ମତଦାନ କେନ୍ଦ୍ରରେ ଭୋଟରଙ୍କୁ ମହିଳାଙ୍କ ଖୋଲା ଧମକ

Spread the love

ଜଗତସିଂହପୁର, ୨୯/୪ (ସନ୍ଧାନ ନିୟୁଜ) : ମତଦାନ କେନ୍ଦ୍ରରେ ଭୋଟରଙ୍କୁ ମହିଳାଙ୍କ ଖୋଲା ଧମକ। ‘‘ଯାହାର ଖାଇଛ ତାକୁ ଭୋଟ୍‌ ଦେବ। ବେଇମାନି କରିବନି। ବେଇମାନି କଲେ ତମର ସବୁ ଲୋନ୍‌ କାଟି ଦେବି।” ଭୋଟ୍‌ ଦେବା ପାଇଁ ଲାଇନ୍‌ରେ ଛିଡ଼ା ହୋଇଥିବା ମହିଳାଙ୍କୁ ଅନ୍ୟ ଜଣେ ମହିଳା ଏଭଳି କହୁଥିବାର ଭିଡିଓ ଆଜି ଭାଇରାଲ୍ ହୋଇଛି।

ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଲକ ଗଜରାଜପୁର ୧୬୯ ନମ୍ବର ବୁଥରୁ ଏହି ଭିଡିଓ ଆସିଛି। ଆଜି ଏଠାରେ ମତଦାନ ଚାଲିଥିବା ବେଳେ ଏଭଳି ଘଟଣା ଦେଖିବାକୁ ମିଳିଥିଲା। ସଂପୃକ୍ତ ମହିଳା ଜଣଙ୍କ ସ୍ଥାନୀୟ ଅଞ୍ଚଳର ବିଜେଡି ନେତ୍ରୀ ବୋଲି କୁହାଯାଉଛି।

Related Posts

About The Author

Add Comment