ଶ୍ମଶାନ ଘାଟ ରୁ ବଦଳିଲା ରୟତ ଜମି:ଜମି ଅଧିକାରକୁ ଗ୍ରାମବାସୀଙ୍କ ବିରୋଧ, ପ୍ରଶାସନର ଦ୍ୱାରସ୍ଥ

Spread the love

ସମ୍ବଲପୁର,ସନ୍ଧାନ ନ୍ୟୁଜ:ସ୍ମଶାନ ଘାଟ ଏବେ ପାଲଟି ଗଲା ରୟତ ଜମି। ଏହି ସ୍ମଶାନ ଘାଟକୁ ଜବରଦଖଲ କରି ପାଚେରୀ ନିର୍ମାଣକୁ ନେଇ ଗାଁ ଲୋକ ହେଲେ ଏକାଠି। ପ୍ରଶାସନର ଦ୍ୱାରସ୍ଥ ହୋଇ କଲେ ଏହାର ପ୍ରତିବାଦ।ସମ୍ବଲପୁର ଜିଲ୍ଲା ରେଙ୍ଗାଲି ତହସିଲ ବିଷ୍ଣୁ ପେଟ୍ରୋଲ ପମ୍ପ ନିକଟରେ ଥିବା ସରକାରୀ ଜମିରେ ଆଜିକୁ ୭୦ ବର୍ଷରୁ ଊର୍ଦ୍ଧ୍ବ ହେବ ରାମଚନ୍ଦ୍ର ନଗର ଗ୍ରାମବାସୀ ମାନେ ଶ୍ମଶାନ ଘାଟ ରୂପେ ବ୍ଯବହାର କରୁଛନ୍ତି। ସେଠାରେ ଶବ ସଂସ୍କାର ପାଇଁ ଏକ ଗୃହ ମଧ୍ଯ ତିଆରି ହୋଇଛି। କିଛିଦିନ ହେବ ଜଣେ ଅଜଣା ବ୍ଯକ୍ତି ଉକ୍ତ ଜମି ତା ନାମରେ ରୟତ ପଟ୍ଟା ହୋଇଛି ବୋଲି ଦାବି କରି ଲୋକ ପଠାଇ ସେହି ଜମିରେ ପାଚେରୀ ନିର୍ମାଣ ଆରମ୍ଭ କରିବା ଦେଖି ରାମଚନ୍ଦ୍ର ନଗର ଗ୍ରାମବାସୀ ମାନେ ବିରୋଧ କରି ଏକ ଦାବିପତ୍ର ସମ୍ବଲପୁର ଅତିରିକ୍ତ ଜିଲ୍ଲାପାଳଙ୍କୁ ଦେଇଛନ୍ତି। ଏଠାରେ ଉଲ୍ଲେଖ ଯୋଗ୍ୟ ଯେ ଲୋକେ ଶ୍ମଶାନ ଘାଟ ରୂପେ ବ୍ଯବହାର କରୁଥିବା ସରକାରୀ ଜମି ରୟତ ପଟ୍ଟା ହେଲା କିପରି । ପୁର୍ବରୁ ମଧ୍ଯ ରେଙ୍ଗାଲି ତହସିଲ ଅଞ୍ଚଳର ଅନେକ ସରକାରୀ ଜମି ବିଭିନ୍ନ ବହିରାଗତକଙ୍କ ନାମରେ ପଟ୍ଟା ହୋଇଥିବା ଅଭିଯୋଗ ହୋଇଛି। ରେଙ୍ଗାଲି ତହସିଲ ଅଞ୍ଚଳରେ ଜମି ଦୁର୍ନୀତିର ସ୍ବତନ୍ତ୍ର ଭାବରେ ତଦନ୍ତ କରାଲେ ଅନେକ ଜମି ଦୁର୍ନୀତିର ପର୍ଦ୍ଦାଫାସ ହୋଇ ପାରିବ। ଏ ଦିଗରେ ସମ୍ବଲପୁର ଜିଲ୍ଲାପାଳ ସ୍ବତନ୍ତ୍ର ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି।

Related Posts

About The Author

Add Comment