ଶିଶୁ କର୍କଟ ରୋଗୀଙ୍କ ସେବାରେ ସମର୍ପିତ ସାମାଜିକ କର୍ମୀ ଇଞ୍ଜିନିୟର ଗୋପାଳ କୃଷ୍ଣ ଦାସ

Spread the love

କଟକ(ସନ୍ଧାନ ନିୟୁଜ) : ଶିଶୁ କର୍କଟ ରୋଗୀଙ୍କ ସେବା ସହ ରକ୍ତଦାନ ମହା ଅଭିଯାନରେ ସମର୍ପିତ ସମାଜସେବୀ  ଇଂ.ଗୋପାଳ କୃଷ୍ଣ ଦାସ ଏକ ପରିଚିତ ନାମ l ଯାଜପୁର ବରୀ  ମାଟିର କୃତୀ ସନ୍ତାନ,ସେ ପେଶାରେ ଟିସିଏସ କମ୍ପାନୀରେ ସଫ୍ଟୱେୟାର ଇଞ୍ଜିନିୟର ଭାବେ କାର୍ଯ୍ୟ କରିବା ସହ ଉଚ୍ଚ ସ୍ତରୀୟ ଗବେଷଣା,ଦେଶ ଓ ବିଦେଶରେ ବହୁ ଆଲୋଚନା ଚକ୍ରରେ ଅଂଶ ଗ୍ରହଣ କରି ଖୁବ୍ ପ୍ରତିଷ୍ଠା ଲାଭ କରିଛନ୍ତି ଆଉ ସାଉଁଟିଛନ୍ତି ଅଜସ୍ର ଜ୍ଞାନ । ଅଗ୍ରଣୀ ସାମାଜିକ ସଂଗଠନ “ୟୁନିଟ୍ ଇଜ୍ ଷ୍ଟ୍ରେନ୍ଥ କ୍ୟାନ୍ସର ଫାଉଣ୍ଡେସନ୍ ଚାରିଟେବୁଲ ଟ୍ରଷ୍ଟ” ଓ “ସରସ୍ବତୀ କଳା ପରିଷଦ” କନ୍ଦରପୁର କଟକର ଉପଦେଷ୍ଟା ଭାବେ କାର୍ଯ୍ଯ କରିବା ସହ ରାଜ୍ୟ ତଥା ସଦର ଅଞ୍ଚଳରେ କର୍କଟ ରୋଗ ଉପରେ ସଚେତନତା,ରୋଗୀ ନିରୂପଣ ଶିବିର ଅୟୋଜନ ଏବଂ ବହୁ ରୋଗୀଙ୍କୁ ଉପଯୁକ୍ତ ଚିକିତ୍ସା ପ୍ରଦାନ ସେମାନଙ୍କୁ ଓଡ଼ିଶା ବାହାରେ ମଧ୍ୟ ଚିକିତ୍ସା ଯୋଗାଇବାର ବ୍ୟବସ୍ଥା କରାଇବା ସହ କର୍କଟ ପୀଡ଼ିତ ଶିଶୁଙ୍କୁ  ମନୋବଳ ସୁଦୃଢ଼ କରାଇବା ଓ ନ୍ୟୁଟ୍ରେସନ୍ ଫୁଡ୍(ପୋଷଣ ଖାଦ୍ୟ) ପ୍ରଦାନ, ରକ୍ତଦାନ ସଚେତନତା ଆଦି କରିଥାନ୍ତି । ନିଜ ଜନ୍ମ ଦିନ,ବିବାହ ବାର୍ଷିକ ଆଦିରେ ରକ୍ତଦାନ ଏବଂ ଅନ୍ୟାନ୍ୟ ସେବା କାର୍ଯ୍ୟ ଦ୍ବାରା ପଲନ କରନ୍ତି । ୪୩ ବର୍ଷ ଏଯାବତ୍ ୫୬ ଥର କଟକ ବଡ ମେଡ଼ିକାଲ,ଆଚାର୍ଯ୍ୟ ହରିହର ସ୍ନାତକୋତ୍ତର କର୍କଟ ରୋଗ ଅନୁଷ୍ଠାନ,ଶିଶୁ ଭବନ ଏଥିସହ ବିଭିନ୍ନ ସ୍ଥାନରେ ରକ୍ତଦାନ କରି ରୋଗୀ ଜୀବନ ବଞ୍ଚାଇବା ସହ ଯୁବପିଢୀ ପାଇଁ ପ୍ରେରଣା ପାଲଟିଛନ୍ତି । ଅସହାୟ କର୍କଟ ରୋଗୀଙ୍କ ସହଯୋଗ ପାଇଁ ଭୁବନେଶ୍ବରରେ ଏକ ସେଲ୍ଟଟର ହୋମ୍ ଭଡ଼ାରେ ନେଇ ମାଗଣାରେ ରୋଗୀ ମାନଂକୁ ରହିବାର ବ୍ୟବସ୍ଥା କରାଇଛନ୍ତି । ସେ ପ୍ରବାସୀ ଓଡିଆ ଅଭିଯାନ ମୁମ୍ୱାଇ,କମିଶନରେଟ୍ ପୋଲିସ୍ କଟକ ଓ ଭୁବନେଶ୍ବର,ଓଡ଼ିଶା ରକ୍ତ ଭଣ୍ଡାର ଆଦି ବହୁ ସଂଗଠନ ପକ୍ଷରୁ ସମ୍ବର୍ଦ୍ଧିତ l

Related Posts

About The Author

Add Comment