ଯାଜପୁର ସଦର,୧୦ା୦୧(ସନ୍ଧାନ ନିୟୁଜ/ଗୋପିନାଥ ଦାଶ): ଏହିପରି ଘଟଣା ଦେଖିବାକୁ ମିଳିଚି ଯାଜପୁର ଜିଲ୍ଲା ସଦରଥାନା ଅନ୍ତର୍ଗତ ବରୀ ବରୁଅାଁ ରାସ୍ତା କେତକିଆ ଛକ ନିକଟରେ । ଘଟଣାରୁ ପ୍ରକାଶ ଯେ, ଯାଜପୁର ସଦରଥାନା ଅନ୍ତଗ୍ରତ ଉପର ବରୁଅାଁର ଶିବଚରଣ ଜେନାଙ୍କ ଝୀଅ ସସ୍ମିତା ଜେନା(୨୦) ପ୍ରତିଦିନ ପରି ସକାଳ ୫ଟା ୫୦ ମିନିଟ୍ରେ ପ୍ରାତଭ୍ରମଣରେ ସାଙ୍ଗ ମାନଙ୍କ ସହତି ଯାଉଥିବା ସମୟରେ କୁଆଖିଆରୁ ବରୀ ଆଡ଼କୁ ଯାଉଥିବା ଏକ ଚିପ୍ସ ବୋଝେଇ ଟ୍ରକ୍ ଦୃତ ଗତିରେ ଆସି ଅନ୍ୟ ଏକ ଟ୍ରକ୍ ସହିତ ଧକ୍କାଦେଇ ସସ୍ମିତାଙ୍କ ଉପରେ ମାଡ଼ିଯିବାରୁ ଘଟଣା ସ୍ଥଳରେ ସସ୍ମିତାର ମୃତୁ୍ୟ ଘଟିଥିଲା । ସ୍ଥାନୀୟ ଗ୍ରାମବାସୀମାନେ ଯୁବାତୀକୁ ଉଦ୍ଧାର କରି ଯାଜପୁର ମେଡିକାଲକୁ ୧୦୮ ଆମ୍ବୁଲାନ୍ସ ଯୋଗେ ପଠାଇଥିବାବେଳେ, ମେଡିକାଲରେ ଡାକ୍ତର ସସ୍ମିତାକୁ ମୃତୁ୍ୟ ଘୋଷଣା କରିଥିଲେ । ସସ୍ମିତାର ମୃତୁ୍ୟ ଘଟଣାକୁ ନେଇ ବରୁଅାଁ ବରୀ ରାସ୍ତାକୁ ରୋକ କରାଯିବା ସହିତ ସେଠାରେ ଉତ୍ତେଜନା ଦେଖାଦେଇଥିଲା । ଯାଜପୁର ସଦର ଥାନା ଆଇ.ଆଇ.ସି ବଶିଂଧର ବେହେରା ଘଟଣା ସ୍ଥଳରେ ପହଁଞ୍ଚô ଲୋକମାନଙ୍କୁ ବୁଝାସୁଝା କରିଥିଲେ ମଧ୍ୟ କ୍ଷତିପୁରଣ ଦାବିରେ ଲୋକମାନେ ଅଡ଼ି ବସିଥିଲେ । ଯାଜପୁର ଟାଉନ୍ ଥାନା ଅଧିକାରୀ ପହଁଞ୍ଚôବା ପରେ ବରୀ ଥାନା ଅଧିକାରୀ ଅଜୟ କୁମାର ଜେନା ପହଁଞ୍ଚôବା ବେଳେ, ଯାଜପୁର ତହସିଲଦାର ସୁଶାନ୍ତ ପତି, ଯାଜପୁର ଅତିରିକ୍ତ ଏସ୍.ପି ନାରାୟଣ ଚନ୍ଦ୍ର ବରିକ ପହଁଞ୍ଚô ରେଡକ୍ରସ୍ ପାଣ୍ଠିରୁ ଜିଲ୍ଲାପ୍ରଶାସନ ତରଫରୁ ଶବ ସସ୍କାର ପାଇଁ ୨୦ ହଜାର ଟଙ୍କା ସହାୟତା ଦେବା ସହିତ ମୃତ ଯୁବତୀ ପରିବାରକୁ ଏକ ଇନ୍ଦିରାଆବାସ ଦେବାପାଇଁ ପ୍ରତିଶୃତି ଦେବାପରେ ରାସ୍ତାରୋକ ହଟିଥିଲା । ତିନି ଘଣ୍ଟାଧରି ରାସ୍ତାରୋକ କରାଯାଇଥିବା ବେଳେ, ଦାବି ପୁରଣ ପ୍ରଶାସନ ପକ୍ଷରୁ ମିଳିବା ପରେ ଗାଡ଼ି ମୋଟର ଚଳାଚଳ ହୋଇଥିଲା ।
ଯୁବତୀଙ୍କ ଉପରେ ଟ୍ରକ୍ ଚଢ଼ିଯିବାରୁ ମୃତ୍ୟୁ
|
January 10, 2021 |



