ବେଆଇନ ମୋରମ ଖାଦାନରେ ମୋରମ ଧସି ୩ ଶ୍ରମିକଙ୍କ ଶୋଚନୀୟ ମୃତ୍ୟୁ, ୧ ଗୁରୁତର
ବେଆଇନ ମୋରମ ଖାଦାନରେ ମୋରମ ଧସି ୩ ଶ୍ରମିକଙ୍କ ଶୋଚନୀୟ ମୃତ୍ୟୁ, ୧ ଗୁରୁତର
Manas Kumar Rout |
June 9, 2019 |
କେନ୍ଦୁଝର, ୯/୬ (ସନ୍ଧାନ ନିୟୁଜ) କେନ୍ଦୁଝରରେ ବେଆଇନ ମୋରମ ଖାଦାନରେ ମୋରମ ଧସି ୩ ଜଣ ଶ୍ରମିକଙ୍କ ଶୋଚନାୟ ଭାବେ ମୃତ ହୋଇଥିବା ବେଳେ ୧ ଜଣ ଗୁରୁତର ହୋଇଛି। ଶନିବାର ଦିନ ଅପରାହ୍ନ ପ୍ରାୟ ୫ ଟା ସମୟରେ ଟାଉନ ଥାନା ଅନ୍ତର୍ଗତ ତୁଳସୀ ଚୌରା ଗାଁ ନିକଟସ୍ଥ ଏକ ବେଆଇନ ମୋରମ ଖଣିରୁ ଏକ ଟ୍ରାକ୍ଟର ମୋରମ ନେଉଥିବା ବେଳେ, ହଠାତ୍ ସେହି ଖାଦାନରୁ ମୋରମ ଅତଡା ଧସିଥିଲା। ଫଳରେ ସେଠାରେ କାର୍ଯ୍ୟରତ ତିନିଜଣ ଶ୍ରମିକ ସେହି ମୋରମ ଅତଡାରେ ପୋତି ହୋଇଯାଇଥିଲେ। ସେଠାରେ କାର୍ଯ୍ୟରତ ଶ୍ରମିକ ମାନଙ୍କ ମଧ୍ୟରୁ ବାହାରେ ରହିଯାଇଥିବା ଜଣେ ମହିଳା ଶ୍ରମିକ ପାଖ ଗାଁ ଲୋକଙ୍କୁ ଖବର ଦେବାପରେ ଘଟଣା ଜଣା ପଡିଥିଲା। ଏବଂ ପରେ ପରେ ଅଗ୍ନିଶମ ବିଭାଗକୁ ଖବର ଦିଆଯାଇଥିଲା। ଅଗ୍ନିଶମ ବିଭାଗ ଓ ଟାଉନ ପୋଲିସ ସଙ୍ଗେ ସଙ୍ଗେ ଘଟଣା ସ୍ଥଳରେ ପହଞ୍ଚି ଜେସିବି ମେସିନ ସାହାଯ୍ୟରେ ଜଣେ ମହିଳା ଶ୍ରମିକ ଓ ଦୁଇ ଜଣ ପୁରୁଷ ଶ୍ରମିକଙ୍କର ମୃତ ଦେହ ଉଦ୍ଧାର କରିଥିଲେ। ମୃତକମାନେ ହେଲେ ରେଖା ଦେହୂରୀ, ନିର ଜୁଆଙ୍ଗ, କେଶବ ଜୁଆଙ୍ଗ ଓ ଆହତ ମହିଳା ଶ୍ରମିକ ହେଲେ ପାଟ ମନ୍ତ୍ରୀ। ଏହି ସମସ୍ତ ଶ୍ରମିକ ମାନଙ୍କର ଘର ତେଲକୋଇ ବ୍ଲକର ତାଳପଦା ଗାଁ ରେ ବୋଲି ଜଣା ପଡିଛି। ସମସ୍ତେ ଶ୍ରମିକମାନେ ସଦର ବ୍ଲକ ର ଅଲଣପଦା ଗାଁ ରେ ରହି କିଛି ଦିନ ହେବ ଏହି ଟ୍ରାକ୍ଟରରେ ଶ୍ରମିକ ଭାବରେ କାମ କରୁଥିଲେ। ଯେଉଁ ଟ୍ରାକ୍ଟର ସେହି ବେଆଇନ ମୋରମ ଖାଦାନରୁ ମୋରଣ ଚାଲାଣ କାର୍ଯ୍ୟରେ ନିୟୋଜିତ ଥିଲା। ତେବେ ସ୍ଥାନୀୟ ଲୋକଙ୍କର ଅଭିଯୋଗ ଅନୁସାରେ ଏଠାରେ କିଛି ବର୍ଷ ପୂର୍ବେ ଗାୟତ୍ରୀ କନଷ୍ଟ୍ରକସନ କମ୍ପାନୀ ଚୋରାରେ ମୋରମ ନେଇ ଡୁବୁରୀ ନରଣପୁର ରାସ୍ତା ନର୍ମାଣ କାର୍ଯ୍ୟରେ ବ୍ୟବହାର କରୁଥିଲା। ସେତେବେଳେ ସ୍ଥାନୀୟ ଲୋକେ ପ୍ରଶାସନକୁ ଏ ସଂପର୍କରେ ବାରମ୍ବାର ଅଭିଯୋଗ କରିଥିଲେ ବି କେହି ଶୁଣି ନଥିଲେ। ଏବେ ସେହି ମୋରମ ଖାଦାନରେ ପ୍ରତିଦିନ ଏକାଧିକ ଟ୍ରକ ଓ ଟ୍ରାକ୍ଟର ଚୋରାରେ ମୋରମ ନେଇ ବିକି ବେଶ ପଇସା ରୋଜଗାର କରୁଥିବା ବେଳେ ସେଥିରୁ ତହସିଲ ଅଫିସ ର କିଛି ଅସାଧୁ କର୍ମଚାରୀ ମଧ୍ୟ ବେଖ ହାତ ଚିକ୍କଣ କରୁଛନ୍ତି। ଅଭିଯୋଗ କଲେ ସୁଦ୍ଧା କେହି ଶୁଣୁନାହାନ୍ତି। ତହସିଲ ବିଭାଗର ପକେଟ ଗରମ କରିବାର ନିଶା ଆଜି ୩ ଜଣ ଙ୍କର ବହୂମୂଲ୍ୟବାନ ଜୀବନ ନେଲା। ତେବେ ପେଟ ପାଇଁ କାମ କରୁଥିବା ଅବସ୍ଥାରେ ମୃତ୍ୟୁ ମୁଖରେ ପଡିଥିବା ସେହି ନୀରିହ ଶ୍ରମିକ ମାନଙ୍କ ପରିବାରର ଯେଉଁ ବିରାଟ କ୍ଷତି ହେଲା ତାର ଭରଣା କରିବ କିଏ ? ଏବଂ କିଏ ନେବ ଏହାର ଉତରଦାୟିତ୍ୱ। ତାହା ଏବେ ବିରାଟ ପ୍ରଶ୍ନ। କିଏ ଦେବ ଏହାର ଉତ୍ତର। କେବଳ ଏହି ଗୋଟିଏ ମୋରମ ଖଣି ନୁହେଁ ବରଂ କେନ୍ଦୁଝରରେ ବ୍ୟାପକ ସଂଖ୍ୟାରେ ବେଆଇନ ମୋରମ ଖଣି ଚାଲିଥିବା ଘଟଣା ସଂପର୍କରେ ପ୍ରଶାସନ ବେଶ ଅବଗତ ରହିଅଛି। କିନ୍ତୁ ତାହା ଉପରେ ଲଗାମ ଲଗାଇବା ଦିଗରେ ପ୍ରଶାସନ ଆଗ୍ରହ ପ୍ରକାଶ କର ନ ଥିବାରୁ ଏଭଳି ବେଆଇନ ଖଣି ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଅନେକ ସମୟରେ ଏଭଳି ମୋରମ ଖଣି ଗୁଡିକରେ ପଡି ନିରୀହ ଲୋକ ମୃତ୍ୟୁ ବରଣ କରିବା ଘଟଣା ଜିଲ୍ଲାରେ ମଧ୍ୟ ନୂଆ ନୁହେଁ। କିନ୍ତୁ ପ୍ରଶାସନ କର୍ତ୍ତୃପକ୍ଷ ଏ ସଂପର୍କରେ କେବେ ସଚେତନ ହେବେ ତାହା ଦେଖିବାକୁ ବାକି ରହିଲା।
Related Posts
About The Author