ବାରିପଦା, ୨୬/୦୭/୨୦ (ସନ୍ଧାନ ନିଉଜ) : ୨୦୧୬ରୁ ରାଇରଙ୍ଗପୁର ସବ୍ ଜେଲରେ ଆଜୀବନ ସଜା କାଟୁଥିବା ତିଙ୍ଗି ଥାନା ଅଞ୍ଚଳର କଏଦୀ ଡମାନ ମାଣ୍ଡି ଆଜି ସନ୍ଧ୍ୟାରେ ପୁଲିସକୁ ଚକମା ଦେଖାଇ ଚମ୍ପଟ ମାରି ଫେରାର ହୋଇଯାଇଥିବା ସୂଚନା ରିପୋର୍ଟ ମିଳିଛି । ଏକ ନରହତ୍ୟା ମାମଲାରେ ମାନ୍ୟବର ଅଦାଲତ ତାକୁ ଆଜୀବନ କାରାଦଣ୍ଡାଦେଶର ରାୟ ଶୁଣାଇଥିଲେ । କଏଦୀ ଡମାନଙ୍କ ଯକ୍ଷ୍ମା ରୋଗ ଥୁରୁ ଡାକ୍ତରଙ୍କ ପରାମର୍ଶକ୍ରମେ ଚିକିତ୍ସା ପାଇଁ ତାଙ୍କୁ ବାରିପଦା ପିଆରଏମ ମେଡିକାଲ କଲେଜ ଓ ହସ୍ପିଟାଲକୁ ପୁଣିଥରେ ନିଆଯାଇଥିଲା। । ତେବେ ଚିକିତ୍ସା କରାଇ ରାଇରଙ୍ଗପୁରକୁ ଆଣୁଥିବା ବେଳେ ବିଶୋଇ ଥାନା ଅଧୀନ ପାଣପୋଷି ପୋଲ ନିକଟରେ ଡମାନ ଶୈ।ଚ ଯିବା ବାହାନା ଦେଖାଇ ପୁଲିସକୁ ଚକମା ଦେଇ ଫେରାର ହୋଇଯିବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି । କଏଦୀ, ସନ୍ଧ୍ୟା ପ୍ରାୟ ୬ଟାରୁ ଫେରାର ଥିବା ବେଳେ ରିପୋର୍ଟ ଲେଖାହେବା ପର୍ଯ୍ୟନ୍ତ ସେ ଧରା ପଡିନଥିବା ଜଣାପଡିଛି । ଫେରାର କଏଦୀକୁ ଧରିବା ପାଇଁ ବିଶୋଇ ଓ ରାଇରଙ୍ଗପୁର ପୁଲିସ ଏବଂ ଜେଲ କର୍ମଚାରୀମାନେ ଜୋରସୋରରେ ଖୋଜାଖୋଜି କରୁଛନ୍ତି । ରାଇରଙ୍ଗପୁର ସବ୍ ଜେଲର ମୋଦନ ମୋହନ ମାଣ୍ଡିଙ୍କ କହିବା ଅନୁଯାୟୀ । ଫେରାର କଏଦିକୁ ଏହା ପୂର୍ବରୁ ମଧ୍ୟ ୩ ଥର ଯକ୍ଷ୍ମା ଚିକିତ୍ସା ପାଇଁ ବାରିପଦା ହସ୍ପିଟାଲକୁ ନିଆଯାଇ ଚିକିତ୍ସା ପରେ ନିରାପଦରେ ସବ୍ ଜେଲକୁ ଫେରାଇ ଅଣା ଯାଇଥିଲା
ଶୌଚ ଯିବା ବାହାନାରେ କଏଦୀ ଫେରାର
|
July 26, 2020 |
