ବାରିପଦା , ୧୪/୦୪/୨୦୨୧ (ସନ୍ଧାନ ନିଉଜ) ବଳାଙ୍ଗୀ ମହୋତ୍ସବ କମିଟି ବିଶୁବ ପଣା ସଂକ୍ରାନ୍ତି ଉପଲକ୍ଷେ ଉତ୍କଳୀୟ ନବବର୍ଷ ବାରିପଦା ରୋଟାରୀ କ୍ଲବ ଠାରେ ମହା ଆଡମ୍ବରରେ ପାଳିତ ହୋଇଯାଇଅଛି । ଆୟୋଜିତ ବୈଠକରେ ବଳାଙ୍ଗୀ ମହୋତ୍ସବର ସଭାପତି ତଥା ମରୋଡା ବିଧାୟକ ଶ୍ରୀଯୁକ୍ତ ରାଜକିଶୋର ଦାଶ ସଭାପତିତ୍ୱ କରିଥିଲେ । ପୂର୍ବତନ ରାଜ୍ୟସଭା ସାଂସଦ ଶ୍ରୀମତୀ ସରୋଜୀନି ହେମ୍ବ୍ରମ ମୂଖ୍ୟ ଅତୀଥି, ଜିଲ୍ଲାର ବରିଷ୍ଠ ସାମ୍ବାଦିକ ଡ. ବିଜୟ କୁମାର ଅଗ୍ରୱାଲ, ବରେଣୟ ଅତିଥିଭାବେ ଯୋଗ ଦେଇଥିଲେ । ଆବାହକ ଶରତ ଚନ୍ଦ୍ର ନାୟକ ସମ୍ପାଦକ ଧାରଣା ବେବା ପରେ ଡ.ଭାଗବତ ପଣ୍ଡା ଶୁଭ ଦିବସ ଅସବରରେ ଶ୍ରୀ ଜଗନ୍ନାଥ ସ୍ମୃତି ପାଠ କରିଥିଲେ । ନବ ବର୍ଷ ଉପଲକ୍ଷେ ବିଶିଷ୍ଟ କଣ୍ଠ ଶିଳ୍ପୀ ତଥା ବଳାଙ୍ଗୀ ପରିଚାଳନା ସଦସ୍ୟ ଶ୍ରୀ ଗୋପାଳ ସନ୍ଦ୍ର ସାଓ ଓଡିଶାର ଜାତୀୟ ସଂଗୀତ ବନ୍ଦେ ଉତ୍କଳ ଜନନୀ ଗାନ କରିଥିଲେ । ରାଜ୍ୟ ସାହିତ୍ୟ ଏକାଡେମୀ ମୟୂରଭଞ୍ଜ ସଦସ୍ୟ ଶ୍ରୀଯୁକ୍ତ ପଦ୍ମନାଭ ସାହୁ ଅତିଥି ଭାବେ ଯୋଗ ଦେଇଥିଲେ । ସମ୍ପାଦକ ସର୍ବପ୍ରଥମେ କରୋନା ଜନିତ ସମଗ୍ର ବିଶ୍ୱରେ ମୃତ୍ୟୁବରଣ କରିଥିବା ଓ ସେବା କରୁଥିବା କରୋନା ଯୋଦ୍ଧା ଓ ଆଗାମୀ ବିଶ୍ୱ ସ୍ତରରୁ ମହାମାରୀ କରୋନାକୁ ଅପସାରଣ କରିନେବା ପାଇଁ ଜଗତର ଠାକୁର ଜଗନ୍ନାଥଙ୍କୁ ପାର୍ଥନା କରିଥିଲେ । ସଭାରେ ଅନ୍ୟ ମାନଙ୍କ ମଧ୍ୟରେ ବିଶିଷ୍ଟ ସମାଜ ସେବୀ ପୂର୍ଣ୍ଣିମା ପଣ୍ଡା, ମୂର୍ଚ୍ଚନା ଦାସ ପଟ୍ଟନାୟକ, ଜ୍ୟୋସ୍ନାରାଣୀ ଜେନା, ଉଦୟ ନାଥ ଜେନା, ଶୀକ୍ଷାବିତ୍ ନରେନ୍ଦ୍ର ମୋହନ ସେନାପତି, ପିତାମ୍ବର ମଲ୍ଲୀ, ସାମ୍ବାଦିକ ସୁକାନ୍ତ କୁମାର ଜୀଉ, ଅକ୍ଷୟ କୁମାର ମହାନ୍ତି, ନନ୍ଦଲାଲ ସିଂ, ଉଗ୍ରେସର ବେହେରା, ସାହିତ୍ୟିକ ଅମିତାଭ ମିଶ୍ର ଏବଂ ବଳାଙ୍ଗୀ ସେନା ମୁଖ୍ୟ କୁମାରେଶ ନାୟକ, କିଶୋର ମହାନ୍ତି, ଗୋଲକ ଚନ୍ଦ୍ର ମହାନ୍ତି, ଅଶୋକ କୁମାର ପଲେଇ, ବିଜୟ କୁମାର ବାଗୁଳି, ପଦ୍ମନାଭ ମହାପାତ୍ର, ସନାତନ ସିଂ ପ୍ରମୁଖ ବହୁ ସଦସ୍ୟ ଉପସ୍ଥିତିଥିବା ବେଳେ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ଜ୍ୟୋତିରଥ ଜିଲ୍ଲା ପରିକ୍ରମା ସମୟରେ ସ୍ୱକ୍ରୀୟ ସେବା ଯୋଗାଇଥିବା ଶିକ୍ଷାବିତ୍ ନରେନ୍ଦ୍ର ମୋହନ ସେନାପତି ଓ ହୃଷିକେଶ ଦାସ ଓ ର୍ୟୋଲିରେ ଯୋଗ ଦେଇଥିବା ୪୦ଜଣ ବଳାଙ୍ଗୀ ସୈନିକକୁ ମାନପତ୍ର ପ୍ରଦାନ କରି ସମ୍ବଦ୍ଧିତ କରାଯାଇଥିଲା ସର୍ବ ଶେଷରେ ଡ. ଶଶିଧର ବିଶ୍ୱାଳ ମଂଚ ପରିଚାଳନା କରିଥିବା ବେଳେ ଶ୍ରୀ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ । Report- Paresh Sarangi
ବଳାଙ୍ଗୀ ମହୋତ୍ସବ କମିଟି ଦ୍ୱାରା ଓଡିଆ ନବବର୍ଷ ପାଳିତ
|
April 14, 2021 |


