ବାରିପଦା, 02.01.2021 (ସନ୍ଧାନ ନିଉଜ୍/ଲିଙ୍ଗରାଜ ପଣ୍ଡା)କରୋନା ଯୋଗୁ ଗତବର୍ଷ ଭିଜିଲାନ୍ସ ତଦନ୍ତ କିଛିଟା ଧୁମେଇ ଯାଇଥିଲା ।ତେବେ ଅକ୍ଟୋବର ମାସ ପରଠାରୁ ବିଭାଗ ଅଧିକ ତତ୍ପର ହୋଇ ଉଠିଥିଲା। ଆକ୍ସନ ମୁଡରେ ଥିବା ଭିଜିଲାନ୍ସ ଗତବର୍ଷ ୩୮୧ଜଣଙ୍କ ବିରୋଧରେ ୨୪୫ଟି ମାମଲା ରୁଜୁ କରିଥିଲା। ଯାହାକି ଜାତୀୟ ଅପରାଧ ରେକର୍ଡ ବ୍ୟୁରୋ ତଥ୍ୟ ଅନୁସାରେ ଦେଶରେ ଏହା ମଧ୍ୟରେ ୫୩ଜଣ ପ୍ରଥମଶ୍ରେଣୀ ଅଧୁରୀ ଥିଲା ବେଳେ ୩୭ଜଣ ଦ୍ବିତୀୟ ଶ୍ରେଣୀ, ୧୮୪ତୃତୀୟ ଶ୍ରେଣୀ ଓ ୫ଜଣ ଚତୁର୍ଥ ଶ୍ରେଣୀ କର୍ମଚାରୀ ଅଛନ୍ତି । ଏହାଛଡ଼ା ୨୬ଜଣ ଜନ ପ୍ରତିନିଧି ୭୬ଜଣ ସାଧାରଣ ଜନତାଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲା । ଗତବର୍ଷର ଚଳିତ ମାମଲା ଥିବା ଆଇଏଫଏସ ଅଧୁକାରୀଅଭୟକାନ୍ତ ପାଠକ ଆୟ ବହିର୍ଭୁତ ସମ୍ପତ୍ତି । ଶ୍ରୀ ପାଠକଙ୍କ ୯ ୩୫କୋଟି ଟଙ୍କାର ଆୟ ବହିର୍ଭୁତ ସମ୍ପତି ଠାବହୋଇଥିଲା ଯାହାକି ଭିଜିଲାନ୍ସ ଇତିହାସରେ ସର୍ବାଧ୍ୟ ବୋଲି ଜଣାପଡିଛି। ଭିଜିଲାନ୍ସର ୧୫୦ଜଣ ଅକାରୀ ଲଗାତାର ଦୁଇଦିନ ଧରି ରାଜ୍ୟ ଓ ରାଜ୍ୟ ବାହାରେ ଚଢ଼ଉରେ ସାମିଲ ହେଲେ। ୨୦୨୦ ମସିହାରେ ରୁଜୁ ହୋଇଥିବା ୨୪୫ଟି ମାମଲା ମଧ୍ୟରୁ ୯୩ଟି ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ମାମଲା ରହିଛି। ୯୩ଜଣ ସରକାରୀ ଓ ୪୨ଜଣସାଧାରଣ ଲୋକଙ୍କ ବିରୋଧରେ ଏହି ମାମଲା ରୁଜୁହୋଇ ୧୨୩.୯୧ କୋଟିର ଆୟ ବହିର୍ଭୁତ ସମ୍ପରିଠାବ ହୋଇଛି । ୯୩ଟି ମାମଲା ମଧ୍ୟରୁ ୩୬ଟିରେ ବର୍ଷ୧ କୋଟିରୁ ଉର୍ଦ୍ଦ ସମ୍ପରି ଠାବ ହୋଇଥିବା ବେଳେ ୪ଟିରେ ୪କୋଟିରୁ ଅଧେକ ସମ୍ପରି ଠାବ ହୋଇଛି ।ସେହିପରି ୨୪ଜଣ ପ୍ରଥମ ଶ୍ରେଣୀ ସରକାରୀ ଅଧିକାରୀଙ୍କ ବିରୋଧରେ ଆୟ ବହିର୍ଭୁତ ସମ୍ପତ୍ତି ଠୁଳମାମଲା ରୁଜୁ ହୋଇଥିଲା ବେଳେ ୧୯ଜଣ ଦ୍ବିତୀୟ ଶ୍ରେଣୀ ଅଧିକାରୀଙ୍କ ବିରୋଧରେ ମାମଲା ହୋଇଛି । ବେଆଇନ ଭାବେ ଅର୍ଥ ଆଦାୟ କରିଥିବା ୮ଜଣସରକାରୀ ଅଧୁରୀଙ୍କୁ ଭିଜିଲାନ୍ସ ଧରିବା ସହସେମାନଙ୍କ ପାଖରୁ ୨୬,୯୫,୪୪୦ଟଙ୍କା ଜବତ କରିଥିଲା ।ସେହିପରି ଗତବର୍ଷ ଲାଞ୍ଚଗ୍ରହଣ ମାମଲାରେ ୧୧୩ସରକାରୀ କି ଗତଚର୍ଚ୍ଚାରେ ଆଇଏଫଏସ ଅଛି।ଅଧିକାରୀ ଓ ଦୁଇଜଣ ସାଧାରଣ ଲୋକଙ୍କ ବିରୋଧରେ ୧୦୩ଟିମାମଲା ରୁଜୁ କରିଛି ।ଧରାପଡ଼ିଥିବା ସରକାରୀ ଅଧିକାରୀଙ୍କ ମଧ୍ୟରୁ ୯ ଜଣ ପ୍ରଥମ ଶ୍ରେଣୀ, ୧୬ଜଣଦ୍ବିତୀୟ ଶ୍ରେଣୀ, ୮୦ ତୃତୀୟ ଶ୍ରେଣୀ ଓ ୪ଜଣଚତୁର୍ଥ ଶ୍ରେଣୀ କର୍ମଚାରୀ ଅଛନ୍ତି । ଲାଞ୍ଚ ଗ୍ରହଣ ବେଳେ ମୋଟ ୧୬ ୬୨ଲକ୍ଷ ଟଙ୍କା ଜବତ ହୋଇଥିଲା ବେଳେ ଗୋଟିଏ ମାମଲାରେ ୨ଲକ୍ଷ,୫ଟିରେ ଏକଲକ୍ଷରୁ ଅଧିକ ଓ ଦୁଇଟିରେ ୫୦ହଜାରରୁ ଅଧୁକ ଟଙ୍କା ଜବତ ହୋଇଛି ।ସରକାରୀ ଅର୍ଥ ଆତ୍ମସାତ ଅଭିଯୋଗରେ ୧୨୮ଜଣଙ୍କ ବିରୋଧରେ ୪୯ଟି ମାମଲା ରୁଜୁହୋଇଥିଲା । ଏମାନଙ୍କ ମଧ୍ୟରେ ୯୯ ଜଣ ସରକାରୀ ଅଧୁକାରୀ ଓ ୨୯ଜଣ ସାଧାରଣ ଜନତା ଅଛନ୍ତି । ଏମାନେ ୧୫.୮୩ କୋଟି ଟଙ୍କାର ସରକାରୀ ଅର୍ଥ ଆତ୍ମସାତ କରିଥିବା ଜଣାପଡିଛି। ଦୁର୍ନୀତି21 ଅଭିଯୋଗରେ ୨୨୧ଟି ମାମଲାର ତଦନ୍ତ କରାଯାଇଥିଲା । ଏମାନଙ୍କ ମଧ୍ୟରେ ୩୬ଜଣ ପ୍ରଥମ ଶ୍ରେଣୀ ଅଧୁରୀ, ଦ୍ବିତୀୟ ଶ୍ରେଣୀ, ୧୪୯ତୃତୀୟ ଶ୍ରେଣୀ, ୭ ଚତୁର୍ଥ ଶ୍ରେଣୀ, ୧୦ଜଣ ଅନ୍ୟସରକାରୀ ଅଧୁରୀ ଓ ୧୨ଜଣ ସାଧାରଣ ଜନତା‘ ସାମିଲ ଅଛନ୍ତି । ୨୨୧ ମାମଲାରୁ ୧୨୯ଟି ଖାରଜ ହୋଇଥିଲା ବେଳେ ୬୫ଟି ମାମଲାରେ କାର୍ଯ୍ୟାନୁଷ୍ଠାନ ଲାଗି ସମ୍ପୃକ୍ତ ବିଭାଗକୁ ସୁପାରିସ କରାଯାଇଛି।ଗତବର୍ଷ ୧୬୧ ମାମଲାର ଦନ୍ତ ପ୍ରକ୍ରିୟାଶେଷ କରାଯାଇଥିଲା ବେଳେ ଅଧିକାରୀ ୧୫୩ଟି ମାମଲାରେ ଚାର୍ଜସିଟ ଦାଖଲ କରାଯାଇଛି । ୨୦୪ଜଣଙ୍କ ବିରୋଧରେ ଦାଖଲ ହୋଇଥିବା ଚାର୍ଜସିଟରେ ୨୭ଜଣ ପ୍ରଥମ ଶ୍ରେଣୀ ଅଧୁରୀ, ୨୦ଜଣ, ଦ୍ବିତୀୟଶ୍ରେଣୀ, ୧୨୦ ତୃତୀୟ ଶ୍ରେଣୀ, ୬ଜଣ ଚତୁର୍ଥ ଶ୍ରେଣୀ,୩ଜଣ ଜନ ପ୍ରତିନିଧ୍ୟ ଓ ୨୮ଜଣ ସାଧାରଣ ଜନତା ରହିଛନ୍ତି । ଗତବର୍ଷ ଭିଜିଲାନ୍ସ ୯୫ ପ୍ରତିଶତ ମାମଲାରେ ଚାର୍ଜସିଟ ଦାଖଲ କରିଥିବା ଜଣାପଡିଛି ।,ସେହିପରି ବିଭିନ୍ନ ମାମଲାରେ ମୋଟ,୧୮୭ଜଣଙ୍କୁ ଗିରଫ କରାଯାଇଛି । ୧୬ଟି ମାମଲାରେ ୧୭ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତକରାଯାଇଛି। ସେହିପରି ୧୫ଜଣ ସରକାରୀ ଅଧିକାରୀଙ୍କୁ ଚାକିରିରୁ ବହିଷ୍କାର କରାଯାଇଥିଲା ବେଳେ ୧୬ଜଣ ଅବସରପ୍ରାପ୍ତ କର୍ମଚାରୀଙ୍କ ପେନସନ ବନ୍ଦ କରାଯାଇଛି । ଗତବର୍ଷ ଲୋକାୟୁକ୍ତ ନିର୍ଦ୍ଦେଶକ୍ରମେ ଭିଜିଲାନ୍ସ ୫୪ଟି ମାମଲାର ତଦନ୍ତ କରିଥିବା ଜଣାପଡିଛି ।
ମାମଲା ରୁଜୁରେ ଓଡ଼ିଶା ଭିଜିଲାନ୍ସ ଆଗୁଆ ୩୮୧ଜଣଙ୍କ ବିରୋଧରେ ୨୪୫ ମାମଲା
|
January 2, 2021 |



