ରାସ୍ତା କଡ଼ରୁ ଅଚେତ ବ୍ୟକ୍ତିଙ୍କୁ ଉଦ୍ଧାର କରାଗଲା

Spread the love
  •  
  •  
  •  
  •  
  •  

ଯାଜପୁର ସଦର,୨୦ା୦୬(ସନ୍ଧାନ ନିଉଜ): ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ୍ ଅନ୍ତର୍ଗତ ବାରବାଟୀର କିଛି ଦୂରରେ ରାସ୍ତାକଡ଼ରୁ ଏକ ଅଜଣା ବ୍ୟକ୍ତି ଅଚେତ ଅବସ୍ଥାରେ ପଡ଼ିରହିଥିବା ବେଳେ, ତାଙ୍କୁ କିଛି ସ୍ଥାନୀୟ ଯୁବକଙ୍କ ସହାୟତାରେ ଉଦ୍ଧାର କରାଯାଇଥିବା ଜଣାଯାଇଚି । ବାରବାଟୀ ନିକଟସ୍ଥ ୧୬ନଂ ଜାତୀୟ ରାଜପଥ କଡ଼ରୁ ଏହି ବ୍ୟକ୍ତିଙ୍କୁ ଉଦ୍ଧାର କରାଯାଇଥିବା ବେଳେ, ୧୦୮ ଆମ୍ବୁଲାନ୍ସ ଯୋଗେ ଧର୍ମଶାଳା ସ୍ୱାସ୍ଥ୍ୟକେନ୍ଦ୍ରକୁ ଚିକିତ୍ସା ପାଇଁ ନିଆଯାଇଥିଲା । ସେଠାରେ ଏହି ଅଜଣା ବ୍ୟକ୍ତି ବାରବାଟୀ ୧୬ନଂ ଜାତୀୟ ରାଜପଥ କଡ଼କୁ କିପରି ଆସିଲା ତାହା ସନ୍ଧେହ ପରିଶରରେ ରହିଚି । ଏହି ରିପୋର୍ଟ ଲେଖା ହେବା ବେଳକୁ ମେଡିକାଲରେ ଚିକିତ୍ସିତ ହେଉଥିବା ବ୍ୟକ୍ତିଙ୍କର ଚେତା ଫେରିନଥିବା ଜଣାଯାଇଚି । କେହି ଦୃବୁର୍ତ୍ତ ଲୁଟ ଉଦ୍ଦେଶ୍ୟରେ ନିଶାଦେଇ ଫୋପାଡ଼ି ଦେଇଥିବା ସନ୍ଧେହ କରାଯାଉଚି

Related Posts

About The Author

Add Comment