ଭଦ୍ରକ,୧୫/୧୧ (ସନ୍ଧାନ ନିୟୁଜ) ବନ୍ତ ବ୍ଲକ ଅନ୍ତର୍ଗତଃ ବସନ୍ତିଆ ପଞ୍ଚାୟତର ବହୁ ପୁରାତନ ବୋଇତ ବନ୍ଦାଣ ଉତ୍ସବର ଶୁଭାରମ୍ଭ ମଙ୍ଗଳବାର ପ୍ରତ୍ୟୁଷରୁ ଅତିଥି ଭାବେ ଯୋଗ ଦେଇଥିବା ବନ୍ତ ଆଇ.ଆଇ.ସି. ମିନାରାଣୀ ବିନ୍ଧାଣୀଙ୍କ ଦ୍ବାରା ଉଦଘାଟିତ ହୋଇଥିଲା । ଏହି ଅବସରରେ ଏକ କଳସ ଶୋଭାଯାତ୍ରା ରାଧାକୃଷ୍ଣଙ୍କର ମୃଣ୍ମୟୀ ମୂର୍ତ୍ତି ନିକଟରେ ପହଞ୍ଚି କଳସ ସ୍ଥାପନା ପୂର୍ବକ ପୂଜାର୍ଚ୍ଚନା କରାଯାଇଥିବା ବେଳେ ସ୍ଥାନୀୟ ଫ୍ରେଣ୍ଡସ ଯୂଥ୍ ବ୍ଳବ ଏହାର ଦାୟୀତ୍ଵ ଦେଇଥିଲେ । ଏହା ବସନ୍ତିଆ ବଜାର ପାଶ୍ୱସ୍ଥ ପୋଖରୀର ଉତ୍ତର ପାଶ୍ୱରେ ଅନୁଷ୍ଠିତ ହୋଇଥିବା ବେଳେ କ୍ଳବର ଉପଦ୍ଦେଷ୍ଟା ପ୍ରଦୀପ କୁମାର ପଣ୍ଡା, ବସନ୍ତ କୁମାର ବେହେରା, ସଭାପତି କ୍ଷୀରୋଦ ରାଉଳ, ସଂପାଦକ ମୁକ୍ତିକାନ୍ତ ପଣ୍ଡା, ରଜତ ମୈକାପ ପ୍ରମୁଖ କ୍ଲବର ପ୍ରାୟଃ ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ । ଏହି ଉପଲକ୍ଷେ ରାଧା-କୃଷ୍ଣଙ୍କର ମୃଣୁୟୀ ମୂର୍ତ୍ତି ସହିତ ଆକର୍ଷଣୀୟ ମେଢ଼, ସୁଦୃଶ୍ୟ ବାରୁଆଳୀ, ଆକର୍ଷଣୀୟ 6ତାରଣ ସଜ୍ଜା ସହିତ ରଙ୍ଗୀନ ଆଲୋକର ଇନ୍ଦ୍ରଜାଲ ଖୁବ୍ ଆକର୍ଷଣୀୟ ଥିଲା । ୭ ଦିନ ବ୍ୟାପୀ ପ୍ରତି ସଂନ୍ଧ୍ୟାରେ ଭିନ୍ନ ଭିନ୍ନ ସାଂସ୍କୃତିକ କର୍ଯ୍ୟକ୍ରମ ରଖାଯାଇ ଥିବାର ବ୍ଲକ୍ ସୂତ୍ରରୁ ଜଣାଯାଇଛି ।
ବସନ୍ତିଆର ପ୍ରସିଦ୍ଧ ବୋଇତ ବନମାହୋଲ
|
November 15, 2019 |



