ଏବେ ସମଗ୍ର ବିଶ୍ୱରେ ମହାମାରୀ କୋରନା ଆତଙ୍କ ସୃଷ୍ଟି କରିଚାଲିଛି । ଏ ଯାଏଁ ପ୍ରତିଷୋଧକ ବାହାରିନାହଁ । କୋରନା ଯୋଗୁ ଜୀବନଶୈଳୀ ବଦଳିଯାଇଛି । ଅଜଣା ଭୟ ମନରେ ବସା ବାନ୍ଧିଛି । ଦିନକୁ ଦିନ ଆଥିିକ ସମସ୍ୟା ବଢିବାରେ ଲାଗିଛି, ଲୋକମାନେ ନିଜନିଜର ବୃତି ହରାଇଲେଣି, ଆଗକୁ କଣ ହେବ ଅଜିଠୁ କହିବା କଷ୍ଟକର । ତେଣୁ ଶୃଙ୍ଖଳିତ ଜୀବନ ଶୈଳୀ ଆପଣାଇବାକୁ ପଡିବ , କରୋନା ଆମ ଶତୃ ହୋଇ ଧନଜୀବନ ନଷ୍ଟ କଲେମଧ୍ୟ ବହୁତ କିଛି ଶିକ୍ଷା ଦେଇଛି । ତାକୁ କାର୍ଯ୍ୟରେ ଲଗାଇବା ଆବଶ୍ୟକ ସେଗୁଡିକ ହେଲା, ମିତବ୍ୟଯିତା ଅର୍ଥାତ୍ ଅଳ୍ପ ଖର୍ଚ୍ଚରେ ଚଳିବା, ବିନା କାରଣରେ ବାହାରେ ନ ବୁଲିବା, ଘର ତିଆରି ଖାଦ୍ୟ ଖାଇବା, ସାମାଜିକ ଦୂରତା ଅବଲମ୍ବନ କରିବା, ସଫା ସୁତୁରା ରହିବା , ବାରମ୍ବାର ସାବୁନ୍ରେ ହାତ ଧୋଇବା , ପାନ ଗୁଟୁୁଖା ନ ଖାଇବା ,ଏଣେ ତେଣେ ଛେପ ନ ପକାଇବା ଆଦି । ଏ ସବୁ ନକରିବା ଦ୍ୱାରା ଆମେ କେବଳ କୋରନା ନୁହେଁ ଅନେକ ରୋଗକୁ ନିଜ ଘରକୁ ଆମନ୍ତ୍ରଣ କରିଥାଉ , ଘର ପିନ୍ଧା ଲୁଗା ଏବଂ ବାହାର ପିନ୍ଧା ଲୁଗା ଅଲଗା ରଖିବା ଆବଶ୍ୟକ, ଖରା ପରେ ଧରାକୁ ଆସେ ବର୍ଷା ଋତୁ ଆକାଶରେ କଳାମେଘର ଚାନ୍ଧୁଆ ସହ ବେଳେ ବେଳେ ଘଡ ଘଡି ସହ ଆକାଶରେ ଶୋଭାପାଏ ଇନ୍ଦ୍ରଧନୁ । ବନ୍ଧାହୁଏ ଟଗର-କନ୍ଦମ୍ବ-ତରାଟ ଫୁଲର ତୋରଣ । ଘାସଗାଲିଚାରେ ଚାଲେ ସାଧବ ବହୂ ଗଛଡାଳରେ ଝିକାରିଟି ଗାଏ ବର୍ଷା ଆଗମନା । ଆଦ୍ୟ ଆଷାଢରେ ପୋହିଲି ବର୍ଷାରେ ମାଟିରୁ ବାଷ୍ପ ବାହାରେ ଏହି ମହକରେ ଜୀବ ଜଗତ ବିମୋହିତ ହୁଏ । ସେତିକି ଆତ୍ମାରେ ପ୍ରାଣ ସଂଚାର ହୁଏ ବର୍ଷାକୁ ଉପଭୋଗ କରିବା ପାଇଁ କିଏ ବର୍ଷା ରେ ଭିଜେ, କିଏ କବିତା ଲେଖେ , ଆଉ କିଏ କାଗଜ ଡଙ୍ଗା କରି ପାଣି ସୁଅରେ ଭସାଇ ଦିଏ । ବର୍ଷା ବିନା ଜୀବ ଜଗତ ତିଷ୍ଟି ରହିବା ଅସମ୍ଭବ । ବର୍ଷା ସବୁବେଳେ ମଙ୍ଗଳ କାରୀ ବର୍ଷା ଯୋଗୁ ଟାଙ୍ଗରା ଭୂମିରେ ଘାସ କଅଁଳେ, ନଇନାଳ ପୋଖରୀ, ଜଳରେ ପରିପୂର୍ଣ୍ଣ ହୁଏ । ଫଳରେ ଚାଷୀ ଚାଷ ବାସ ପାଇଁ ଆଗଭରହୁଏ । ମୁଣ୍ଡ ଝାଳ ତୁଣ୍ଡରେ ମାରୀ ଫସଲ କରେ, ନିଜେ ଖାଏ ଓ ଅନ୍ୟକୁ ଖୁଆଏ । ବର୍ଷା ଋତୁ ମଙ୍ଗଳମୟ ହେଲେ ମଧ୍ୟ ବେଳେ ବେଳେ ଅସୁବିଧାରେ ପକାଏ, କମ୍ ବର୍ଷା, ଅତି ବର୍ଷା, ଅନିୟମିତ ବର୍ଷା ଯୋଗୁ ଫସଲ ହାନୀ ହୁଏ । ସାଧାରଣତଃ ବର୍ଷା ୪ ମାସ ହୁଏ । ଆସାଢ ଶ୍ରାବଣ କୁ ବର୍ଷା ଋତୁ କୁହାହେଲେ ମଧ୍ୟ ଭାଦ୍ରବ ଓ ଆର୍ଶିନ ମାସ ଯାଏ ବର୍ଷା ଲାଗିରହେ । ତେଣୁ ବର୍ଷା ଋତୁକୁ ଚତୁର୍ମାସ୍ୟା କୁହାଯାଏ । ଏହି ଋତୁରେ କେତେକ ସମସ୍ୟା ଦେଖାଯାଏ । ଯେଉଁ ମାନେ ଝାଟି ମାଟି ବା କଚା ଘରେ ରହନ୍ତି, ତାଙ୍କ ଘର ଭାଙ୍ଗିଯାଏ । ଗାତ ମାନଙ୍କରେ ପାଣି ପସିବା ଫଳରେ ବିଷଧର ସାପ, ବିଛା ଘରେ ପ୍ରବେଶ କରନ୍ତି । ସର୍ପ ଦଂଶନରେ ବର୍ଷା ଋତୁରେ ବହୁତ ଲୋକ ମୃତ୍ୟୁ ମୁଖରେ ପଡନ୍ତି । ସେହି ପରି ବଜ୍ରପାତରେ ଜୀବନ ହାନି ହୁଏ । ତେଣୁ ଏସବୁ ପ୍ରତି ଆମକୁ ସତର୍କ ରହିବାକୁ ପଡିବ । ବର୍ଷା ହେବା ପୂର୍ବରୁ ଘରର ଛପର କରେଇନେବା ଆବଶ୍ୟକ । ଘରର ଚାରିପାଖେ ସଫା ସୁତୁରା ରଖିବା ଆବଶ୍ୟକ । ଏହି ଋତୁରେ ଜଳ ବାହିତ ରୋଗୀ ଅଧିକ ହୋଇଥାଏ । ଦୂଷିତ ପାଣି ପିଇବା ଦ୍ୱାରା ତରଳ ଝାଡା ହୁଏ । ମଶା କାମୁଡିବା ଦ୍ୱାରା ଡେଙ୍ଗୁ ମ୍ୟାଲେରିଆ ହୁଏ । ତେଣୁ ମଶାରୀ ଲଗାଇ ଶୋଇବାକୁ ଅଭ୍ୟାସ କରିବା ଦରକାର ଏହି ଋତୁରେ ସାଧାରଣତଃ ହଜମ ଶକ୍ତି କମ୍ଥାଏ । ତେଣୁ ଗରମ ଗରମ ରନ୍ଧା ଖାଦ୍ୟ ଖାଇବା ଆବଶ୍ୟକ ଦିନରେ ଶୋଇବା ଅନୁଚିତ । ଘିଅ, ମହୁ ,ଗୁଡକୁ, ତ୍ରିମିଷ୍ଟ କୁହାଯାଏ । ବର୍ଷା ଋତୁରେ ଏହି ତିନିଟି ଦ୍ରବ୍ୟ ଖାଇବା ଆବଶ୍ୟକ । ଉଷୁମ ପାଣିରେ ଅଳ୍ପ ମହୁ ମିଶାଇ ପିଇବା ଉଚିତ୍ । ବର୍ଷାରେ ନ ଭିଜିବା ଭଲ, ଯଦି ଭିଜିଲ! ତୁରନ୍ତ ଉଦା ବସ୍ତ୍ର ବଦଳାଇ ସୁଷ୍କ ବସ୍ତ୍ର ପିନ୍ଧିବା ଉଚିତ । ନାକ ବନ୍ଦ ରହୁଥିଲେ ପୁଦିନା ପତ୍ର ଓ ଜୁଆଣି ବାମ୍ଫ ନେଲେ ବନ୍ଧ ନାକ ଖୋଲିଯାଏ, ଓ ଥଣ୍ଡା ଜନିତ ମୁଣ୍ଡ ବ୍ୟଥା କମେ, ସାଧାରଣତଃ ବର୍ଷା ଋତୁରେ ଜ୍ୱର, ଥଣ୍ଡା, କାଶ ଅଧିକ ହୋଇଥାଏ । ସବୁ ଥଣ୍ଡା, କାଶ ଜ୍ୱର କୋରନା ନୁହେଁ, ତେଣୁ ଭୟଭୀତ ହେବା ଅନୁଚିତ । ତେବେ ସରକାରଙ୍କ ତରଫରୁ ପ୍ରଦତ ସ୍ୱାସ୍ଥ୍ୟ ବାର୍ତା ମାନି ଚଳିବା ଦରକାର । ଘୋରଇ ଉପଚାର, ଡାକ୍ତରଙ୍କ ପରାମର୍ଶରେ ତୁଳସୀ ପତ୍ର ଓ ବାସଙ୍ଗ ପତ୍ର ରଶ ମହୁ ସହିତ ମିଶାଇ ପିଇବା ଉଚିତ । ସେହିପରି ଲକ୍ଷ୍ମୀବିଳାସ, କଫ କେତୁ, ତ୍ରିକଟ ଚୂର୍ଣ୍ଣ ଆଦି ବ୍ୟବହାର କରାଯାଇ ପାରିବ ଆମରାଜ୍ୟ ରେ ୩ଟି ଆୟୁରବେଦିକ କଲେଜ ଓ୬୨୦ଟି ଆୟୁରବେଦ ଡିସପେନ୍ସରି ରହିଛି ପ୍ରାଥମିକ ତଥା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଆୟୁଷ୍ ଡାକ୍ତର କାର୍ଯ୍ୟରତ ଅଛନ୍ତି । ସେମାନଙ୍କ ଠାରୁ ବର୍ଷା ଦିନିଆ ଥଣ୍ଡା, କାଶ, ଜ୍ୱର ପାଇଁ ପରାମର୍ଶ ନେଇପାରିବେ । ଆମେ ବର୍ଷାକୁ ସ୍ୱାଗତ କରିବା ବର୍ଷା ଦିନଚର୍ଯ୍ୟ ମାନି ଚଳିବା । ଯେଉଁଠି ଖାଲି ଜାଗାଟିଏ ଅଛି । ସେଠାରେ ତୁଳସୀ, ବାସଙ୍ଗ, ଅରଖ, ଦୁଦୁରା, ବେଲ, ଅଶୋକ, ହରିଡା, ବାହାଡା, ଅଁଳା ଗଛ ଆଦି ଲଗାଇବା ଆବଶ୍ୟକ । ରୋଗ ପ୍ରତିରୋଧକ ଶକ୍ତି ଠିକ୍ ରହିଲେ କୋରନା ଓ ତାପରି ସବୁ ରୋଗକୁ ପ୍ରତିହତ କରି ପାରିବ ।
ଲିଙ୍ଗରାଜ ପଣ୍ଡା,
ଦେବେନ୍ଦ୍ରପୁର, ବାରିପଦା, ମୟୂରଭଞ୍ଜ
ମୋ-୯୫୮୩୧୯୧୦୦୧