ବାରିପଦା, ୩୦/୯ (ସନ୍ଧାନ ନ୍ୟୁଜ୍): ବାରିପଦା ସହରର ଶପଟା ନିବାସୀ ଶ୍ୟାମସୁନ୍ଦର ରଣା(୭୩) ସାଧାରଣରେ ବାଙ୍କବାବୁ ଭାବେ ପରିଚିତ । ଡାହାଣ ଗୋଡଟି ଦୁଇ ଇଞ୍ଚ ଛୋଟ ଥୁରୁ ଚାଲିବାରେ ଅସୁବିଧା ଥିଲେ ମଧ୍ୟ ଗୋଟିଏ ବାଡି ସାହାଯ୍ୟରେ ଚାଲିଥାନ୍ତି । ସେ ସ୍କୁଲରେ ପଢୁଥିବା ବେଳେ ବାର ବର୍ଷ ବୟସରେ ସାଇକେଲ ଦୁର୍ଘଟଣାରେ ଆହତ ହୋଇ ଡାହାଣ ଗୋଡଟି କଟକରେ ଅସ୍ତ୍ରୋପଚାର କରାଯିବା ପରେ ଦୁଇ ଇଞ୍ଚ ଛୋଟ ହୋଇଯାଇଥିଲା । ଶ୍ୟାମସୁନ୍ଦରଙ୍କ ପିତା ଲାଲମୋହନ ରଣା ରାଜଦରବାର ସମୟରେ ବ୍ୟାଣ୍ଡ ଅଫିସରେ କାର୍ଯ୍ୟ କରୁଥିଲେ । ପିଲାଟି ଦିନୁ ବାପା ତାଙ୍କୁ ସମାଜସେବା କରିବା ପାଇଁ ପ୍ରେରଣା ଦେଉଥିଲେ ହେଁ ସେ ସୁଯୋଗ ଅପେକ୍ଷାରେ ଥିଲେ । ମାଟ୍ରିକ ଶିକ୍ଷା ସାରି ସେ ପ୍ରଥମେ ବେସରକାରୀ ସଂସ୍ଥା ଗୁଡିକରେ କାର୍ଯ୍ୟ କରୁଥିଲେ ମଧ୍ୟ ଅନ୍ତର ଭିତରେ ଜନସେବାର ଇଚ୍ଛା ବଳବତ୍ତର ରହିଥିଲା । ଶେଷରେ ଶ୍ୟାମସୁନ୍ଦରଙ୍କୁ ଏହି ଜନସେବାର ଅପୂର୍ବ ସୁଯୋଗ ମିଳିଥୁଲା । ତାହା ପୁଣି ବାରିପଦାର ସେବା ସଂଘ ସଂସ୍ଥା ଭଳି ଏକ ପବିତ୍ର ସଂଗଠନରେ । ବାରିପଦା ସହରର ବାରୁଣୀ ଶ୍ମଶାନଘାଟ ଏହି ସେବା ସଂଘ ଦ୍ବାରା ପରିଚାଳିତ । ସେ ସେବା ସଂଘ ସଂସ୍ଥାରେ ୧୯୯୦ ଏପ୍ରିଲରେ ଯୋଗ ଦେବା ପରେ ଶ୍ମଶାନର ବିଭିନ୍ନ ଦାୟିତ୍ବରେ ନିଜକୁ ସମର୍ପିତ କରି ଆସୁଛନ୍ତି । ୧୯୯୦ ଠାରୁ ଆଜିପର୍ଯ୍ୟନ୍ତ ପ୍ରାୟ ୩୦ ବର୍ଷ ଧରି ସକାଳ ହେଲା ମାତ୍ର ଶ୍ୟାମସୁନ୍ଦର ସାଇକେଲ ଚଢି ଶ୍ମଶାନରେ ପହଞ୍ଚିଥାନ୍ତି । ଶବଦାହ କାର୍ଯ୍ୟରେ ନିଯୁକ୍ତ ଥିବା ବ୍ୟକ୍ତି ଓ ଶବଦାହ ପାଇଁ ଶ୍ମଶାନରେ ଗଚ୍ଛିତ କାଠର ହିସାବ ଓ କିପରି ଭାବରେ ବିଭିନ୍ନ ସ୍ଥାନରୁ କାଠ ଆସି ପାରିବ ସେ ସଂପର୍କରେ ତାଙ୍କର ଦାୟିତ୍ବ ସମ୍ଭାଳିଥାନ୍ତି । ପ୍ରତିଦିନ ସେ ସକାଳରୁ ମଧ୍ୟାହ୍ନ ପର୍ଯ୍ୟନ୍ତ ଶ୍ମଶାନରେ ରହି ସମସ୍ତ କାର୍ଯ୍ୟ ତୁଲାଇଥାନ୍ତି । ଗୋଟିଏ ଦିନ ଶ୍ମଶାନକୁ ନ ଗଲେ ତାଙ୍କ ମନ ଅସମ୍ଭାଳ ହୋଇ ଯାଇଥାଏ । ଏପରିକି ଅସୁସ୍ଥ ଥିଲେ ମଧ୍ୟ ସେ ଶ୍ମଶାନକୁ ଯାଇ କିଛି ସମୟ ରହି ଫେରି ଆସିଥାନ୍ତି । ବାରୁଣୀ ଶ୍ମଶାନରେ ପ୍ରତି ମାସ ୫୦ରୁ ଉଦ୍ଧ ଶବ ଦାହ କାର୍ଯ୍ୟ ହୋଇଥାଏ । ପ୍ରତ୍ୟେକ ବର୍ଷ ବର୍ଷାଋତୁ ଓ ଶୀତଋତୁ ଅର୍ଥାତ୍ ଜୁଲାଇରୁ ଡିସେମ୍ବର ପର୍ଯ୍ୟନ୍ତ ଶବଦାହ ସଂଖ୍ୟା ବୃଦ୍ଧି ପାଇଥାଏ । ସେବା ସଂଘ ଦାରା ଶବଦାହ ନିମନ୍ତେ କାଠ ଓ ଶବଦାହ କରୁଥିବା ଦୁଇ ଜଣ ବ୍ୟକ୍ତିଙ୍କୁ ନିଯୁକ୍ତି ଦିଆଯାଇଛି । ସେବା ସଂଘ ପକ୍ଷରୁ ପ୍ରତ୍ୟେକ ଶବଦାହ ପାଇଁ କାଠ ବାବଦ ୧୫ ଶହ ଟଙ୍କା କରି ଧାର୍ଯ୍ୟ କରାଯାଇଛି । କିନ୍ତୁ ବାସ୍ତବରେ ଗୋଟିଏ ଶବକୁ ଦାହ କରିବା ନିମନ୍ତେ ଅଢେଇ କୁଇଣ୍ଟାଲରୁ ତିନି କୁଇଣ୍ଟାଲ ପର୍ଯ୍ୟନ୍ତ କାଠ ଆବଶ୍ୟକ ହୋଇଥାଏ। ବୋଲି ଶ୍ୟାମସୁନ୍ଦର କହିଛନ୍ତି । ସରକାରଙ୍କ ତରଫରୁ ଶବଦାହ ପାଇଁ ସୁଲଭ ମୂଲ୍ୟରେ କାଠ ଯୋଗାଯାଉ ନ ଥିଲେ ମଧ୍ୟ ସାଧାରଣ ବଜାରରୁ ସେବା ସଂଘ ପକ୍ଷରୁ କାଠ କିଣାଯାଇଥାଏ । ବମାନ ସାଧାରଣ ବଜାରରେ କାଠ କୁଇଣ୍ଟାଲର ଦର ପ୍ରାୟ ଆଠ ଶହ ଟଙ୍କାରେ ପହଞ୍ଚିଲାଣି । ଶ୍ୟାମସୁନ୍ଦର କହନ୍ତି ଯେ ସେ ଦୈନିକ ଯେତିକି ସମୟ ଶ୍ମଶାନରେ ରହନ୍ତି, ତାଙ୍କୁ ଅପାର ଶାନ୍ତି ମିଳିଥାଏ । ଶ୍ମଶାନରୁ ଫେରି ଆସିବା ପରେ ସଂସାରର ମାୟା ତାଙ୍କୁ ଅଶାନ୍ତି ପ୍ରଦାନ କରିଥାଏ । ତାଙ୍କ ମତରେ ମଣିଷ ଶ୍ମଶାନକୁ ଆସିଲେ ମାୟା ମରିଚିକାଠାରୁ ଦୂରରେ ରହିପାରିବ । ସେ ଶ୍ମଶାନକୁ ଆସୁଥିବାରୁ ତାଙ୍କର ବନ୍ଧୁବାନ୍ଧବ, ସାହି ପଡିଶା ସମସ୍ତଙ୍କଠାରୁ ଅପାର ସମ୍ମାନ ଓ ସ୍ନେହ ଶ୍ରଦ୍ଧା ପାଇଥାନ୍ତି । ବୟସର ଅପରାହ୍ନରେ ମଧ୍ୟ ସଂପୂର୍ଣ୍ଣ ନିରୋଗ ରହିଛନ୍ତି ସେ । ପିଲାଦିନର ସମାଜସେବା ନିଶା ଚରିତାର୍ଥ ହୋଇଥିବାରୁ ଈଶ୍ଵରଙ୍କ ପ୍ରତି କୃତଜ୍ଞ ରହିବା ସହିତ ନିଜ କାର୍ଯ୍ୟ ପ୍ରତି ସେ ସମର୍ପିତ ବୋଲି ସମାଜକୁ କହିଛନ୍ତି ।
ତାଜା ଖବର
- ଛଅ ମାସ ହେଲା ମିଳୁନି ଭତ୍ତା, ଚିନ୍ତାରେ ବିମଳା ବରିହା
- ବାଲିଶଙ୍କରାରେ ବିଜେଡିର ଜନସମ୍ପର୍କ ପଦଯାତ୍ରାରେ ବିଜେଡିର ଶକ୍ତି ପ୍ରଦର୍ଶନ, ବିଜେଡି ଦଳରେ ମିଶିଲେ କଂଗ୍ରେସ ଓ ବିଜେପିର ୭୫ ଜଣ
- IGP Dr Satyajit Naik Appeals for Peaceful and Disciplined Durga Puja Celebrations
- ଶାନ୍ତି, ଶୃଙ୍ଖଳା ଓ ଭାଇଚାରାର ସହ ମା ଦୁର୍ଗାଙ୍କ ପୂଜା ପାଳନ କରନ୍ତୁ: କେନ୍ଦ୍ରାଞ୍ଚଳ ଆଇଜି ଡଃ ସତ୍ୟଜିତ ନାଏକ
- ରଜି ଦେବି ୱେଲଫେୟାର ଟ୍ରଷ୍ଟ ଦ୍ୱାରା ଢେଙ୍କାନାଳ ରେ ବିଶ୍ୱ ଧଳା ବାଡ଼ି ଦିବସ ପାଳିତ
- ନିମ୍ନ ଲିଙ୍କରେ କ୍ଲିକ କରି ଆଜିର ଇ – ପେପର ଡାଉନ ଲୋଡ କରନ୍ତୁ
- ଦିନ ଦି ‘ ପହରରେ ଚୋରି ,ଅଭିଯୁକ୍ତକୁ ଅଞ୍ଚଳ ଲୋକେ ପୋଲିସ କୁ କଲେ ହସ୍ତାନ୍ତର
- ଅବକାରୀ ବିଭାଗର ଆତର୍କିତ୍ ଚଢାଉ,ବିପୁଳ ପରିମାଣର ଦେଶୀମଦ ଜବତ
- ରାମବାଗ ସରକାରୀ ଉଚ୍ଚ ବିଦ୍ୟାଳୟରେ ଆଇନ ସଚେତନତା ସଭା ଅନୁଷ୍ଠିତ
- କଳିଙ୍ଗନଗର ଠାରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ବିଭିନ୍ନ ଶିଳ୍ପ ପ୍ରକଳ୍ପର ଶୁଭାରମ୍ଭ କରୁଛନ୍ତି।



