ଭଣ୍ଡାରିପୋଖରୀ ବିଧାୟକ ପ୍ରଫୁଲ୍ଲ ସାମଲଙ୍କୁ କରୋନା

Spread the love

ଭଦ୍ରକ, ୦୮/୦୫ (ସନ୍ଧାନ ନିଉଜ)  ଏହି ଜିଲାର ଭଣ୍ଡାରିପୋଖରୀ ବିଧାୟକ ପ୍ରଫୁଲ୍ଲ ସାମଲ କରୋନା ସଂକ୍ରମିତ ହୋଇ ଭୁବନେଶ୍ୱର ‘ସମ ଅଲଟିମେଟ କୋଭିଡ ହସପିଟାଲ’ରେ ଚିକିତ୍ସାଧିନ ଥିବା ଜଣାଯାଇଛି। ଭୁବନେଶ୍ୱର ପଳାସପଲ୍ଲୀ ବାସଭବନରେ ଶ୍ରୀ ସାମଲ ଗତ ୩ ତାରିଖରେ ଅସୁସ୍ଥତା ଅନୁଭବ କରିଥିଲେ। ପରିବାର ପକ୍ଷରୁ ତାଙ୍କୁ ‘ସମ ହସପିଟାଲ’କୁ ଚିକିତ୍ସା ପାଇଁ ନିଆଯାଇଥିଲା। ସେଠାରେ ପରୀକ୍ଷାରୁ କୋଭିଡ ସଂକ୍ରମଣ ହୋଇଥିବା ଜଣାପଡିଥିଲା। ଶ୍ରୀ ସାମଲଙ୍କୁ କୋଭିଡ ହସପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା। ତାଙ୍କ ସ୍ୱାସ୍ଥ୍ୟବସ୍ଥାରେ ଉନ୍ନତି ପରିଲକ୍ଷିତ ହୋଇଛି ବୋଲି ସୂଚନା ମିଳିଛି। ୭୫ ବର୍ଷ ବୟସର ଶ୍ରୀ ସାମଲ ଆଗାମୀ ଦୁଇ ଦିନ ମଧ୍ୟରେ ଡାକ୍ତରଖାନାରୁ ଘରକୁ ଫେରିବେ ବୋଲି ଆଶା କରାଯାଉଛି। ବିଭିନ୍ନ ମହଲରୁ ବିଧାୟକ ଶ୍ରୀ ସାମଲଙ୍କ ଆଶୁ ଆରୋଗ୍ୟ କାମନା କରାଯାଇଛି। REPORT- PRASANTA BARIK

Related Posts

About The Author

Add Comment