ଭୁଜାଲିରେ ହାଣିଲେ, ୬ ଲକ୍ଷ ଲୁଟିଲେ

Spread the love
ଧର୍ମଗଡ଼, ୧୦/୦୧/୨୦ (ସନ୍ଧାନ ନିଉଜ) : କପା ବିକ୍ରି ଟଙ୍କା ନେଇ ଘରକୁ ଫେରୁଥିବା ବେଳେ ଦୁର୍ବୃତ୍ତଙ୍କ ଆକ୍ରମଣର ଶିକାର ହେଲେ ବାପା ପୁଅ। ଏହି ଆକ୍ରମଣରେ ପୁଅର ମୃତ୍ୟୁ ହୋଇଥିବା ବେଳେ ମୃତ୍ୟୁ ସହ ସଂଘର୍ଷ କରୁଛନ୍ତି ବାପା। ଏପରି ଘଟଣା ଗତକାଲି କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ଥାନା ବୋରଗୁଡ଼ା ନିକଟ ଜଙ୍ଗଲୀ ରାସ୍ତାରେ ଘଟିଛି। ଦୁର୍ବୃତ୍ତମାନେ ସେମାନଙ୍କ ନିକଟରୁ ୬ ଲକ୍ଷ ଟଙ୍କା ଲୁଟ୍‌ କରି ନେଇଛନ୍ତି।  ପୁଲିସ୍‌ ଘଟଣାର ଖୋଳତାଡ଼ ଆରମ୍ଭ କରିଥିଲେ ବି ଅଭିଯୁକ୍ତଙ୍କ ସମ୍ପର୍କରେ ସୁରାକ ପାଇପାରି ନାହିଁ।   ବୋରଗୁଡ଼ାର କ୍ଷିତି ନାଏକ ଓ ତାଙ୍କ ପୁଅ ବଳଭଦ୍ର ନାଏକ କପା ବିକ୍ରି ଟଙ୍କା ନେଇ ଏକ ବାଇକ୍‌ରେ ଗାଁକୁ ଫେରୁଥିଲେ । ଏହି ସମୟରେ ୩ ଜଣ  ଦୁର୍ବୃତ୍ତ ସେମାନଙ୍କୁ ଦୁଇଟି ବାଇକ୍‌ରେ ପିଛା କରିଥିଲେ । ପରେ ଜଙ୍ଗଲୀ ରାସ୍ତା ଦେଖି ସେମାନଙ୍କୁ ଅଟକାଇ ବନ୍ଧୁକ ଦେଖାଇ ଭୟଭୀତ କରିଥିଲେ । ଦୁର୍ବୃତ୍ତମାନେ ସେମାନଙ୍କ ନିକଟରୁ ଟଙ୍କା ବ୍ୟାଗ ଛଡ଼ାଇବାକୁ ଉଦ୍ୟମ କରି ସଫଳ ନ ହେବାରୁ ଲୁହା ରଡ ଓ ଭୁଜାଲିରେ ଆକ୍ରମଣ କରିଥିଲେ । ଫଳରେ ବାପପୁଅ  ତଳେ ପଡିଯିବାରୁ ଦୁର୍ବୃତ୍ତମାନେ ସେମାନଙ୍କଠାରୁ ୬ଲକ୍ଷ ଟଙ୍କା ଲୁଟି ନେଇ ଫେରାର ହୋଇଯାଇଥିଲେ।

Related Posts

About The Author

Add Comment