ଭୁଜାଲି ମାଡ଼ରେ ବାପ-ପୁଅ ଗୁରୁତର 

Spread the love

ବାରିପଦା ୨୩/୯ (ସନ୍ଧାନ ନ୍ୟୁଜ୍/ଲିଙ୍ଗରାଜ ପଣ୍ଡା):- ସର୍ବ ସାଧାରଣ ରାସ୍ତା ଅବରୋଧ କରିଥିଲେ । ଏହାକୁ ବିରୋଧ କରିବାରୁ ଅବରୋଧକାରୀଙ୍କ ପରିବାର ଲୋକଙ୍କ ମରଣାନ୍ତକ ଆକ୍ରମଣରେ ଅନ୍ୟ ଏକ ପରିବାରର ୪ଜଣ ଗୁ ଶୁ ତର ହୋଇଛନ୍ତି । ଅବରୋଧକାରୀଙ୍କ ଭୁଜାଲି ମାଡ଼ିରେ ଗୁରୁତର ବାପ-ପୁଅଙ୍କୁ କଟକ ବଡ଼ ମେଡିକାଲ ସ୍ଥାନାନ୍ତର କରଯାଇଛି । ଉଭୟ ଜୀବନ ସହ ସଂଗ୍ରାମ କରୁଥିବା ଜଣାପଡିଛି । ଅନ୍ୟପକ୍ଷରେ ଅବରୋଧକାରୀଙ୍କ କୋଦାଳ ବେଷ୍ଟ ମାଡ଼ ରେ ଅନ୍ୟ ୨ ମହିଳାଙ୍କ ଅଣ୍ଟା ଓ ଗୋଡ଼ ଭାଙ୍ଗି ଯାଇଛି। ସେମାନଙ୍କୁ ବାଲେଶ୍ବର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ପୁଲିସର ଅବହେଳା ଓ ଅଦୂରଦର୍ଶିତା ପାଇଁ ଏଭଳି ଏକ ଘଟଣା ଘଟିଥୁବା ଅଭିଯୋଗ ହେଉଛି । ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ କମର୍କୀ ଥାନା ଖରିଦପିପିଳ ପଞ୍ଚାୟତି ହରିଣକୁଲି ଗ୍ରାମରେ ରବିବାର ମଧ୍ୟାହ୍ନରେ ଏଭଳି ଏକ ଛାତିଥରା ଘଟଣା ଦେଖ୍ ବାକୁ ମିଳିଛି । ଏହାକୁ ନେଇ ସମଗ୍ନ ଅ ଅ ଳରେ କମ ହଁ ଥାନା ପୁଲିସ ବିରୋଧରେ ଅସନ୍ତୋଷ ଦେଖା ଦେଇଛି ।

ଦୀର୍ଘଦିନ ଧରି ଏହି ଗାଁର ଏକ ସର୍ବସାଧାରଣ ରାସ୍ତାରେ କଦଳୀ ଗଛ ଲଗାଇ ସେହି ଗାଁର ଶେଖ ନସି ରୁ ଦ୍ଦିନଙ୍କ ପରି ବାର ବେଆଇନ ଅବରୋଧ ସୃଷ୍ଟି କରିଥିଲେ । ଫଳରେ ଗ୍ରାମବାସୀମାନେ ବହୁ ଅସୁବିଧାର ସମ୍ମୁଖୀନ ହେବା ସହ ଏହାକୁ ବିରୋଧ କରି କମର୍କା ଥାନାରେ ଗତ ଜାନୁଆରୀ ଏବଂ ଜୁଲାଇ ମାସରେ ଲି ମୁଁ ତ ଅଭିଯୋଗ ଦେଇଥିଲେ ମଧ୍ୟ ପୁଲିସ ପକ୍ଷରୁ ଏହାର କୌଣସି ସମାଧାନ କରାଯାଇ ନଥିଲା । ବାରମ୍ବାର ଅଭିଯୋଗ ହେଉଥିଲେ ମଧ୍ୟ ପୁଲିସ ନିଦାବିଷ୍ଣୁ ସାଜିଥିଲା । ଏହାକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ଲାଗି ରହି ଥୁଲା । ରବିବାର ମଧ୍ୟାହ୍ନ ୧୨ଟାରେ ସେହି ଗ୍ରାମର ଶେଖ୍ ମନୁ (୫୦) ସେହି ରାସ୍ତାରେ ଯାଉଥିବା ସମୟରେ ଅବରୋଧକାରୀ ଶେଖ୍ ନସିରୁଦ୍ଦିନଙ୍କ ପୁଅ ଶେଖ ସମିରୁଦ୍ଦିନ, ଶେଖ କମିରୁଦ୍ଦିନ ଓ ଶେଖ ଅମିରୁଦ୍ଦିନ, ଶେଖ ସମିରୁଦ୍ଦିନର ପୁଅ ମୌସମ ଅଲ୍ଲୀ, ଶେଖ ଅବଦୁଲ ଓ ଶେଖ ସଦାମ, ଶେଖ୍ କମି ରୁ ଦିନଙ୍କ ପୁଅ ଶେଖ ଜମିରୁଦ୍ଦିନ ଓ ଶେଖୁ ମନ ମିଳିତ ଭାବେ ଭୁଜାଲି ସମେତ ବିଭିନ୍ନ ଧାରୁଆ ମାରଣାସ୍ତ୍ର ଓ କୋଦାଳ ନେଇ ତାଙ୍କୁ ମରଣାନ୍ତକ ଆକ୍ରମଣ କରିବା ସହ ତାଙ୍କ ପେଟରେ ଭୁ ଜାଲି ମାରି ଅନ୍ତ ବୁଜୁଳା ବାହାର କରି ଦେଇଥିଲେ । ସେହି ସମୟରେ ଶେଖ୍ ମନୁଙ୍କ ପୁଅ ଶେଖ କଟି (୧୬) ସେଠାରେ ପହଞ୍ଚି ବାପାଙ୍କୁ ଉଦ୍ଧାର କରିବାକୁ ଯିବା ସମୟରେ ତାଙ୍କୁ ମଧ୍ୟ ଭୁଜାଲିରେ ଆକ୍ରମଣ କରିବା ସହ ପେଟରୁ ଅଡ ବୁ ଜୁ ଳା । ବାହାର କରି ଦେଇ ଥିଲେ । ଗୁ ରୁ ତ ର ଅବସ୍ଥାରେ ବାପ ପୁ ଅ ଛଟପଟ ହେଉଥିଲା ବେଳେ ପାଟିତୁଣ୍ଡ ଶୁଣି ଶେଖ ମନୁ ଙ୍କ ସମ୍ପର୍କୀୟା ଭଉଣୀ ଆମେନା ବିବି (୪୮) ଏବଂ ତାଙ୍କ ଭାଣିଜୀ ହମିଦନ ବିବି (୩୫) ସେଠାରେ ପହଞ୍ଚି ବାରୁ ଉଭୟଙ୍କୁ କୋଦାଳ ବେଣ୍ଟରେ ମାଡ଼ ମାରି ଆମେ ନାଙ୍କ ଅଣ୍ଟା ଓ ହ ମି ଦନର ଗୋଡ଼ ଭାଙ୍ଗି ଦେଇ ଥଲେ । ଗାଁ । ଲୋକେ ଘଟଣାସ୍ଥଳରେ ପହଞ୍ଚି ଗୁରୁତର ୪ ଜଣଙ୍କୁ ଉଦ୍ଧାର କରିବା ସହ ପୁଲିସକୁ ଖବର ଦେଇଥିଲେ । କମର୍କୀ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ସମସ୍ତ ଗୁରୁତରଙ୍କୁ ପୁଲିସ ଗାଡ଼ି ରେ ପ୍ରଥମେ କମର୍କା ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ର ଓ ପରେ ଜଳେଶ୍ୱରପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ । ସେମାନଙ୍କ ଅବସ୍ଥା ସଂକଟାପନ୍ନ ଥିବାରୁ ସମସ୍ତଙ୍କୁ ବାଲେଶ୍ଵର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା । ହେଲେ ଶେଖ୍ ମନୁ ଓ ଶେଖ କଟିଙ୍କର ଜୀବନ ସଂକଟାପନ୍ନ ଥିବାରୁ ସନ୍ଧ୍ୟାରେ ଉଭୟଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ଆମେନା ଓ ହମିଦନଙ୍କୁ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଅସ୍ଥିଶଲ୍ୟ ବିଭାଗରେ ଭର୍ତ୍ତି କରାଯାଇଛି । ଅନ୍ୟପକ୍ଷରେ ଏଭଳି ମରଣାନ୍ତକ ଆକ୍ରମଣରେ ପୁଲିସ ଆକ୍ରମଣକାରୀମାନଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନେଇ ନଥିବା ଜଣାପଡିଛି । ହେଲେ ସନ୍ଧ୍ୟାରେ ଆକ୍ରମଣକାରୀ ଶେଖ କମି ରୁ ଦି ନ ପାଲଟା ଅଭିଯୋଗ ନେଇ ଥାନାରେ ପହଞ୍ଚି ଥିଲା ବେଳେ ପୁଲିସ ତାଙ୍କୁ ଅଟକ ରଖିଥିବା ସୂଚନା ମିଳିଛି।

Related Posts

About The Author

Add Comment