ଯାଜପୁର: ଏନ୍ ଓ ସିକୁ ନେଇ ଗୁରୁକୁଳ ପବ୍ଲିକ୍ ସ୍କୁଲର ସାମ୍ବାଦିକ ସମ୍ମଳନୀ

Spread the love
  • 124
  •  
  •  
  •  
  •  
    124
    Shares

ଯାଜପୁର,୧୪/୧୨(ସନ୍ଧାନ ନିୟୁଜ): ଯାଜପୁର ଜିଲ୍ଲାରେ ୯ଗୋଟି ଘରୋଇ ଶିକ୍ଷାନୁଷ୍ଠାନ ସରକାରୀ ସ୍ୱୀକୃତି ଓ ପ୍ରମାଣପତ୍ର ରହିଥିବା ଖବର ବିଭିନ୍ନ ଗଣାମାଧ୍ୟମରେ ବାହାରିବା ପରେ ଏହି ଜିଲ୍ଲାରେ ବେସରକାରୀ ଭାବେ ଚାଲୁଥିବା ଅନେକ ଶିକ୍ଷାନୁଷ୍ଠାନରେ ଅଧ୍ୟୟନରତ ଥିବା ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ନେଇ ଅଭିଭାବକ ମାନଙ୍କ ମନରେ ଆଶଙ୍କା ସୃଷ୍ଟି ହୋଇଅଛି । ପ୍ରାଥମିକ ନିଦେ୍ଦର୍ଶଳାୟ ପତ୍ର ସଂଖ୍ୟା ୧୫୨୬୧, ତା୨୩.୦୬.୨୦୧୮ ରିଖରେ ପ୍ରଦାନ କରାଯାଇଥିବା ସୂଚନା ତଥ୍ୟ ଅନୁସାରେ ୨୦୧୭-୧୮ ମସିହାରେ ସମଗ୍ର ରାଜ୍ୟରେ ୬୩୯୯ଟି ବେସରକାରୀ ବିଦ୍ୟାଳୟ ରହିଛି । ସେଥି ମଧ୍ୟରୁ ୫୨୫୮ଟି ବେସରକାରୀ ବିଦ୍ୟାଳୟ ସ୍ୱୀକୃତି (ଏନ୍ ଓ ସି) ପ୍ରମାଣପତ୍ର ପାଇବାକୁ ଆବେଦନ କରିଥିଲେ । ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ବିଜ୍ଞପ୍ତି ସଂଖ୍ୟା ୨୯୫୬ ତା୨୧.୨.୨୦୧୭ ଅନୁଯାୟୀ ଜିଲ୍ଲା ଶିକ୍ଷା ଅଧିକାରି ମାନେ ବେସରକାରୀ ପ୍ରାଥମିକ ସ୍କୁଲ ଗୁଡିକୁ ପ୍ରାଥମିକ ଶିକ୍ଷା ନିଦେ୍ଦର୍ଶକଙ୍କ ଅନୁମୋଦନ କ୍ରମେ ସ୍ୱିକୃତି ପ୍ରମାଣପତ୍ର ପ୍ରଦାନ କରୁଛନ୍ତି । ଏହି କ୍ରମରେ ଗୁରୁକୂଳ ପବ୍ଳିକ୍ ସ୍କୁଲର ଏନଓସି ନଥିବା ନେଇ ଅଭିଭାବକ ମହଲରେ ଗୁଞ୍ଜରଣ ହେବା ସହିତ ସ୍କୁଲକୁ ଯୋଗାଯୋଗ କରିଥିଲେ । ଏଥିପାଇଁ ଶୁକ୍ରବାର ଦିନ ଧର୍ମଶାଳା ବ୍ଲକ ହରିଦାସପୁର ସ୍ଥିତ ଗୁରୁକୁଳ ପବ୍ଳିକ ସ୍କୁଲର ଅଧ୍ୟକ୍ଷା ଆରତୀ ମିଶ୍ର ନିଦେ୍ର୍ଧଶକ ସୁଶାନ୍ତ କୁମାର ମହାପାତ୍ର ଏକ ସାମ୍ବାଦିକ ସମ୍ମଳନୀରେ ସ୍କୁଲର ଏନଓସି ଥିବା ନେଇ ପ୍ରକାଶ କରିଛନ୍ତି । ସେ କହିଛନ୍ତି୨୦୧୪ ମସିହାରେ ପ୍ରତିଷ୍ଠା କରାଯାଇଥିଲା । ପରେ ଏହାକୁ ପତ୍ର ସଂଖ୍ୟା ୧୯୧୩୯ରେ ତା ୨-୧୧-୨୦୧୬ରେ ନବମ ପ୍ରର୍ଯ୍ୟନ୍ତ ସିକୃତି ରହିଥିଲା । ପୁର୍ନବାର ୨୨୨୩ ତା ୨୮/୩/୨୦୧୮ରେ ଏହା ସ୍ୱୀକୃତି ୮ମ ଶ୍ରେଣୀ ପର୍ଯ୍ୟନ୍ତ ରହିଥିବା ବେଳେ ଏହାର ମିଆଦୀ ୨୦୨୨ ମସିହା ପର୍ଯ୍ୟନ୍ତ ରହିଅଛି ବୋଲି ପ୍ରକାଶ କରିଛନ୍ତି । ତେବେ ପୁଣିଥରେ ନବମ ଓ ଦଶମ ଶ୍ରେଣୀ ପାଇଁ ସ୍ୱୀକୃତି ଓ ପ୍ରମାଣପତ୍ର ଆବେଦନ କରାଯାଇଅଛି ବୋଲି ଏହି ସାମ୍ବାଦିକ ସମ୍ମଳନୀରେ ଜଣାଇଛନ୍ତି ।

Report- Manas Rout, Jajpur

  • 124
    Shares

Related Posts

About The Author

Add Comment