ଯୁଗୀ ଯୁଗୀଏନ ବନ୍ଦ ସଂଗ୍ରାମ ସମିତି ପକ୍ଷରୁ ବାଲିଶଙ୍କରା ଗ୍ରାମ ପଞ୍ଚାୟତଠାରେ ବୈଠକ ଅନୁଷ୍ଠିତ

Spread the love

ସୁନ୍ଦରଗଡ଼ ତା:୦୪-୦୮-୨୦୨୬ରିଖ (ସନ୍ଧାନ ନ୍ୟୁଜ )ଗତ ରବିବାର ଦିନ ୧ଟା ୩୦ମିନିଟ ସମୟ ରେ ବାଲିଶଙ୍କରା ବ୍ଲକ ଅନ୍ତର୍ଗତ ବାଲିଶଙ୍କରା ଗ୍ରାମ ପଞ୍ଚାୟତ ଠାରେ ଯୁଗୀ ଯୁଗୀଏନ ବନ୍ଦ ସଂଗ୍ରାମ ସମିତି ପକ୍ଷରୁ ଏକ ବୈଠକ ଅନୁଷ୍ଠିତ ହୋଇଥିଲା l ଏହି ବୈଠକ ରେ ଯୁଗୀ ଯୁଗୀଏନ ବିରୁଦ୍ଧରେ ଏକ ସ୍ମାରକ ପତ୍ର ଜିଲ୍ଲାପାଳ ଙ୍କ ଜରିଆ ରେ ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଦେଶ୍ୟ ରେ ଦେବା ପାଇଁ ଆସନ୍ତା ତା:୨୪-୦୮-୨୦୨୬ରିଖ ଦିନ ଏକ ବିଶାଳ ଜନ ସମାବେଶ କରିବା ପାଇଁ ପ୍ରସ୍ତୁତି ବିଷୟରେ ଆଲୋଚନା କରାଯାଇଥିଲା l ଏହି ବୈଠକ ଯୁଗୀ ଯୁଗୀଏନ ବନ୍ଦ ସଂଗ୍ରାମ ସମିତି ବାଲିଶଙ୍କରା ବ୍ଲକ ସଭାପତି ଶ୍ରୀ ସୁଧାଂଶୁ ପଶାୟତ ଙ୍କ ତତ୍ଵାବଧାନ ରେ କରାଯାଇଥିଲା l ଏହି ବୈଠକ ରେ ବାଲିଶଙ୍କରା ବ୍ଲକ ଅଧ୍ୟକ୍ଷା କୁଞ୍ଜଳତା ଭିତ୍ରିଆ ସହିତ ବେଳମତି ଧୂରୁଆ, ସୁଲୋଚନା ସୁଆରୀ, ଦୀନବନ୍ଧୁ ସାଏ,ଧ୍ରୁବ କାଲୋ,ରାଜକୁମାର ଶତପଥି, ଦେବେନ୍ଦ୍ର ମାଝୀ, ଚୁଲୁ ବାର୍ଲା,କଂହେଁଇ ଜୟପୁରିଆ,ନୁଏଲ ବାଆ,ସୀତାରାମ ମିଶ୍ର, ନଗେନ୍ଦ୍ର ସିଂ, ଉମେଶ ସାହୁ, ଜୟଦେବ ତନ୍ତୀ, ଗଣେଶ ମାଝୀ, ବୈରାଗୀ ତନ୍ତୀ ଙ୍କ ସହିତ ବହୁ କର୍ମୀ ଯୋଗଦାନ କରିଥିଲେ l

Related Posts

About The Author

Add Comment