ମନରେଗା ଦୁର୍ନୀତି : ପୁଅ ଆକାଉଣ୍ଟରେ ହିତାଧିକାରୀଙ୍କ ଟଙ୍କା, ଜେଲ୍‌ ଗଲେ ଜିଆର‌୍‌ଏସ୍‌

Spread the love

କୋରେଇ,୮/୧୦(ସନ୍ଧାନ ନିୟୁଜ): ଯାଜପୁର ଜିଲ୍ଲା କୋରେଇ ବ୍ଲକ୍‌ ପଥରପଦା ପଞ୍ଚାୟତରେ ମନରେଗା ଯୋଜନାରେ ଦୁର୍ନୀତି ଅଭିଯୋଗରେ ଆଜି ଜଣେ ମହିଳା ଜିଆର‌୍‌ଏସ୍‌ଙ୍କୁ ଜେଲ୍‌ ଯିବାକୁ ପଡିଛି।

ଜିଆର‌୍‌ଏସ୍‌ ସସ୍ମିତା ବେହେରା ପ˚ଚାୟତର ବହୁ ହିତାଧିକାରୀଙ୍କ ଟଙ୍କାକୁ ଚଞ୍ଚକତା କରି ନିଜ କଲେଜ ପଢୁଆ ପୁଅ ଏବ˚ ସ୍ବାମୀଙ୍କ ନାମରେ ରଖିଥିବା ନେଇ ଅଭିଯୋଗ ହୋଇଥିଲା। ହିତାଧିକାରୀ ମାନେ ୪ଟି ପର୍ଯ୍ୟାୟରେ ଘର ନିର୍ମାଣ କାର୍ଯ୍ୟ କରିଥିଲେ। ନିୟମ ଅନୁଯାୟୀ ଗ୍ରାମର ମନରେଗା ଜବ୍‌କାର୍ଡଧାରୀମାନେ ଆବାସ ନିର୍ମାଣରେ ଶ୍ରମିକ ଭାବେ କାମ କରିବା କଥା। ଏହି ଆବାସର ମଜୁରି ବାବଦକୁ ୧୭ ହାଜର ୭୨୧ ଟଙ୍କା ଖର୍ଚ ହେବ। ତେବେ ଆବାସ ନିର୍ମାଣରେ ଜବ୍‌କାର୍ଡଧାରୀ କାମ କରି ନଥିବାବେଳେ ବିଭିନ୍ନ ଲୋକଙ୍କ ନାମରେ ମଜୁରି ଉଠାଯାଇଥିଲା। ହିତାଧିକାରୀଙ୍କ ଅଭିଯୋଗର ତଦନ୍ତ ଆଧାରରେ ଶ୍ରୀମତୀ ବେହେରାଙ୍କ ଚ˚ଚକତା ଧରାପଡିଥିଲା। ଏହାପରେ ସେ ଟଙ୍କା ଫେରସ୍ତ ନ କରିବାରୁ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।

 

Related Posts

About The Author

Add Comment