ଯାଜପୁର, ୨୭/୮/୨୩(ସନ୍ଧାନ ନ୍ୟୁଜ): ଅଦ୍ୟ ତା ୨୭.୦୮.୨୦୨୩ ରିଖ ରବିବାର ଦିନ ଜିଲ୍ଳାଜଜ୍ ତଥା ଜିଲ୍ଳା ଆଇନ ସେବା ପ୍ରାଧିକରଣ ଅଧ୍ୟକ୍ଷ ଶ୍ରୀଯୁକ୍ତ ଦାମଦୋର ରଥଙ୍କ ନିର୍ଦ୍ଦେଶକ୍ରମେ, ଯାଜପୁର ଜିଲ୍ଳାଆଇନ ସେବା ପ୍ରାଧିକରଣ ଆନୁକୂଲ୍ୟରେ ଜିଲ୍ଳାସ୍ତରୀୟ ବ୍ୟଙ୍ଗ ନାଟକ/ବକୃତା/ପ୍ରବନ୍ଧ/ଚିତ୍ରାଙ୍କନ ପ୍ରତିଯୋଗିତା ଅନୁଷ୍ଠିତହୋଇଅଛି । ଏଥିରେ ମୋଟ ୧୪ଟି ସ୍କୁଲ ଲିଗାଲ ଲେଟେରିସି କ୍ଲବର ଛାତ୍ର/ଛାତ୍ରୀ (ସଦସ୍ୟ) ଅଂଶ ଗ୍ରହଣ କରି ଆଇନ ସଚେତନତା ମୂଳକ ବିଭିନ୍ନ ବ୍ୟଙ୍ଗ ନାଟକ/ ବକୃତା/ ପ୍ରବନ୍ଧ/ଚିତ୍ରାଙ୍କନ ପରିବେଷଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ଜିଲ୍ଳାଜଜ୍ ଛାତ୍ର ଓ ଛାତ୍ରୀଙ୍କ ଉଦେଶ୍ୟରେ ଉଦଭଦନ ଦେବା ସହିତ ଏହପରିି କାର୍ଯ୍ୟକ୍ରମ ଯୋଗୁଁ ଛାତ୍ର/ଛାତ୍ରୀ ମାନଙ୍କର ବିଭିନ୍ନ ଲୁକାଇତ ପ୍ରତିଭା ପରିପ୍ରକାଶ ହେଉଅଛି ଓ ପରୋକ୍ଷରେ ସମାଜର ବିଭିନ୍ନ ବର୍ଗର ଲୋକ ମାନଙ୍କୁ କିଛି ଆଇନ ସମ୍ବନ୍ଧୀୟ ବାର୍ତା ଯାଉଛି ବୋଲି କହିଥିଲେ । ଏହି ପ୍ରତିଯୋଗିତାରେ ବ୍ୟଙ୍ଗ ନାଟକରେ କେନ୍ଦ୍ରୀୟ ବିଦ୍ୟାଳୟ, ଯାଜପୁର ପ୍ରଥମ ସ୍ଥାନ, ଯାଜପୁର ଜିଲ୍ଲା ସ୍କୁଲ, ଯାଜପୁର ଦ୍ୱିତୀୟ ସ୍ଥାନ ଏବଂ ପଂଚାୟତ ହାଇସ୍କୁଲ ନାଥସାହି ତୃତୀୟ ସ୍ଥାନ ଅଧିକାର କରିଥିଲେ । ବିଚାରକଭାବେ ଆଇନ ସେବା ପ୍ରାଧିକରଣ ସଚିବ ଶ୍ରୀମତୀ ଜ୍ୟେତିର୍ମୟୀ ଦାସ, ଡ଼ଃ. ରାଜକିଶୋର ପଣ୍ଡା ଏବଂ ଶ୍ରୀ ଅଜୟ କାନ୍ତ ରାଉତ ଦାୟିତ୍ୱ ତୁଲାଇଥିଲେ । ପ୍ରବନ୍ଧ ପ୍ରତିଯୋଗିତାରେ କେନ୍ଦ୍ରୀୟ ବିଦ୍ୟାଳୟ, ଯାଜପୁର ଛାତ୍ର ଅଶୃଜିତ ଦାସ ପ୍ରଥମ ସ୍ଥାନ, ରାମବାଗ ଉଚ୍ଚ ବିଦ୍ୟାଳୟର ଛାତ୍ରୀ ଲଷ୍ମି ପ୍ରିୟା ସାହୁ ଦ୍ୱିତୀୟ ସ୍ଥାନ ଏବଂ ଦେବସ୍ମିତା ସାହୁ, ଜହାର ନବଦୟ ବିଦ୍ୟାଳୟ, ପାଣିକୋଇଲି, ଯାଜପୁର ତୃତୀୟ ସ୍ଥାନ ଅଧିକାର କରିଥିଲେ । ବିଚାରକଭାବେ ଡ଼ଃ. ପ୍ରଣତୀ ସାମଲ, ଶ୍ରୀଯୁକ୍ତ ଦୁର୍ବାଶା ଦୁର୍ଗା ଦାୟିତ୍ୱ ତୁଲାଇଥିଲେ । ବକୃତା ପ୍ରତିଯୋଗିତାରେ ସମ୍ୟାରାଣୀ ମିଶ୍ର, ଉତେରେଶ୍ୱରୀ ହାଇସ୍କୁଲ, ମାଳଆନନ୍ଦପୁର, ରୁଢିଆ ପ୍ରଥମ ସ୍ଥାନ, ଜବାହାର ନବଦୟ ବିଦ୍ୟାଳୟ ପାଣିକୋଇଲି ସାର୍ଥକ ଷଡ଼ଙ୍ଗୀ ଦ୍ୱିତୀୟ ସ୍ଥାନ ଏବଂ କେନ୍ଦ୍ରୀୟ ବିଦ୍ୟାଳୟ, ଯାଜପୁର ଛାତ୍ରୀ ଲରେନା ମହାପାତ୍ର ତୃତୀୟ ସ୍ଥାନ ଅଧିକାର କରିଥିଲେ । ବିଚାରକଭାବେ ଶ୍ରୀମତୀ ଈପସିତା ନନ୍ଦ, ଶ୍ରୀ ଦାମୋଦର ବେହେରା ଦାୟିତ୍ୱ ତୁଲାଇଥିଲେ । ଚିତ୍ରାଙ୍କନ ପ୍ରତିଯୋଗିତାରେ ଉପେନ୍ଦ୍ର କୁମାର ହାଇସ୍କୁଲ, ଅବଦଲପୁର ଛାତ୍ର ରଂଜିତ ସାହୁ , ପ୍ରଥମ ସ୍ଥାନ, ଜବାହାର ନବଦୟ ବିଦ୍ୟାଳୟ ପାଣିକୋଇଲର ଛାତ୍ର ଅମ ପ୍ରକାଶ ପାଢୀ, ଦ୍ୱିତୀୟ ସ୍ଥାନ ଏବଂ ସରସ୍ୱତୀ ବିଦ୍ୟା ମନ୍ଦିର, ଯାଜପୁରର ଛାତ୍ର ସୋମ୍ୟରଂଜନ ଦାସ, ତୃତୀୟ ସ୍ଥାନ ଅଧିକାର କରିଥିଲେ । ଚିତ୍ରାଙ୍କନ ବିଚାରକଭାବେ ଶ୍ରୀମତୀ ମନସ୍ୱୀନୀ ରଥ, ଶ୍ରୀ ଅନିଲ କୁମାର ଜେନା, ଦାୟିତ୍ୱ ତୁଲାଇଥିଲୋ ପରିଶେଷରେ ଅତିରିକ୍ତ ଜିଲ୍ଳା ଦୈାରା ଜର୍ଜ ( ପୋକ୍ସ କୋର୍ଟ), ଯାଜପୁର ଶ୍ରୀମତୀ ଜାନକୀ ବିଶ୍ୱାଳ ପ୍ରତିଯୋଗିତାରେ ଭାଗ ନେଇଥିବା କୃତୀ ଛାତ୍ର/ଛାତ୍ରୀମାନଙ୍କୁ ପୁରଷ୍କାର ବିତରଣ କରିଥିଲେ । ଏହି କାର୍ଯ୍ୟକ୍ରମକୁ ଆଇନ ସେବା ପ୍ରାଧିକରଣର ସଚିବ ଶ୍ରୀମତୀ ଜ୍ୟେତିର୍ମୟୀ ଦାସ ପରିଚାଳନା କରିଥିଲେ । ଜିଲ୍ଲା ଆଇନ ସେବା ପ୍ରାଧିକରଣ, ଯାଜପୁରର ସମସ୍ତ କର୍ମଚାରୀଗଣ ଉପସ୍ଥିତ ରହି ସହଯୋଗ କରିଥିଲେ ।
ଯାଜପୁର ଜିଲ୍ଲା ଆଇନ ସେବା ପ୍ରାଧିକରଣ ଦ୍ୱାରା ଜିଲ୍ଳାସ୍ତରୀୟ ବ୍ୟଙ୍ଗ ନାଟକ/ବକୃତା/ ପ୍ରବନ୍ଧ/ଚିତ୍ରାଙ୍କନ ପ୍ରତିଯୋଗିତା
|
August 27, 2023 |