ବ୍ୟାଙ୍କ ବାବୁଙ୍କ ଜିଦ୍ ଆଗରେ ହାରିଲା ମାନବିକତା; ଶେଷରେ ଭଉଣୀର କଙ୍କାଳ ଧରି ବ୍ୟାଙ୍କରେ ପହଞ୍ଚିଲା ଭାଇ

Spread the love

କେନ୍ଦୁଝର:୨୭/୪/(ସନ୍ଧାନ ନ୍ୟୁଜ)ଆମ ସମାଜରେ ଶିକ୍ଷାର ସଂଜ୍ଞା କ’ଣ? କେବଳ କିଛି ଡିଗ୍ରୀ ହାସଲ କରି ବଡ଼ ଚେୟାରରେ ବସିବା, ନା ଅସହାୟର ଦୁଃଖକୁ ବୁଝିବା? କେନ୍ଦୁଝର ଜିଲ୍ଲା ପାଟଣା ଥାନା ଅନ୍ତର୍ଗତ ମଲ୍ଲୀପଶି ଗାଁରୁ ଆସିଥିବା ଏହି ଚିତ୍ର ସରକାରୀ ବ୍ୟବସ୍ଥାର ନଗ୍ନ ରୂପକୁ ପଦାରେ ପକାଇ ଦେଇଛି।

ମୃତ୍ୟୁ ଓ ଅସହାୟତା: ଦୁଇ ମାସ ପୂର୍ବରୁ ଜିତୁ ମୁଣ୍ଡାଙ୍କ ଭଉଣୀ କାଲରା ମୁଣ୍ଡା ଆଖି ବୁଜିଥିଲେ। ଭଉଣୀଙ୍କ ବ୍ୟାଙ୍କ ଖାତାରେ ଥିବା ମାତ୍ର ୧୯,୩୦୦ ଟଙ୍କା ଉଠାଇବା ପାଇଁ ଅପାଠୁଆ ଭାଇ ବାରମ୍ବାର ବ୍ୟାଙ୍କ ଦୌଡ଼ିଥିଲେ।

​କର୍ମଚାରୀଙ୍କ ଅମାନୁଷିକ ଜିଦ୍: ବ୍ୟାଙ୍କ କର୍ମଚାରୀଙ୍କ ଗୋଟିଏ ଜିଦ୍—”ଯାହା ନାଁରେ ଖାତା, ସେ ନଆସିଲେ ଟଙ୍କା ମିଳିବନି।” ଜିତୁ ନେହୁରା ହୋଇ କହିଥିଲେ, “ମୋ ଭଉଣୀ ମରିଗଲାଣି”, କିନ୍ତୁ ବାବୁମାନେ ବିଶ୍ୱାସ କଲେନି କି କୌଣସି ବିକଳ୍ପ ବାଟ ଦେଖାଇଲେନି।

​କଙ୍କାଳ ସାଜିଲା ପ୍ରମାଣ: ଶେଷରେ ବ୍ୟବସ୍ଥା ଆଗରେ ହାର ମାନି ଜିତୁ ମାଟି ତଳୁ ନିଜ ଭଉଣୀର ସେହି କଙ୍କାଳସାର ଶବକୁ ବାହାର କରି ବ୍ୟାଙ୍କକୁ ଘୋଷାରି ଘୋଷାରି ଆଣିଥିଲେ।

ନିୟମ କାହା ପାଇଁ? ଯଦି ନିୟମ ଜଣେ ସାଧାରଣ ମଣିଷକୁ ସାହାଯ୍ୟ କରିବା ପରିବର୍ତ୍ତେ ତାକୁ ମାନସିକ ନିର୍ଯାତନା ଦିଏ, ତେବେ ସେ ନିୟମର ମୂଲ୍ୟ କ’ଣ?

​ମୃତ୍ୟୁ ପ୍ରମାଣପତ୍ରର ମୂଲ୍ୟ କାହିଁ? ଜଣେ ଗରିବ ଲୋ

Related Posts

About The Author

Add Comment