ରାଉରକେଲା ବଜାରରେ‘ପତ୍ର ଦନା’ର ମରୁଡ଼ି,ଚିନ୍ତାରେ ଠେଲା ଦୋକାନୀ

Spread the love

ରାଉରକେଲା, ୧୩/୦୩ (ସନ୍ଧାନ ନିଉଜ) : ପ୍ରାୟ ସମସ୍ତଙ୍କ ଜଳଖିଆରୁ ଆରମ୍ଭ ହୋଇଥାଏ ଖାଦ୍ୟର ପ୍ରଥମ ଚରଣ । କେହିକେହି ଘରେ ସକାଳ ଜଳଖିଆ କରୁଥିବା ବେଳେ, ଆଉ କିଛି ହୋଟେଲ ଅବା ଠେଲା ଦୋକାନ ଗୁଡ଼ିକରେ ବିଭିନ୍ନ ରକମର ସିଝା ଛଣା ଜଳଖିଆ ଖାଇବା  ଦେଖିବାକୁ ମିଳେ । ଗ୍ରାହକ ମାନଙ୍କୁ ଷ୍ଟିଲ ତାଟିଆ ଅବା ଦନାରେ ଜଳଖିଆ ଦିଆଯାଇଥାଏ । କରୋନା ମହାମାରୀ ଯୋଗୁ ବର୍ତମାନ ପ୍ରାୟତଃ  ଅଧିକାଂଶ ଠେଲା ଦୋକାନରେ ଦନାରେ ଜଳଖିଆ ପରିବେଷଣ କରାଯାଉଛି । ମାତ୍ର ବର୍ତମାନ ବଜାରରେ   ପତ୍ର ଦନା ଅବା ଝାଡ଼ଖଣ୍ଡୀ ଦନାର  ଅଭାବ ଯୋଗୁ ସୋଲ, ପଲିମର ଦନାର ଚାହିଦା ବଢିଛି । ରାଉରକେଲା ସମେତ ଦକ୍ଷିଣ ରାଉରକେଲାର ବହୁ ଜଳଖିଆ ଦୋକାନୀ ଦନାରେ ଗ୍ର।।ହକଙ୍କୁ ଖାଦ୍ୟ ପରିବେଷଣ କରୁଥିôବା ବେଳେ, ଝାଡଖଣ୍ଡୀ ଦନା ମିଳୁନଥିôବାରୁ  ରାଉରକେଲା ସମେତ ଦକ୍ଷିଣ ରାଉରକେଲାର   ଠେଲାରେ ଗୁପଚୁପ ଓ ଜଳଖିଆ ଦୋକାନ କରିଥିବା ଠେଲା ଦୋକାନୀ ମାନଙ୍କୁ  ପଲିମର ଓ ସୋଲ ଦନା କ୍ରୟ କରି ଆର୍ଥିକ ଭାବରେ ପ୍ରଭାବିତ ହେବା ସହ ଏକ ପ୍ରକାର ଚିନ୍ତାରେ ପଡ଼ି ଯାଇଥିôବା ଲକ୍ଷ୍ୟ କରାଯାଇଛି ।
ପ୍ରକାଶ ଥାଉକି, ଶାଳ, ପିଆଶାଳ ପତ୍ରରେ ପ୍ରସ୍ତୁତ ହୋଇଥାଏ ଏହି  ଝାଡ଼ଖଣ୍ଡୀ  ଦନା । ଝାଡଖଣ୍ଡର ମନୋହରପୁର,  ଚକ୍ରଧରପୁର, ବାନୋ, ସିମଡେଗା ଅଂଚଳରୁ ବହୁ ଆଦିବାସୀ ମହିଳା ଓ ଯୁବତୀ ପାସେଜଂର ଟ୍ରେନ ଯୋଗେ ରାଉରକେଲା ସହରକୁ  ପତ୍ର ନେଇ ଆସିଥାନ୍ତି । ପତ୍ର ଗୁଡ଼ିକୁ ସଜାଡିବା ପରେ ସେଗୁଡ଼ିକୁ  ଛୋଟଛୋଟ ଖଡ଼ିକା କାଠି ଦେଇ ଦନା ତିଆରି କଲାପରେ ବିଡ଼ା ବାନ୍ଧି ଥାନ୍ତି । ଏହାପରେ ସେମାନେ ସାଙ୍ଗରେ ଆଣିଥିବା ଖାଦ୍ୟ ଅବା  ଷ୍ଟେସନ ବାହାରେ ଥିôôବା ଭୋଜନାଳୟରେ ଭୋଜନ କରି  ଯୁବତୀ ଓ ମହିଳା ମାନେ ଷ୍ଟେସନର ପ୍ଲାଟଫର୍ମ  ପରିସର ବାହାରେ ଏକାଠି ହୋଇ ଗୋଟିଏ ଜାଗାରେ ରାତ୍ରି ଯାପନ କରିବା କରିବା ଦୃଷ୍ଟିଗୋଚର ହୋଇଥାଏ । ରାତି ପାହିଲେ ଦନା ବିକାଳୀ ମାନେ ଟ୍ରାଫିକ ଗେଟ ଅଂଚଳକୁ ବିକ୍ରି ପାଇଁ ଆସିଥାନ୍ତି ।  ପ୍ରତି ଦନା ବିଡ଼ାରେ ୮୦ରୁ ୧୦୦ ଦନା ରହିଥାଏ, ଯାହାର ଦାମ  ମାତ୍ର ୨୦ ଅବା ୨୫ ଟଙ୍କା ରହିଥାଏ । ମାତ୍ର କରୋନା ମହାମାରୀ ପରେ ଝାଡଖଣ୍ଡ ଅଂଚଳର ଏହି ମହିଳା ଦନା ବିକାଳି ମାନଙ୍କୁ ସହରରେ ଦେଖିବାକୁ ମିଳୁନି । କରୋନା ମହାମାରୀର ବହୁ ପୂର୍ବରୁ ଝାଡଖଣ୍ଡର ବହୁ ମହିଳା ଦନା ବିକାଳି ବିଭିନ୍ନ ଟ୍ରେନ ଯୋଗେ ଝାଡଖଣ୍ଡର ବିଭିନ୍ନ ଅଂଚଳରୁ ରାଉରକେଲାକୁ ପତ୍ର ର୍ନିମିତ ଦନା ବିକ୍ରି କରିବାକୁ ନିୟମିତ ଆସୁଥିଲେ । ପତ୍ର ଦନା ବିକି ସାରିବା ପରେ ସେମାନେ ପୁଣି ଘରକୁ ପ୍ରତ୍ୟାବର୍ତନ କରିବା ଦେଖିବାକୁ  ମିଳୁଥିଲା ।
ମାତ୍ର ଗତବର୍ଷ କରୋନା କାଳର ଲକଡାଉନ ଓ  ଅନଲଖ ପରେ  ଅଧିକାଂଶ ପାସେଂଜର ଟ୍ରେନ ଚଳାଚଳ କରୁନଥିବାରୁ ଦନା ବିକାଳି ମାନେ ଝାଡଖଣ୍ଡରୁ ରାଉରକେଲା ପହଂଚିପାରୁ ନାହାନ୍ତି । କେବଳ ଯାହା ଝିରପାଣି, ବିଶ୍ରା, ରାମଯୋଡ଼ି, କଚାରୁ, ମନକୋ ଆଦି ଅଂଚଳର କିଛି ମହିଳା ଯାତ୍ରାବାହୀ ବସ୍‌ରେ ରାଉରକେଲା ଆସି  ସେମାନଙ୍କ ନିୟମିତ ପୁରୁଣା ଠେଲା ଦୋକାନୀ ଓ ହୋଟେଲରେ ପତ୍ର ଦନା ବିକ୍ରି କରୁଛନ୍ତି, ଯାହାକି ସମୁଦ୍ରରୁ ଶଖେଂ ବୋଲି ପ୍ରକାଶ କରିଛନ୍ତି ଟିମ୍ବର କଲୋନୀ ଅଂଚଳର ଗୁପଚୁପ ବିକାଳୀ ରାଜୁ । ଚାହିଦା ମୁତାବକ ଝାଡଖଣ୍ଡୀ ଦନା ରାଉରକେଲା ବଜାରରେ ଉପଲବ୍ଧ ହୋଇ ପାରୁନାହିଁ ବୋଲି ସେ ତାଙ୍କ ପ୍ରତିକ୍ରିୟାରେ ପ୍ରକାଶ କରିଥିଲେ । ଅନ୍ୟପକ୍ଷେ  ବଜାରରେ ଝାଡଖଣ୍ଡୀ ଦନାର ସ୍ଥାନ ନେଇଛି ସୋଲ ଓ ପଲିମର ଦନା । ଛୋଟ ଦନା ୨୫ଟିର ମୂଲ୍ୟ ୧୨ ରୁ ୨୦ ଟଙ୍କା ଥିବା ବେଳେ, ୪୮ଟି ସୋଲ ଦନାର ଦାମ ୨୫ ଟଙ୍କା ରହିଛି,  ଝାଡଖଣ୍ଡୀ ଦନା ମିଳୁନଥିବାରୁ ବାଧ୍ୟ ହୋଇ ଅଧିକ ଦାମରେ ଦନା କିଣି ଆର୍ଥିକ କ୍ଷତି ସହିବାକୁ ପଡୁଛି ବୋଲି ବାସନ୍ତୀ କଲୋନୀ ଅଂଚଳର ଜଳଖିଆ ଦୋକାନୀ ଘଣିଆ । ଝାଡ଼ଖଣ୍ଡୀ ଦନାର ଠାରୁ ଏହିସବୁ ଦନାର ମୂଲ୍ୟ ଅଧିକା  ଥିବାରୁ ଏହା ଦ୍ୱାରା ବହୁ ଠେଲା ଦୋକାନୀ ଆର୍ଥିକ ଭାବରେ ପ୍ରଭାବିତ ହେଉଛନ୍ତି । ଆଗାମୀ ଦିନରେ ସମସ୍ତ ଏକ୍ସପ୍ରେସ ଟ୍ରେନ ଓ ପାସେଂଜର ଟ୍ରେନ ଚଳାଚଳ କଲେ ପୁଣିଥରେ ରାଉରକେଲା ବଜାରରେ ଝାଡଖଣ୍ଡୀ ଦନା ଉପଲବ୍ଧ ହୋଇପାରିବା ଆଶା ନେଇ ଅନାଇ ରହିଛନ୍ତି ବହୁ ଠେଲା ବ୍ୟବସାୟୀ ।

Related Posts

About The Author

Add Comment