ଚାଳଘରେ ନିଆଁ ଲାଗିଯିବାରୁ ଘଟଣା ସ୍ଥଳରେ ଶ୍ରମିକର ମୃତ୍ୟୁ

Spread the love
  •  
  •  
  •  
  •  
  •  

ଭଦ୍ରକ,୪/୩ (ସନ୍ଧାନ ନିୟୁଜ/ପ୍ରକାଶ ରାଉତ) ଇଟାଭାଟିରେ କାମ କରି ଗତ ରାତିରେ ବିଶ୍ରାମ ନେଇଥିବା ଜଣେ ଶ୍ରମିକ ଆଜି ଭୋର ସମୟରେ ଚାଳିଆଘରେ ନିଆଁ ଲାଗିଯିବାରୁ ଘଟଣା ସ୍ଥଳରେ ଶ୍ରମିକର ମୃତ୍ୟୁ ହୋଇଥିବା ପୁଲସ ନିକଟରୁ ସୁଚନା ମିଳିଛି । ଘଟଣାରୁ ପ୍ରକାଶ ଭଦ୍ରକ ଜିଲ୍ଲା ଧାମନଗର ଅଞ୍ଚଳ ନଦୀଗାଁ ପଞ୍ଚାୟତ ପାଟଣାସାହି ଗା୍ରମର ବିଶ୍ୱମ୍ଭର ଗୋଚ୍ଛାୟତ(୩୫) ଇଟାଭାଟିରେ ଶ୍ରମିକ ଭାବେ ପଧାନୀ ଗ୍ରାମ ପଞ୍ଚାୟତର କଇଁଥାଡିହ ଗ୍ରାମରେ ଶ୍ରମିକ ଭାବେ କାର୍ଯ୍ୟ କରୁବାକୁ ଯାଇଥିଲେ । ଗତ ରାତ୍ରୀରେ ସମସ୍ତ ଶ୍ରମିକ ଓ ମିସ୍ତ୍ରୀ ଖାଇପିଇ ଏକ ଚାଳିଆ ଘରେ ଶୋଇପଡିଥିଲେ । ଆଜି ଭୋର ସମୟରେ ଶ୍ରମିକ ମାନେ ବିଶ୍ରାମ ନେଇଥିବା ଚାଳିଆ ଘରେ କୈାଣସି କାରଣରୁ ନିଆଁ ଲାଗିଯିବାରୁ ବିଶ୍ୱମ୍ଭର ନିଆଁରେ ପୋଡିହୋଇ ମୃତ ବରଣ କରିବାଥିବା ଦେଖିବାକୁ ମିଳିଛି । ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । କିପରି ନିଆଁ ଲାଗିଲା ଏହା ଦୃର୍ଘଟଣା ନା ହତ୍ୟା ତଦନ୍ତ ଚଳାଇଛି ପୁଲିସ ।

Related Posts

About The Author

Add Comment