ଲେଫ୍ରିପଡାରେ ପୁଣି ୧୧ ଚିହ୍ନଟ ,ଜିଲ୍ଲା ଗ୍ରାଫ ମଧ୍ୟ ଉପରକୁ ବଢ଼ିବାରେ ଲାଗିଛି

Spread the love

ସୁନ୍ଦରଗଡ:୪/୬/୨୦୨୧ (ସନ୍ଧାନ ନିଉଜ/ ରାଜୁ ପଟେଲ)-ଲେଫ୍ରିପଡା ରେ ସଂକ୍ରମଣ  ସଂଖ୍ୟା ତଳ ଉପର ହେବାରେ ଲାଗିଛି ।ଆଜି ପୁଣି  ୧୧ ଜଣ ପୋଜିଟିଭ ଚିହ୍ନଟ ହେବାର ସ୍ୱାସ୍ଥ୍ୟ ବିଭାଗ ତରଫରୁ ଜଣାପଡିଛି । ପ୍ରଶାସନ ତରଫରୁ ପ୍ରତ୍ୟେକ ଅଞ୍ଚଳ ବୁଲି ସଚେତନ କରା ଯାଉଥିଲେ ମଧ୍ୟ କେତେକ ଅମାନିଆ ମାନଙ୍କ ପାଇଁ  କୋଭିଡ ସଂଖ୍ୟା  ତଳ ଉପର ହେବାରେ ଲାଗିଛି । ଆଗାମୀ ଦିନରେ ଅମାନିଆ ମାନେ କୋଭିଡର ଗାଇଡ଼ଲାଇନ କୁ ମାନି ଚାଲିଲେ ଆଗାମୀ ଦିନରେ ମହାମାରୀ ଦୁରେଇ ଯିବାର ଆଶା କରାଯାଉଛି । ସୂଚନା ଅନୁସାରେ ଲେଫ୍ରିପଡା  ବ୍ୟତୀତ ଅନ୍ୟ ବ୍ଲକ ମାନଙ୍କରେ ତଥା ବାଲିଶଙ୍କରା ବ୍ଲକରେ ୧୯, ବିଶ୍ରାରେ ୧୧, ଲହୁଣୀପଡା ୧୮, ହେମଗିର ୧୩, ନୂଆଗାଁ ୮, ସଦର ୨୮, ଟାଙ୍ଗରପାଲି ୨୮, ବଡ଼ଗାଁ ୧୦ , ବଣେଇ ୨୬, ବିରାମିତ୍ରପୁର ୦୧, ଗୁରୁଣ୍ଡିଆ ୧୨, କୁତ୍ରା ୧୧,ରାଉରକେଲା ଅର୍ବାନ ୭୨, କୁଆଁର ମୁଣ୍ଡା ୦୧,ରାଜଗାଙ୍ଗପୁର ୧୨, ସବଡେଗା ୧୦, କୋଇଡା ୦୬,ଲାଠିକଟା୦୬, ସୁନ୍ଦରଗଡ ଅର୍ବାନ ୩୫ ଚିତ୍ର ସାମ୍ନାକୁ ଆସିଛି ।

Related Posts

About The Author

Add Comment