ଚାଷ କାମ ଯାହାର କେଡେ ଆନନ୍ଦ ତାହାର, ଏହି ଲେଖାଟି କେବଳ ପାଠ ପଢା ବହିରେ ରହିଗଲା, ଅନ୍ୟ ପକ୍ଷରେ କହିବାକୁ ଗଲେ ସେ କଣ ପାଠ ପଢିଛି ଯେ ଏତେ କଥା ଜାଣିବ, ସେ କେବଳ ଏତିକି ବୁଝିଥିଲା ପାଞ୍ଚ ପରାଣୀଙ୍କ ପେଟରେ ଡହ ଡହ ହୋଇ ଫୁଟୁଥିବା ତତଲା ଭୋକ, କଷାଘାତରେ କଷୁ ଥିବା ଦାରୁଣ ଦଃଖ ।ସେଥିପାଇଁ ତ ସେ ଗାଁ ମହାଜନ ଏବଂ ବ୍ୟାଙ୍କରୁ କିଛି ୠଣ ଆଣିଥିଲା ।ଭାବିଥିଲା ଫସଲ ଅମଳ ରୁ ଯାହା ବାହାରିବ ପରିବାର ମୁହଁରେ ଦେଇ କିଛି ପରିଶୋଧ କରିଦେବ ।।ଠିକ୍ ସେହି ସମୟରେ ଆଶାର ବୈତରଣୀ ଉଭେଇ ଗଲା,ବିଲ ଫାଟି ଆଁ କଲା ମରୁଡିର କଳା ବାଦଲ ମାଡି ଆସିଲା ।।ଏତେ ସବୁ ଘଟଣା ପରେ ୠଣ ଭାର ସୁଝିବା ଭୟରେ ବାଧ୍ୟ ହୋଇ ଧୀରେନ୍ଦ୍ର ବିଷ ପିଇଦେଲେ ।।ଦୀର୍ଘ ବାର ଦିନ ହେବ ଧୀରେନ୍ଦ୍ର ମେଡିକାଲରେ ଜୀବନ ମରଣ ସହ ସଂଘର୍ଷ କରୁଛନ୍ତି ।।ଏହି ଘଟଣାଟି ଘଟିଛି ଯାଜପୁର ଜିଲ୍ଲାର ବଡଚଣା ବ୍ଲକ କୁନ୍ଦଳ ପଞ୍ଚାୟତର କୂଳହରିପୁର ଗ୍ରାମର ଧୀରେନ୍ଦ୍ର ନାଥ ସାହୁଙ୍କ କ୍ଷେତ୍ରରେ ।। ବଡ ବିଡମ୍ବନାର କଥା ଏତେ ଦିନ ବିତିଯାଇଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ମିଳିପାରିଲା ନାହିଁ ସରକାରୀ ସାହାଯ୍ୟ ବା କୃଷି ୠଣ ଛାଡ ।।ଆମ ଖବର ପ୍ରସାରଣ ପରେ ସ୍ଥାନୀୟ ପ୍ରଶାସନ କି ପଦକ୍ଷେପ ନେଉଛି ତାହା ଦେଖିବାକୁ ବାକି ରହିଲା
ତାଜା ଖବର
- ବଡ଼ଗାଁରେ_ମର୍ମନ୍ତୁଦ_ସଡ଼କ_ଦୁର୍ଘଟଣା, ପିକଅପ୍ ଧକ୍କାରେ ଅଲଟୋ ଚୁରମାର୍, ଜଣେ ମୃତ, ୨ ଆହତ
- ସଂଶୋଧିତ MMDR ଅଧିନିୟମ ବିରୁଦ୍ଧରେ ଓଜେସିର ପ୍ରତିବାଦ
- ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷ, ଯାଜପୁର ଠାରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିର
- ଏସବିଡି ଇଣ୍ଟରନ୍ୟାସନାଲ ସ୍କୁଲରେ ସଡ଼କ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ।
- ସ୍ୱତନ୍ତ୍ର ସଘନ ସଂଶୋଧନ ସମ୍ପର୍କରେ ରାଜନୈତିକ ଦଳର ପ୍ରତିନିଧିଙ୍କ ସହ ବୈଠକ
- କୃଷି ଭିତ୍ତିକ ଗଣପର୍ବ ନୂଆଁଖାଇର ଅବ୍ୟବହିତ ପୂର୍ବରୁ ଆଜି ପବିତ୍ର ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ଅବସରରେ ଯାଜପୁର ଜିଲ୍ଲାରେ ସିଏମ କିଷାନ ସହାୟତା ରାଶି ର ରବି କିସ୍ତି ପ୍ରଦାନ ।
- ଦିନ ଦ୍ୱିପହରରେ ଫିଲ୍ମ ଷ୍ଟାଇଲ୍ରେ ବ୍ୟାଙ୍କ ଲୁଟ୍
- ଜିଲ୍ଲା ଓକିଲ ସଂଘ ପକ୍ଷରୁ ପ୍ରଥମ ଥର ପାଇଁ ମାଗଣା ସ୍ୱାସ୍ଥ୍ୟ ଶିବିର
- ଅମାନିଆ ଗାଡ଼ି ପାର୍କିଂ ଉପରେ ଟାଉନ ଥାନାର କଡ଼ା ଆକ୍ସନ, ବିଭିନ୍ନ ସ୍ଥାନରେ ଚଢ଼ାଉ
- ଏକ୍ସ-କ୍ୟାଡର ଶିକ୍ଷକ ସଂଘର ନୂତନ କର୍ମକର୍ତ୍ତା ଚୟନ ଅମୂଲ୍ୟ କୁମାର ନାୟକ ସଭାପତି, ଚିତ୍ରସେନ ବଳ ସମ୍ପାଦକ



