ଭଦ୍ରକ ସାଂସ୍କୃତିକ ମହୋତ୍ସବ ପାଇଁ ବ୍ୟାପକ ପ୍ରସ୍ତୁତି

Spread the love

ଭଦ୍ରକ,୧୪/୧୧ (ସନ୍ଧାନ ନିୟୁଜ) ଚଳିତ ବର୍ଷ କ୍ରମାଗତ ୬ଷ୍ଠ ଥର ପାଇଁ ଭଦ୍ରକ ସାଂସ୍କୃତିକ ମହୋତ୍ସବ ସ୍ଥାନୀୟ ନେହେରୁ ଷ୍ଟାଡ଼ିୟମ ଠାରେ ଅନୁଷ୍ଠିତ ହେବ । ବିଗତ ବର୍ଷମାନଙ୍କ ପରି ଏହି ରଂଗାରଂଗ ସାଂସ୍କୃତିକ ମେହୋତ୍ସବ ୨୦୨୦ ଜାନୁଆରୀ ୪ରୁ ଆରମ୍ଭ ହୋଇ ୧୪ ତାରିଖ ପର୍ଯ୍ୟନ୍ତ ଚାଲିବ । ଏହି ଉପଲକ୍ଷେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇ ବ୍ୟାପକ କାର୍ଯ୍ୟକ୍ରମ ହାତକୁ ନେବାକୁ ସ୍ଥିିର ହୋଇଛି । ପ୍ରଥମେ ମହୋତ୍ସବ କମିଟିର ମୁଖ୍ୟ ଉପଦେଷ୍ଟା ଭଦ୍ରକ ବିଧାୟକ ସଂଜୀବ କୁମାର ମଲ୍ଲିକଙ୍କ ଉକ୍ତ ଉତ୍ସବର ସଫଳତା ନେଇ ଶୁଭେଛା ବାର୍ତ୍ତା ପାଠ କରାଯାଇଥିଲା । ସଭାପତି ରବିନାରାୟଣ ଖିଲାରଙ୍କ ସଭାପତିତ୍ୱ ଓ ସଂପାଦକ ଆଶିଶ ଅମିତାଭ ମହାପାତ୍ରଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ବୈଠକରେ କମିଟିର ୪୦ରୁ ଉଦ୍ଧ୍ୱର୍ ସଦସ୍ୟ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ମହୋତ୍ସବକୁ ଅଧିକ ଲୋକପ୍ରିୟ ତଥା ଆକର୍ଷଣୀୟ କରିବା ଦିଗରେ ସଦସ୍ୟମାନଙ୍କ ମତାମତ ସଂଗ୍ରହ କରାଯାଇଥିଲା । ବିଶେଷକରି ସାଂସ୍କୃତିକ କାର୍ଯ୍ୟକ୍ରମ ମାଧ୍ୟମରେ ଭଦ୍ରକ ସଦର ମହକୁମା ସମେତ ଜିଲ୍ଲାର ବିଭିନ୍ନ ପ୍ରାନ୍ତରରେ ଲୁଚି ରହିଥିବା ଲୁକକାୟିତ ପ୍ରତିଭାଙ୍କୁ ଖୋଜି ବାହାର କରିବା ଦିଗରେ ଉଦ୍ୟମ କରିବାକୁ ସାଂସ୍କୃତିକ କମିଟିର ଉପଦେଷ୍ଟା ରାମ ନାରୟଣ ମହାନ୍ତି, ସଂଯୋଜକ ପ୍ରଭାତ ଜେନା, ଯୁଗ୍ମ ସଂପାଦିକା ରିଚା ମହାନ୍ତି ଗୁରୁତ୍ୱାରୋପ କରିଥିଲେ । ଅନୁରୂପ ଅତିଥି ମନୋନୟନ ପାଇଁ ବରିଷ୍ଠ ସାମ୍ବାଦିକ ନରେନ୍ଦ୍ର ସାମଲ, ଦେବେନ୍ଦ୍ର ବେହେରା ଓ କମିଟିର ସଭାପତିଙ୍କୁ ଦାୟିତ୍ୱ ଅର୍ପଣ କରାଯାଇଥିଲା । ମହୋତ୍ସବର ୧୧ଦିନ ବ୍ୟାପୀ କାର୍ଯ୍ୟକ୍ରମ ଅବସରରେ ପ୍ରତ୍ୟେକ ସଂଧ୍ୟାରେ ରାଜ୍ୟ ସଂସ୍କୃତି ବିଭାଗ ଦ୍ୱାରା କିପରି ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ପାରିବ ସେଦିଗରେ ମୁଖ୍ୟ ଉପଦେଷ୍ଟା ବିଧାୟକ ଶ୍ରୀ ମଲ୍ଲିକଙ୍କୁ ଅନୁରୋଧ କରାଯିବାକୁ ସ୍ଥିର ହୋଇଥିଲା । ଖୁବ ଶିଘ୍ର ଉକ୍ତ ମହୋତ୍ସବର ସଫଳତାକୁ ନେଇ ପାରିତ କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରିବାକୁ ବୈଠକରେ ସର୍ବସମ୍ମତ ନିଷ୍ପତି ନିଆଯାଇଥିଲା । ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ କମିଟିର ଅନ୍ୟତମ ଉପଦେଷ୍ଟା ଅଶୋକ ନାୟକ, ରୋ.ଅତିଶ ବେହେରା, ଡ଼. ହରିହର ନାୟକ, ପ୍ରବୀର ଜେନା, କାର୍ଯ୍ୟକାରୀ ସଭାପତି ଚାରୁଦତ୍ତ ନାୟକ, କୋଷାଧ୍ୟକ୍ଷ ପ୍ରିୟଦର୍ଶନ ବୋଇତି, ମେଡ଼ିଆ ସେଲ ଅଧ୍ୟକ୍ଷ ଅବିନାଶ ପଣ୍ଡା, ସଂଗଠନ ସଂପାଦକ ସୁବ୍ରତ ଦିକ୍ଷୀତ, ବରିଷ୍ଠ ସଦସ୍ୟ ସୁରଜିତ୍ ପାଲ, ଅପୂର୍ବ ବେହେରା, ରାଜେଶ ନାୟକ, ଅମରେନ୍ଦ୍ର ବିଶ୍ୱାଳ, ଗଦାଧର ବଳ, ସୁପ୍ରଭା ପାଣୀ, ମନୋରମା ରାୟ, ଚୈଳାଳୀ ଖିଲାର, ସଂଯୁକ୍ତା ମହାନ୍ତି, ରଶ୍ମିତା ସେଠୀ, କଳ୍ପନା ଜେନା, ରାଜେଶ ଦାସ, ଶୁଭ୍ରାଂଶୁ ପରିଡ଼ା, ନାରଣ ବାରିକ, ଟୁକୁନା ସ୍ୱାଇଁ. ଜ୍ଞାନ ଦାସ, ରମେଶ ପାଗଲ, ସାଧନ ଧର, କ୍ଷିରୋଦ ଦାସ, ବାବୁନି ବେହେରା, କ୍ଷିତିଶ ସାମନ୍ତ, ଅଜୟ ପଣ୍ଡା, ବୁବୁନ୍ ମଲ୍ଲିକ, ରବିନାରାୟଣ ନାୟକ, ସନ୍ତୋଷ ନାୟକ, ଜି.ଶିବଶଙ୍କର, ସେକ ଜସ୍ମେର ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।

Related Posts

About The Author

Add Comment