ବୟନ ଶିଳ୍ପ ପ୍ରତିଷ୍ଠା ପାଇଁ ଭଦ୍ରକ ଜିଲ୍ଲାରେ ଭାରତୀୟ ଜନତା ପାର୍ଟି ପକ୍ଷରୁ ୬ ଘଣ୍ଟିଆ ବନ୍ଦ ଡାକରା

Spread the love
  •  
  •  
  •  
  •  
  •  

ଭଦ୍ରକ, ୨୮।୧ (ସନ୍ଧାନ ନିୟୁଜ):  ଭଦ୍ରକ ଜିଲ୍ଲାରେ ବୟନ ଶିଳ୍ପ ପ୍ରତିଷ୍ଠା ପାଇଁ ରାଜ୍ୟ ସରକାର ଜମି ଯୋଗାଇ ଦେବାର ଅବହେଳା ପ୍ରତିବାଦରେ ସୋମବାର ଭାରତୀୟ ଜନତା ପାର୍ଟି ପକ୍ଷରୁ ୬ ଘଣ୍ଟିଆ ଭଦ୍ରକ ଜିଲା ବନ୍ଦ ଡାକରା ଦିଆଯାଇଛି। ବୟନ ଶିଳ୍ପ ଲାଗି ୭୫ ଏକର ଜମି ଯୋଗାଇବା ଦାବି କରି ଜିଲ୍ଲାର ୭ଟି ବ୍ବ୍ଲକ ସକାଳ ୬ଟା ବେଳେ ସ୍ଥାନୀୟ ବିଜେପି ନେତା ଓ କର୍ମୀମାନେ ଦଳ ଦଳ ହୋଇ ବ୍ୟାନର ଓ ପତାକା ଧରି ବିଭିନ୍ନ ସ୍ଥାନରେ ବିକ୍ଷୋଭ ଆରମ୍ଭ କରିଛନ୍ତି।ସେମାନେ ଭଦ୍ରକ ରେଳଷ୍ଟେସନ୍ ଡିଏମ୍ୟୁ ଟ୍ରେନ୍, ବସ୍‌ଷ୍ଟାଣ୍ଡ୍‌ରୁ ଯାତାୟାତ କରୁଥିବା ବସ୍ ଅଟକାଇବା ସହ ୧୬ ନମ୍ବର ଜାତୀୟ ରାଜପଥ ଅବରୋଧ କରିଛନ୍ତି। କେତେକ ବିକ୍ଷୋଭକାରୀ ଜିଲ୍ଲାପାଳ ଓ ଉପଜିଲ୍ଲାପାଳଙ୍କ କାର୍ୟ୍ୟାଳୟ ଓ କୋର୍ଟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି। ଇଣ୍ଡିଆନ୍ ଅଏଲ ପକ୍ଷରୁ ୭୫ ଏକର ଜମିରେ ୧୬୭୧କୋଟି ବ୍ୟୟବରାଦରେ ବୟନଶିଳ୍ପ ପ୍ରକଳ୍ପ ପାଇଁ ରାଜ୍ୟସରକାର ଜମି ପ୍ରଦାନ କରୁ ନ ଥିବା କାରଣ ରୁ ଏହିବନ୍ଦ ପାଳନ କରାଯାଇଛି
ଭଦ୍ରକ ବସ୍‌ଷ୍ଟାଣ୍ଡ୍‌ ଠାରୁ ଭଣ୍ଡାରିପୋଖରୀ ପର୍ୟ୍ୟନ୍ତ ରାସ୍ତା ବନ୍ଦ ରହିଛି ଭଣ୍ଡାରିପୋଖରୀ ବ୍ଲକ ମଞ୍ଜୁରୀରୋଡ ଷ୍ଟେସନ ଠାରେ ଭାଜପା କର୍ମୀମାନେ ଯାଜପୁର-ଖଡ଼ଗପୁର ପାସେଞ୍ଜର, ଅପ ଲାଇନରେ ଏକ ମାଲ ଗାଡି ଅଟକ ରଖାଯାଇଛି।

Related Posts

About The Author

Add Comment