ବୁଗୁଡ଼ା :ତୃତୀୟ ଦିନ ସୁଦ୍ଧା ଟୀକା ନେଲେ ୨୮୬ ଜଣ 

Spread the love

ବୁଗୁଡା :୨୧/୧/୨୦୨୧(ସନ୍ଧାନ ନିଉଜ) :  ବୁଗୁଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ କୋଭିଡ ଟୀକାକରଣ କାର୍ଯ୍ୟକ୍ରମର  ତୃତୀୟ ଦିନରେ ୧୦୧ ଜଣ ଟୀକା ନେଇଥିବା ସୂଚନା ମିଳିଛି l ପ୍ରଥମ ଦିନରେ ୬୦ ଓ ଦ୍ବିତୀୟ ଦିନରେ ୧୨୫ ଶହେ ଜଣ ଟୀକା ଗ୍ରହଣ କରିଥିଲେ l ଆଜି ୨୧ ଜଣ ଅଙ୍ଗନବାଡି କର୍ମୀ,  ୬୧ ଜଣ ସହାୟିକା,  ୩ ଜଣ ଆଶା କର୍ମୀ, ୧୬ ଜଣ ମେଡିକାଲ କର୍ମଚାରୀଙ୍କୁ ମିଶାଇ ୧୦୧ ଜଣଙ୍କୁ ଟୀକା ପ୍ରଦାନ କରାଯାଇଛି  l ଭେକସିନ ଅଧିକାରୀ ରଞ୍ଜିତା ବେବର୍ତ୍ତା, ରଶ୍ମିତା ସାହୁ ଟୁକୁନି ସ୍ୱାଇଁ, ରେଶମା ରାଣୀ ସ୍ୱାଇଁ, ଅଶୋକ ନାୟକ, ସଂଗ୍ରାମ ପ୍ରଧାନ, ଗଣେଶ କଣ୍ଡେଇ ପ୍ରମୁଖ ଟୀକା  ପ୍ରଦାନ କରିଥିଲେ l  ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ୪୨୮ଟି ଟୀକା ଆସିଥିବା ବେଳେ ଆଜି ସୁଦ୍ଧା ୨୮୬ ଜଣ ଟୀକା ଗ୍ରହଣ କରିଥିବା ଜଣାଯାଇଛି ।

Related Posts

About The Author

Add Comment