ଆକ୍ଷା ଅର୍ଜନ କରିଛି । ପ୍ରଥମେ ଟସ୍ରେ ବିଜୟୀ ହୋଇ ଗୋଳକୁଣ୍ଡ ଟିମ୍ ବ୍ୟାଟିଂ କରି ନିର୍ଦ୍ଧାରି ୨୫ ଓଭରରୁ ୨୪.୨ ଓଭରେ ସମସ୍ତ ୱିକେଟ୍ ହରାଇ ୧୪୩ ରନ୍ ସଂଗ୍ରହ କରିଥିଲା । ଦଳ ପକ୍ଷରୁ ଇମ୍ରାନ ଖାଁ ୩୫ ବଲରେ ୪୧ ରନ୍ ଓ ବାଦଲ ମିଶ୍ର ୨୧ ବଲରେ ୩୨ ରନ କରିଥିଲେ । ବିପକ୍ଷ ଦଳର ବୋଲର ଜ୍ୟୋତିରଂଜନ ଆଚାର୍ଯ୍ୟ ୫ ଓଭରରେ ୨୯ ରନ ଦେଇ ୩ ଗୋଟି ୱିକେଟ୍ ଓ ବସନ୍ତ ପ୍ରଧାନ ୪.୫ ଓଭରେ ୩୪ ରନ୍ ଦେଇ ୨ ଗୋଟି ୱିକେଟ୍ ଅକ୍ତିଆର କରିଥିଲେ । ଜବାବରେ ସହିଦ ସ୍ପୋଟିଙ୍ଗ ଭୂବନେଶ୍ୱର ୧୪୪ ରନ୍ର ବିଜୟ ଲକ୍ଷକୁ ପଛାକରି ୨୩.୨ ଓଭରରେ ୭ ଗୋଟି ୱିକେଟ୍ ହରାଇ ୧୪୬ ରନ୍ ସଂଗ୍ରହ କରି ବିଜୟୀ ହୋଇଥିଲା । ଦଳ ପକ୍ଷରୁ ଅଂଶୁମାନ ସିହ୍ନା ୨୭ ବଲରେ ୪୧ରନ୍ ଓ ପାର୍ଥସାରଥି ନାୟକ ୪୩ ବଲରେ ୩୪ ରନ କରିଥିଲେ । ବିପକ୍ଷ ଦଳର ବୋଲର ନିହାର ସ୍ୱାଇଁ ୫ ଓଭରେ ୩୨ ରନ୍ ଦେଇ ୨ ଗୋଟି ଓ ଶୁସିଲ ବାରିକ ୪.୩ ଓଭରରେ ୧୮ ରନ୍ ଦେଇ ୨ ଗୋଟି ୱିକେଟ୍ ନେଇଥିଲେ । ବିଜୟୀ ଦଳର ଶୁସିଲ ମହାନ୍ତିଙ୍କୁ ମ୍ୟାନ୍ ଅଫ୍ ଦି ମ୍ୟାଚ୍ର ପୁରସ୍କାର ପ୍ରଦାନ କରାଯାଇଥିବା ବେଳେ, ସେହି ଦଳର ଅଂଶୁମାନ ସିହ୍ନାଙ୍କୁ ମ୍ୟାନ୍ ଅଫ୍ ଦି ସିରିଜ୍ର ପୁରସ୍କାର ଦିଆଯାଇଥିଲା । ଆଜିର ଖେଳକୁ ରମେଶ ମହାରଣା ଓ ଆଶୁତୋଷ ପାଣି ପରିଚାଳନା କରିଥିଲେ । ସ୍କୋରର ଚିନ୍ମୟ ଦଳାଇ ଓ ଅରୁପ ସାହୁ ଭାଷ୍ୟକାର ଭାବେ ଅରୁଣ ପତି ଓ ପ୍ରିୟନାଥ ରାଉତ ସହଯୋଗ କରିଥିଲେ । ଏହି ଅବସରରେ ଏକ ଉଦ୍ଜାପନି ସଭାର ଆୟୋଜନ କରାଯାଇଥିଲା । ସତ୍ୟସାଇ କି୍ରକେଟ୍ କ୍ଲବ୍ର ସଭାପତି ପ୍ରିୟନାଥ ରାଉତଙ୍କ ସଭାପତିତ୍ୱରେ ଅନୁଷ୍ଟିତ ହୋଇଥିଲା । ଏହ ଉଦ୍ଜାପନି ଉତ୍ସବରେ ଯାଜପୁର ପଞ୍ଚାୟତ ସମିତିର ମଣ୍ଡଳ ଉନ୍ନୟନ ଅଧିକାରୀ ସୌରଭ ଚକ୍ରବର୍ତ୍ତୀ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ, ଝାଲପଡ଼ା ସରପଞ୍ଚ ନିର୍ମଳ ଚନ୍ଦ୍ର ସାମଲ ଓ ସମିତି ସଭ୍ୟା ପ୍ରଭାତୀ ସାହୁ ସମ୍ମାନୀୟ ଅତିଥି ଭାବେ ଯୋଗଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଶିକ୍ଷାବିତ ପତିତପାବନ ସାମଲ, ବ୍ୟବସାୟୀ କାଶିନାଥ ବେହେରା ଓ ପରମାନନ୍ଦ ସାହୁ, ରଘୁନାଥ ଜେନା ପ୍ରମୁଖ ଯୋଗଦେଇ ଉଭୟ ଦଳର ଅଧିନାୟକଙ୍କୁ ଟ୍ରଫି ଓ ମାନପତ୍ର ପ୍ରଦାନ କରିଥିଲେ । ସତ୍ୟସାଇ କି୍ରକେଟ୍ କ୍ଲବର ସଭ୍ୟ ରଞ୍ଜିତ ନାୟକ, ଦିଲ୍ଲିପ ଜେନା, ରତିକାନ୍ତ ରାଉତ, ଉକ୍ରଳ ଜେନା, ଶୁକଦେବ ବିଶ୍ୱାଳ, ନିରଞ୍ଜନ ଜେନା ପ୍ରମୁଖ ଖେଳ ପରିଚାଳନାରେ ସହଯୋଗ କରିଥିଲେ ।
ସତ୍ୟସାଇ କ୍ରିକେଟ ଏକାଦଶ ଆନୁକୁଲ୍ୟରେ ଚାଲୁଥିବା ଟୁର୍ଣ୍ଣାମେଣ୍ଟ: ସହିଦ ସ୍ପୋଟିଙ୍ଗ ଚମ୍ପିଆନ
|
December 16, 2019 |



