ପୁରୀ, ୧୧/୧୦/୨୦ (ସନ୍ଧାନ ନିଉଜ) : ପୁରୀ ଜିଲ୍ଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଡିମିରିସେଣା ଗାଁରେ ଘଟିଛି ଏକ ଅଭାବନୀୟ ଘଟଣା। ଏଠାରେ ଜମି ବିବାଦକୁ ନେଇ ଦୁଇ ପରିବାର ମଧ୍ୟରେ ସଂଘର୍ଷ ଘଟିଛି। ଏଥିରେ ସୁରେନ୍ଦ୍ର ଭୋଇ ଓ କାଳିଆ ଭୋଇ ନାମକ ଦୁଇଜଣ ବ୍ୟକ୍ତି ମୃତ୍ୟୁବରଣ କରିଛନ୍ତି। ଏହି ଘଟଣାରେ ୧୦ରୁ ଅଧିକ ଆହତ ହୋଇଥିବାର ଖବର ମିଳିଛି।*ଏଣେ ବ୍ରହ୍ମଗିରି ଥାନା ପୁଲିସ ୫ଜଣଙ୍କୁ ଧରିନେଇଛି। ଉତ୍ତେଜନା ପାଇଁ ଘଟଣାସ୍ଥଳରେ ବ୍ୟାପକ ପୁଲିସ୍ ମୁତୟନ କରାଯାଇଛି। ମିଳିଥିବା ସୂଚନା ଅନୁଯାୟୀ ଘର ପାଖରେ ଏକ ପାଣିକଳ ବସାଇବା ଲାଗି ଦୁଇ ପରିବାର ଭିତରେ କନ୍ଦଳ ବେଶ କିଛି ଦିନ ହେବ ଲାଗି ରହିଥିଲା। ଗତକାଲି ଅମିନ ଆସି ଜମିଜମା ମାପିବା ପରେ ଦୁଇ ପରିବାର ଭିତରେ ଜମିଜମା ଗଣ୍ଡଗୋଳର ସମାଧାନ ହୋଇଥିଲା।କିନ୍ତୁ ଆଜି ସକାଳେ ଉଭୟ ପରିବାରର ମହିଳାମାନଙ୍କ ଭିତରେ ପାଟିତୁଣ୍ଡ ହୋଇଥିଲା। ଏହାପରେ ଉଭୟ ପରିବାରର ଲୋକେ ତେଣ୍ଟା ଓ ଟାଙ୍ଗିଆରେ ପରସ୍ପରକୁ ଆକ୍ରମଣ କରିଥିଲେ।
ପୁରୀ ଜିଲ୍ଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଡିମିରିସେଣା ଗାଁରେ ଘଟିଛି ଅଭାବନୀୟ ଘଟଣା
|
October 11, 2020 |