ଭଦ୍ରକ,୧୫/୬ (ସନ୍ଧାନ ନିୟୁଜ) ରଜ ଉତ୍ସବ ପଲ୍ଲୀ ଜୀବନ ଭିତ୍ତିକ କୃେି କୈନ୍ଦି୍ରକ ଉତ୍ସବ । ଏହା ଗୃହର ଗୃହିଣୀ, ପଳ୍ଲୀ ଲଳନା ଠାରୁ ଆରମ୍ଭ କରି କୃଷକ, ପଲ୍ଲୀ ଯୁବକ ଏବଂ ଆବାଳ ବୃଦ୍ଧ ବନିତାଙ୍କ ହୃଦୟରେ ଅପୂର୍ବ ଆନନ୍ଦ ଓ ଉନ୍ମାଦନା ଭରିଥାଏ । ବାସ୍ତବିକ ରଜ ଉତ୍ସବ ପଲ୍ଲୀ ଜୀବନ ଓ ପରମ୍ପରାର ପ୍ରତିଛବି ବୋଲି ଭଦ୍ରକର ଗରଦପୁର ସ୍ଥିତ ଗାନ୍ଧିବାଳାଶ୍ରମରେ ଓଡ଼ିଶା ରାଜ୍ୟ ସଂସ୍କୃତି ସୁରକ୍ଷା ମଞ୍ଚ ଆନୁକୂଲ୍ୟରେ ଆୟୋଜିତ ରଜ ମହୋତ୍ସବ-୨୦୧୯ରେ ଅତିଥିମାନେ ମତବ୍ୟକ୍ତ କରିଛନ୍ତି । ସଂସ୍କୃତି ସୁରକ୍ଷା ମଞ୍ଚର ପ୍ରତିଷ୍ଠାତା ପଣ୍ଡିତ ଦୈତ୍ୟାରୀ ମହାପାତ୍ରଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏହି ଉତ୍ସବରେ ଡା. ପ୍ରଦୀପ ନାୟକ ମୁଖ୍ୟଅତିଥି, ଇଂ ଅଭୟ ସୂତାର ମୁଖ୍ୟବକ୍ତା, ଗାନ୍ଧିବାଳାଶ୍ରମ ସମ୍ପାଦକ ଅଶୋକ କୁମାର ଦାସ, ସାହିତି୍ୟକ କରୁଣାକର ବେହୁରିଆ, ଅଧ୍ୟାପକ ନୀହାର ରଂଜନ କର, ସଂସ୍କୃତି ସଂଗଠକ ବିଦ୍ୟାଧର ସାହୁ, ଗବେଷକ ଡ. ବାଇଧର ସାହୁ, ସାମ୍ବାଦିକ ହେମନ୍ତ କୁମାର ସିଂହ ପ୍ରମୁଖ ସମ୍ମାନନୀୟ ଅତିଥି ଭାବେ ଯୋଗଦାନ କରିଥିଲେ । ସଂସ୍କୃତି ସୁରକ୍ଷା ମଞ୍ଚର ସମ୍ପାଦକ ଚୌଧୁରୀ ଚମ୍ପତି ଜରଣ ବେହେରା ସ୍ୱାଗତ ଭାଷର ଓ ସମ୍ପାଦକୀୟ, ଶିକ୍ଷୟିତ୍ରୀ ରଶ୍ମିତା ଦାଶ ଅତିଥି ପରିଚୟ, ପ୍ରଧାନ ଶିକ୍ଷକ ମନୋଜ କୁମାର ଜେନା ଧନ୍ୟବାଦ ଅର୍ପଣ କରିଥିଲେ । ସଂସ୍କୃତି ଓ ମନୋରଞ୍ଜନ ଭିତ୍ତିକ ଏହି ଉତ୍ସବରେ ଭଦ୍ରକ ଜିଲ୍ଲାର ଶିଶୁ ଓ କିଶୋର ପ୍ରତିଭାଧରଙ୍କୁ ନେଇ ବିଭିନ୍ନ ମନୋରଞ୍ଜନ କାର୍ଯ୍ୟକ୍ରମ ହେବା ସହ ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ଲିଚିସ୍ନା ଶିବଚନ୍ଦନ (ବରିଷ୍ଠ) ଓ ସ୍ମିତା ସିମ୍ରନ୍ ପତି ଓ ଶତାକ୍ଷୀ ସାହୁ (ଯୁଗ୍ମ କନିଷ୍ଠ)ଙ୍କୁ ‘ରଜପରୀ-୨୦୧୯’ ବିଜେତା ଭାବେ ଘୋଷିତ କରାଯାଇଥିଲା । ଶଭ୍ରସ୍ମିତା ରାଉତ, ପ୍ରବୀଣ କୁମାର ବଳ ଓ ଓମ୍ଚାନ୍ଦ ବିଶ୍ୱାଳଙ୍କୁ କଣ୍ଠ ସଂଗୀତ ଏବଂ ଲକ୍ଷ୍ମୀପ୍ରିୟା ମିଶ୍ର, ଇତିଶ୍ରୀ ବେହେରା ଓ କ୍ଷୀରାବ୍ଧô ତନୟା ପଣ୍ଡାଙ୍କୁ ନୃତ୍ୟ ପ୍ରତିଯୋଗିତାରେ ଶ୍ରେଷ୍ଠ ଭାବେ ପୁରୁସ୍କୃତ କରାଯାଇଥିଲା । ଏହି ଅବସରରେ ସଂଗଠକ ଅଶୋକ କୁମାର ଦାସ, ପ୍ରଧାନ ଶିକ୍ଷକ ପୁରୁଷୋତ୍ତମ ଧଳ ଓ ପ୍ରଧାନ ଶିକ୍ଷକ ମନୋଜ କୁମାର ଜେନାଙ୍କୁ ସଂସ୍କୃତି ଗୌରବ ସମ୍ମାନରେ ସମ୍ମାନିତ କରାଯାଇଥିଲା । ୨୦୧୬,୨୦୧୭ ଓ ୨୦୧୮ର ରଜପରୀମାନେ ନବରତ୍ନ ଜୁଏଲାର୍ସ ପ୍ରାୟୋଜିତ ରୌପ୍ୟ ମୁକୁଟ ଦେଇ ‘ରଜପରୀ – ୨୦୧୯’ଙ୍କୁ ଭୂଷିତ କରିବା ସହ ସମ୍ବର୍ଦ୍ଧିତ କରିଥିଲେ । ଉକ୍ତ ଉତ୍ସବକୁ ବିଭୂତି ଭୂଷଣ ସାହୁ, ହୃଷିକେଶ ମହାନ୍ତି, ରଶ୍ମିରଞ୍ଜନ ବେହେରା, ସୁଶାନ୍ତ ଶେଖର ବେହେରା ଓ ଗାନ୍ଧିବାଳାଶ୍ରମର କର୍ମକର୍ତ୍ତାମାନେ ପରିଚାଳନା କରିଥିଲେ ।
‘ରଜ ଉତ୍ସବ ପଲ୍ଲୀ ଜୀବନ ଓ ପରମ୍ପରାର ପ୍ରତିଛବି’- ଗାନ୍ଧିବାଳାଶ୍ରମରେ ରଜ ମହୋତ୍ସବ
|
June 15, 2019 |
