ମକ୍କାରେ ବସ୍‌ ଦୁର୍ଘଟଣା, ୩୫ ତୀର୍ଥଯାତ୍ରୀ ମୃତ

Spread the love
  •  
  •  
  •  
  •  
  •  

ଦୁବାଇ, ୧୭/୧୦ (ସନ୍ଧାନ ନିଉଜ) : ଦୁବାଇରେ ଥିବା ମୁସଲମାନଙ୍କ ପବିତ୍ର ସହର ମକ୍କା ନିକଟରେ ଏକ ବସ୍‌ ଦୁର୍ଘଟଣାଗ୍ରସ୍ତ ହେବାରୁ ୩୫ ତୀର୍ଥଯାତ୍ରୀଙ୍କ ମୃତ୍ୟୁ ଘଟିଛି। ଦୁର୍ଘଟଣାରେ ଅନ୍ୟ ୪ ଜଣ ଗୁରୁତର ଆହତ ହୋଇଥିବା ସାଉଦି ପ୍ରେସ୍‌ ଏଜେନ୍ସି ପକ୍ଷରୁ ଗୁରୁବାର ସୂଚନା ଦିଆଯାଇଛି। ସାଉଦି ଆରବର ମେଦିନା ପ୍ରଦେଶ ପୁଲିସ ସୂଚନା ଅନୁସାରେ, ବୁଧବାର ରାତି ପ୍ରାୟ ୭ଟାରେ ମକ୍କାରୁ ମେଦିନାକୁ ସଂଯୋଗ କରୁଥିବା ରାସ୍ତାରେ ଏହି ଦୁର୍ଘଟଣା ଘଟିଛି। ବସ୍‌ଟି ଏସିଆ ଏବଂ ଆରବର ଯାତ୍ରୀମାନଙ୍କୁ ନେଇ ମକ୍କା ଯାଉଥିବା ସମୟରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ଦୁର୍ଘଟଣାର କାରଣ ଜଣାପଡ଼ି ନ ଥିବାବେଳେ ପୁଲିସ ଘଟଣାର ତଦନ୍ତ ଜାରି ରଖିଥିବା କହିଛି।

Related Posts

About The Author

Add Comment