ବସରେ ସିଟ୍ ନ ମିଳିବାରୁ ଭାଇ ଭଉଣୀଙ୍କ ଅଭିନବ ପ୍ରତିବାଦ !

Spread the love

ଭଦ୍ରକ ୩/୧୧ (ସନ୍ଧାନ ନିୟୁଜ) ବସ ଆଗରେ ଶୋଇ ଭାଇଭଉଣୀଙ୍କ ଅଭିନଵ ପ୍ରତିଵାଦ | ଆଜି ଏଭଳି ଏକ ଘଟଣା ଦେଖିବାକୁ ମିଳିଥିଲା ଭଦ୍ରକ ଚାନ୍ଦବାଲି ରାସ୍ତାର ଇଚ୍ଛାପୁର ଛକରେ। ସୂଚନା ଅନୁସାରେ, ଚାନ୍ଦବାଲିରୁ ଏକ ଘରୋଇ ବସ ଯୋଗେ ଅସୁସ୍ଥ ଭଉଣୀଙ୍କୁ ନେଇ ଭଦ୍ରକ ଇଛାପୁରକୁ ଆସିଥିଲେ ଭାଇ। ଵସରେ ଚଢିବା ପୂର୍ବରୁ ଭଉଣୀଙ୍କ ଦେହ ଅସୁସ୍ଥ ଅଛି ସିଟ ଦେଵାକୁ କହିଵାରୁ କଣ୍ଡକ୍ଟର ଵସକୁ ଆସ ସିଟ ଅଛି ବୋଲି କହି ଉଠାଇଥିଲା। ହେଲେ ଶେଷ ପର୍ଯ୍ୟନ୍ତ ସିଟ ଦେଇ ନଥିଲେ। କିନ୍ତୁ ଏହି ସମୟରେ ଚାନ୍ଦବାଲିରୁ ଭଦ୍ରକର ଇଛାପୁରକୁ ଆସିବା ସମୟରେ ଠିଆ ହୋଇ ଭଉଣୀ ଦୁଇଥର ଖସି ପଡିଥିଲେ। ଵସରୁ ଇଛାପୁର ଛକରେ ଓହ୍ଲାଇ ବସ ଆଗରେ ଶୋଇ ବସ ଆଗରେ ଶୋଇ ଅଭିନଵ ପ୍ରତିବାଦ କରିଥିଲେ। ଫଳରେ ଵସଟିରେ ଥିବା ଯାତ୍ରୀ ହନ୍ତସନ୍ତ ହେବା ସହ ଯାତାୟାତରେ ଵାଧା ସୃଷ୍ଟି ହୋଇଥିଲା। ପରେ ଘଟଣା ସ୍ଥଳରେ ପୋଲିସ ପହଂଚିଵା ପରେ ପରିସ୍ଥିତି ସ୍ୱାଭାବିକ ହୋଇଥିଲା l

Related Posts

About The Author

Add Comment