ଯାଜପୁର ସଦର,୦୨ା୧୨ (ସନ୍ଧାନ ନ୍ୟୁଜ): ଯାଜପୁର ଜିଲ୍ଲାରେ ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ ବ୍ଲକରେ ଚାଲୁଥିବା ଲକ୍ଷ୍ମୀବସ ଆସୁଥିବା ବେଳେ, ଯାଜପୁର ଜିଲ୍ଲାର ରସୁଲପୁର ବ୍ଲକରେ ଅଣଦେଖା କରାଯାଇଥିବା ଦେଖିବାକୁ ମିଳିଚି । ଏହି ବ୍ଲକରେ ୨୮ଟି ପଂଚାୟତ ରହିଥିବାବେଳେ, ବିଶେଷ କରି କୁଆଖିଆ ଠାରୁ ବନ୍ଧଡିହ, ବ୍ରହ୍ମବରଦା ପର୍ଯ୍ୟନ୍ତ ଲକ୍ଷ୍ମୀବସ ଆସିବାଲାଗି ସାଧାରଣରେ ଦାବି କରାଯାଉଚି । ଯାହାକି ବିଭିନ୍ନ ବ୍ଲକରୁ ଲକ୍ଷ୍ମୀବସ ଆସୁଥିବା ବେଳେ, ଏଠାରେ ସୂଚନା ଯୋଗ୍ୟ ଯେ, ଧର୍ମଶାଳା ବ୍ଲକରୁ ଲକ୍ଷ୍ମୀବସ ଜାରକାରୁ ଯାତ୍ରୀ ନେଇ ଅରାବଳ ପର୍ଯ୍ୟନ୍ତ ଚାଲୁଥିବା ବେଳେ, ରସୁଲପୁର ବ୍ଲକକୁ ଲକ୍ଷ୍ମୀବସ କିପରି ଦିଆଗଲା ନାହିଁ ତାହା ପ୍ରଶ୍ନବାଚୀ ସୃଷ୍ଟି କରିଚି । ଯାତ୍ରୀମାନେ ପ୍ରାଇଭେଟ ବସରେ ଯାତୟତ କରୁଥିବା ବେଳେ, ଯାତ୍ରୀମାନଙ୍କ ଠାରୁ ଚଢ଼ାଦରରେ ଆଦାୟ କରାଯାଉଚି । ଲକ୍ଷ୍ମୀବସରେ ମହିଳା ମାନଙ୍କ ପାଇଁ ୫ଟଙ୍କା ରହିଥିବା ବେଲେ, ପୁରୁଷ ମାନଙ୍କ ପାଇଁ ୧୦ଟଙ୍କା କରାଯାଇଚି । ରାଜ୍ୟ ସରାକରଙ୍କ ପକ୍ଷରୁ ରସୁଲପୁର ବ୍ଲକକୁ ଲକ୍ଷ୍ମୀବସ ଯୋଗାଇ ଦେବାପାଇଁ ସାଧାରଣରେ ଦାବି କରାଯାଉଚି । କୁଆଖିଆ ଠାରୁ ଭାୟା ବ୍ରହ୍ମବରଦା ଏବଂ ହରିପୁର ଦେଇ ଲକ୍ଷ୍ମୀବସ ଯାଜପୁର ସଦର ମହକୁମାକୁ ଯାତାୟତ କରୁଚୁ । ଏଠାରେ ସୂଚନା ଯୋଗ୍ୟ ଯେ, ରସୁଲପୁର ବ୍ଲକରୁ କୌଣସି ଲକ୍ଷ୍ମୀବସ ଆସୁନଥିବାରୁ ବହୁ ଅସୁବିଧାରର ସମ୍ମୁଖିନ ହେବାକୁ ପଡ଼ୁଚି । ଏଦିଗରେ ସ୍ଥାନୀୟ ବିଧାୟକ ଏବଂ ପରିବାହ ମନ୍ତ୍ରୀ ଦୃଷ୍ଟି ଦେବାଲାଗି ଯାତ୍ରୀମାନଙ୍କ ପକ୍ଷରୁ ଦାବି କରାଯାଉଚି । ସାଧାରଣରେ ସରକାଙ୍କ ନିକଟରେ ଦାବି ହେଉଚି ।
ରାଜ୍ୟ ସରାକାରଙ୍କ ପକ୍ଷରୁ ପ୍ରତିବ୍ଲକକୁ ଦିଆଯାଇଥିବା ବସ ସେବା ଦିଗହରା
|
December 3, 2025 |


